ଝିମିଟି ଖେଳରୁ ମହାଭାରତ, ମେଳନ ଚାଲିଥିବା ବେଳେ ଯୁବକଙ୍କୁ ଭୁଜାଲିରେ ହତ୍ୟା

ଭଦ୍ରକ, ୯।୩(ସନାତନ ରାଉତ): ମେଳନ ଚାଲୁଥିବା ବେଳେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଭୁଜାଲିରେ ହାଣି ହତ୍ୟା କରାଯାଇଛି । ଭଦ୍ରକ ଟାଉନ ଥାନା ଚରମ୍ପା ଗୁଣ୍ଠୁଣିଆରେ ରବିବାର ରାତିରେ ଘଟିଛି ଏହି ହତ୍ୟାକାଣ୍ଡ ।ରବିବାର ରାତିରେ ସେଠାରେ ମେଳନ ଚାଲୁଥିବା ବେଳେ ରାତି ପ୍ରାୟ ୧୧ ଟା ପରେ କିଛି ଦୂରରେ ଚରମ୍ପା ବରାଳପୋଖରୀ ଗ୍ରାମର ସି କୁମାର ସ୍ୱାମୀ ନାମକ ଯୁବକଙ୍କ ସହ ଅନ୍ୟ କିଛି ଯୁବକଙ୍କ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ କୁମାର ସ୍ୱାମୀଙ୍କୁ ଭୁଜାଲିରେ ହାଣିଥିଲେ ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଟାଉନ ପୋଲିସ ୩ ଜଣକୁ ଅଟକ ରଖିଛି । ସୋମବାର ସକାଳେ ଭଦ୍ରକ ଏସପି ମନୋଜ ରାଉତ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଖୁବ ଶୀଘ୍ର ସମସ୍ତ ଆସାମୀମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି । ତେବେ ମୃତ କୁମାର ସ୍ୱାମୀ ଜଣେ ଯୁବ କ୍ରିକେଟର ହୋଇଥିବା ବେଳେ ୧୬ ବର୍ଷ ଓ ୧୯ ବର୍ଷରୁ କମ କ୍ରିକେଟ ଖେଳିଛନ୍ତି । ତାଙ୍କ ବାପାଙ୍କ କହିବା ମୁତାବକ ରାତିରେ କୁମାର ଘରେ ଟି ଟ୍ୱାଣ୍ଟି କ୍ରିକେଟ ଫାଇନାଲ ମ୍ୟାଚ ଦେଖୁଥିଲେ । ତାଙ୍କର ଜଣେ ସାଙ୍ଗ ଫୋନ କରି ଡାକିବାରୁ ସେ ଘରୁ ଯାଇଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହୁଗୁଳିରେ ଫଟୋ ସୁଟ କଲେ ମୋଦି, ଏବେ କ୍ଲାସ ନେଉଛନ୍ତି ଦିଦି

କୋଲକାତା,୨୫।୪: ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡଙ୍ଗା ଯାତ୍ରା ସମ୍ପର୍କରେ ମମତା ବାନାର୍ଜୀ ବଡ଼ ଟାର୍ଗେଟ କରିଛନ୍ତି। ପ୍ରାସଙ୍ଗିକ ପ୍ରଶ୍ନ ଉଠାଇ ସେ ମନ୍ତବ୍ୟ ଦେଇଛନ୍ତି, ‘ଆମର…

ପତୋରା ଡ୍ୟାମ୍‌ରୁ ଜଳଯୋଗାଣ ବାଧାପ୍ରାପ୍ତ: ସହରକୁ ମିଳୁନି ପାଣି

ନୂଆପଡ଼ା,୨୫।୪ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଥିବା ପତୋରା ଡ୍ୟାମରୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଜିଲାର ୨ପ୍ରମୁଖ ସହର ଖରିଆରରୋଡ ଓ ନୂଆପଡ଼ାରେ ପାନୀୟଜଳ ସମସ୍ୟା ଦେଖାଦେଇଛି।…

ସରକାରୀ ଅର୍ଥ ହରିଲୁଟ୍‌ ମାମଲା: ଦୁଇ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ ପରେ ମିଳିଲା ଏହି ଦଣ୍ଡ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକର ଦୁଇଜଣ ପୂର୍ବତନ ଯନ୍ତ୍ରୀ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାନେଶ୍ୱର ବ୍ଲକର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ…

୪ ଛୁଆ ଜନ୍ମ କର, ଜଣଙ୍କୁ RSSର ସ୍ବୟଂସେବକ କର: ଧୀରେନ୍ଦ୍ର ଶାସ୍ତ୍ରୀ

ମୁମ୍ବାଇ,୨୫।୪: ନାଗପୁରରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ, ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ତାଙ୍କ ଭାଷଣରେ ଲୋକମାନଙ୍କୁ ଚାରୋଟି ସନ୍ତାନ ଜନ୍ମ କରିବାକୁ କହିଥିଲେ । ସେମାନଙ୍କ ମଧ୍ୟରୁ…

ରାଘବ ପୁଣି ଦେବେ ଝଟ୍‌କା? କେଜରିୱାଲଙ୍କ ବଢିଲା ଟେନଶନ

ନୂଆଦିଲ୍ଲୀ,୨୫।୪: ରାଘବ ଚଢା ଆମ ଆଦମୀ ପାର୍ଟି (AAP) ଛାଡି ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଛନ୍ତି। ରାଘବଙ୍କ ସହିତ ଅନ୍ୟ ଛଅ ଜଣ…

ହାସ୍ୟ ଅଭିନେତା ରାଜ ଶର୍ମାଙ୍କ ପରଲୋକ, ୫୦ ବର୍ଷ ବୟସରେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୨୫।୪:  ଡାଲାସ୍‌ର ପ୍ରସିଦ୍ଧ ହାସ୍ୟାଭିନେତା ରାଜ ଶର୍ମାଙ୍କ ଦେହାନ୍ତ ହୋଇଯାଇଛି । ୫୦ ବର୍ଷ ବୟସରେ ୨୪ ଏପ୍ରିଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବର୍ତ୍ତମାନ,…

ରାଘବଙ୍କ ଠାରୁ ଏତେ ଗୁଣା ଅଧିକ ଧନୀ ପତ୍ନୀ ପରିଣୀତି, ଜାଣନ୍ତୁ ଏମାନଙ୍କ ନେଟ ଓ୍ବର୍ଥ

ନୂଆଦିଲ୍ଲୀ,୨୫।୪: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ତାଙ୍କ ସ୍ବାମୀ ରାଘବ ଚଢା ବର୍ତ୍ତମାନ ଖବରର ଶିରୋନାମାରେ ଅଛନ୍ତି। ପ୍ରକୃତରେ, ତାଙ୍କ ରାଜନୈତିକ କ୍ୟାରିୟରରେ ଏକ ବଡ଼…

ରାଘବଙ୍କ ଅଡୁଆ ବଢାଇ ପାରନ୍ତି କେଜରିଓ୍ବାଲ-ସିସୋଡିଆ

ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟି (ଏଏପି)ର ଦୁଇ-ତୃତୀୟାଂଶ ରାଜ୍ୟ ସଭା ଏମପି ରାଘବ ଚଢାଙ୍କ ସମେତ ଦଳ ଛାଡି ଭାଜପାରେ ଯୋଗଦେବାକୁ ଯାଉଛନ୍ତି ବୋଲି ଦାବି ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri