କଟକରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

କଟକ,୧୧ା୧(କାର୍ତ୍ତିକ ସାହୁ): ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିବା ଭଳି ସଙ୍ଗୀନ ଅପରାଧିକ ଘଟଣା ବାଦାମବାଡ଼ି ଥାନା ଅଞ୍ଚଳରେ ଘଟିଛି। କାଠଯୋଡ଼ି ରିଂବନ୍ଧ ପାର୍ଶ୍ୱ ଖାନନଗର ଦୁର୍ଗା ମଣ୍ଡପ ନିକଟରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହକୁ ପୋଲିସ ରବିବାର ଉଦ୍ଧାର କରିଛି। ମୃତକ ଜଣକ ହେଲେ ପୁରୀଘାଟ ଥାନା ଅନ୍ତର୍ଗତ ହଜାରୀଲେନର ପପୁ ଓରଫ ପ୍ରକାଶ ଦାସ(୪୫)। ପଥରରେ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରାଯାଇଥିବା ବାଦାମବାଡି ଥାନା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ପୋଲିସ ମୃତଦେହ ଜବତ କରି ଏସ୍‌ସିବି ମେଡିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏକ ହତ୍ୟା ମାମଲା ରୁଜୁ କରିଛି। ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସାହାଯ୍ୟରେ ପୋଲିସ ତଥ୍ୟ ପ୍ରମାଣ ସଂଗ୍ରହ କରିଛି। ପୋଲିସ ତଦନ୍ତ ଆରମ୍ଭ କରି ହତ୍ୟାକାଣ୍ଡର କାରଣ ଜାଣିବାକୁ ପ୍ରୟାସ କରୁଛି।

ମିଳିଥିବା ସୂଚନା ମୁତାବକ, ଖାନନଗର ଦୁର୍ଗା ମଣ୍ଡପ ନିକଟସ୍ଥ ଏକ ହୋଟେଲ ସମ୍ମୁଖରେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ରବିବାର ଦେଖିଥିଲେ। ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇବା ପରେ ବାଦାମବାଡ଼ି ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲା। ମୃତଦେହ ଯାଞ୍ଚ କରିବା ସମୟରେ ମୃତକଙ୍କ ମୁଣ୍ଡର ପଛ ପାର୍ଶ୍ୱକୁ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା। ପାଖରେ ରକ୍ତ ଦାଗ ଲାଗିଥିବା ଏକ ପଥର ଖଣ୍ଡ ପଡ଼ିଥିଲା। ଉକ୍ତ ପଥରରେ ମୁଣ୍ଡକୁ ଛେଚି ପ୍ରକାଶଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଆକଳନ କରିଛି।

ମୃତ ପ୍ରକାଶଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ପ୍ରକାଶ ପ୍ରାୟ ୮ରୁ ୧୦ ବର୍ଷ ହେଲା ଘରୁ ଚାଲିଆସି ଅଲଗା ରହୁଥିବା ପରିବାର ଲୋକେ ପୋଲିସକୁ କହିଛନ୍ତି। ପ୍ରକାଶ ଅବିବାହିତ ଥିଲେ। ସେ ଖାନନଗର ରିଂବନ୍ଧ ରାସ୍ତାରେ ଜରିପାଲ ଟାଣି ଏକୁଟିଆ ରହୁଥିଲେ। ଖପୁରିଆସ୍ଥିତ ଜଣେ ବ୍ୟକ୍ତିଙ୍କ ମାଛ ଦୋକାନରେ ମାଛ କାଟିବା କାମ କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ।

ଘରେ କାହାରି ସହିତ ତାଙ୍କର ମତଭେଦ ନ ଥିଲା ବୋଲି ପରିବାର ଲୋକେ ପୋଲିସକୁ କହିଛନ୍ତି। ଏନେଇ ମୃତ ପ୍ରକାଶଙ୍କ ପୁତୁରା ରାଜେଶ ଦାସ ଥାନାରେ ଏତଲା ଦେଇଛନ୍ତି। ଶନିବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ସମ୍ଭବତଃ ନିଶା ସେବନକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି।

ହତ୍ୟାକାରୀକୁ ଧରିବା ପାଇଁ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଘଟଣାସ୍ଥଳ ରିଂବନ୍ଧର ନିକଟତମ ଅଞ୍ଚଳରେ ସିସଟିଭି ନ ଥିବାରୁ ପୋଲିସ ତଦନ୍ତ ପାଇଁ କଷ୍ଟକର ହେଉଛି। ତେବେ ଅନ୍ୟାନ୍ୟ ଅତ୍ୟାଧୁନିକ ଜ୍ଞାନ କୌଶଳ, ଗୁପ୍ତଚର ଆଦି ଜରିଆରେ ପୋଲିସ ହତ୍ୟାକାରୀ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି ବୋଲି ଆଇଆଇସି ଅଜୟ କୁମାର ରାଉତ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବହୁତ ବିଳମ୍ବ ହେବା ପୂର୍ବରୁ ଆମେରିକା ସହିତ ଚୁକ୍ତି କରନ୍ତୁ.. ପୁଣି ଖୋଲା ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୧।୧: ଭେନେଜୁଏଲାରେ ଆମେରିକାର କାର୍ଯ୍ୟାନୁଷ୍ଠାନର କିଛି ଦିନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବାକୁ କଡ଼ା ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ...

୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା

ଗଜପତି(ଗିରିଧାରୀ ପରିଛା)୧୧।୧: ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ନାମନଗଡ଼ ଗ୍ରାମରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିବାହର ୯ ମାସ ହୋଇଥିବା...

IPLରୁ ମୁସ୍ତାଫିଜୁର ବାଦ୍, ବାଂଲାଦେଶର ଅମ୍ପାୟରଙ୍କୁ ଭାରତ ଆସିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୧।୧: ଗତ କିଛି ଦିନ ହେବ BCCI ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। BCCI ନିର୍ଦ୍ଦେଶରେ KKR ଫ୍ରାଞ୍ଚାଇଜ୍ ଷ୍ଟାର୍...

ବସ ଧକ୍କାରେ ଯୁବକଙ୍କ ମୃତ୍ୟୁ; ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋକର୍ଣ୍ଣପୁର-ବଡଡୁମ୍ବୁଳା ରାସ୍ତାର ଶନିଶ୍ଚର ମନ୍ଦିର ନିକଟରେ ‘ବୀଣାପାଣି’ ନାମକ...

କେସିଙ୍ଗା ପୋଲିସକୁ ବଡ଼ ସଫଳତା, ୧୦ କେଜି ଗଞ୍ଜେଇ ସହ ୫ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ

କେସିଙ୍ଗା,୧୧/୧(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲାର କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ସ୍ଥାନୀୟ ରେଳ ଷ୍ଟେସନରୁ...

ଘର ସମ୍ମୁଖରୁ ପିକ୍‌ଅପ୍‌ ଗାଡ଼ି ଚୋରି

ବଡ଼ଗାଁ,୧୧ା୧(ଅଶୋକ ଷଢ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁର ଯୁବ ବ୍ୟବସାୟୀ ଅମିତ ଅଗ୍ରୱାଲଙ୍କ ଘର ସମ୍ମୁଖରୁ ତାଙ୍କ ପିକଅପ ଗାଡି ଓଡି ୨୬ ଏ ୧୪୭୫କୁ ୨...

ବିରାଟ କୋହଲିଙ୍କ ବିଶ୍ୱ ରେକର୍ଡ: ଶତକରୁ ବଞ୍ଚିତ ହୋଇ ମଧ୍ୟ ସଚିନଙ୍କୁ ପଛରେ ପକାଇଲେ

ଭଦୋଦରା,୧୧।୧: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟର ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ଇତିହାସ ରଚିଛନ୍ତି। ଭଦୋଦରାଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ...

ଦାରିଙ୍ଗବାଡି ଶୀତ ମହୋତ୍ସର ଶେଷ ଦିନରେ ଅସୀମାଙ୍କ ଗୀତରେ ଝୁମିଲେ ଦର୍ଶକ, ବାଚସ୍ପତି କହିଲେ…

ଦାରିଙ୍ଗବାଡି, ୧୧/୧ (ଅରୁଣ ସାହୁ ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ଗତ ୪ ଦିନ ଧରି ଚାଲିଥିବା ଏକାଦଶ ତମ ଶୀତ ମହୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri