ପୁରୁଷୋତ୍ତମପୁର,୨।୩(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଗୁଳିମାଡ଼ । ସୋମବାର ସକାଳେ ଜଣେ ଯୁବକଙ୍କୁ ଗୁଳିମାଡ଼ କରାଯାଇଛି । ଯୁବକଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେ ଆହତ ହୋଇ ହସ୍ପିଟାଲେ ଚିକିତ୍ସିତ ହେଉଛନ୍ତି ।
ଆହତ ଯୁବକ ହେଲେ ସାଗର ବେହେରା । ସେ ବର୍ତ୍ତମାନ ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସା ହେଉଛଛନ୍ତି । ଯୁବକଙ୍କ କହିବା ଅନୁସାରେ, ସକାଳେ ଗାଁ ପୋଖରିକୁ ଶୌଚ ପାଇଁ ଯାଇଥିବା ବେଳେ ରାସ୍ତାରେ ଶୁଣ୍ଢିବାଙ୍କ ଠାରେ ଦୁଇଜଣ ମୁଖାଧାରୀ ଯୁବକ ଚାଲିଚାଲି ଆଶି ତାଙ୍କର ଗୋଡକୁ ଗୁଳିକରି ଚାଲିଯାଇଥିଲେ । ଏନେଇ ଗ୍ରାମବାସୀଙ୍କ ନିକଟରେ କୌଣସି ସୂଚନା ନାହିଁ ।
ସ୍ପଷ୍ଟଦିବାଲୋକରେ ଏଭଳି ଗୁଳିକାଣ୍ଡ ଘଟିଥିଲେ ମଧ୍ୟ କିଏ କିପରି ଜାଣିପାରିଲେ ନାହିଁ, ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଗୁଳିକାଣ୍ଡ ଭିଆଇଥିବା ବ୍ଯକ୍ତିଙ୍କୁ ଭୟକରି କେହି ମୁହଁ ଖୋଲୁନାହାନ୍ତି ତାହା ମଧ୍ଯ୍ଯ ଏକ ପ୍ରକାର ସନ୍ଦେହ ଘେରକୁ ଆସିଛି । ଅନ୍ଯପକ୍ଷରେ ଏନେଇ ଥାନାରେ ମଧ୍ୟ କୌଣସି ପ୍ରକାର ଅଭିଯୋଗ ହୋଇନାହିଁ । ଏଭଳି ଘଟଣା ଘଟିଥିବାର ଶୁଣିବାକୁ ପାଇ ଥାନା ଆଇଆଇସି କୁଳମଣୀ ସେଠୀ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ପଚରାଉଚରା କରି ତଦନ୍ତ ଚଲାଇଛନ୍ତି ।

