ନଦୀବନ୍ଧରେ ଯୁବକଙ୍କୁ ହତ୍ୟା

ପାଟକୁରା,୮ା୫(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେଡାରୀ ପଞ୍ଚାୟତ ହରିଦାସପୁର ନଦୀବନ୍ଧରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ହରିଦାସପୁର ଗ୍ରାମର ଜ୍ୟୋତିପ୍ରକାଶ ପରିଡ଼ା(୧୮)। ଜ୍ୟୋତିପ୍ରକାଶ ହରିଦାସପୁର ଚିତ୍ରୋତ୍ପଳା ମହୋତ୍ସବରୁ ବିଳମ୍ବିତ ରାତିରେ ଘରକୁ ଫେରୁଥିବାବେଳେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ପ୍ରାୟ ୨୦ଜଣ ଯୁବକ ତାଙ୍କୁ ମିଳିତ ଭାବେ ଛୁରାମାଡ଼ ସହିତ ବିଭିନ୍ନ ମାରଣାସ୍ତ୍ରରେ ହତ୍ୟା କରି ରାସ୍ତାପାର୍ଶ୍ୱରେ ଫୋପାଡ଼ି ଦେଇଥିଲେ। ଜ୍ୟୋତିପ୍ରକାଶଙ୍କୁ ଆକ୍ରମଣ କରୁଥିବା ଦେଖି ଉକ୍ତ ଗ୍ରାମର କାମାକ୍ଷା ପ୍ରସାଦ ରାଉତରାୟ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଯୁବକମାନେ ଆକ୍ରମଣ କରିବାକୁ ପଛାଇ ନ ଥିଲେ। କାମାକ୍ଷା ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଜ୍ୟୋତିପ୍ରକାଶଙ୍କ ବଡଭାଇ ରଶ୍ମିରଞ୍ଜନ ପରିଡ଼ାଙ୍କ ଅଭିଯୋଗକ୍ରମେ ପାଟକୁରା ଥାନାରେ ଏକ ମାମଲା(ନଂ.୭୧/୨୫) ରୁଜୁ କରାଯାଇଛି। ଥାନା ଭାରପ୍ରାପ୍ତ ଅଧିକାରୀ ମହମ୍ମଦ ଜାମସେଦ ସଦଳବଳ ଚଢ଼ାଉ କରି ୫ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି। ଏସ୍‌ପି ସିଦ୍ଧାର୍ଥ କାଟରିଆ ଏବଂ ଏସ୍‌ଡିପିଓ ଜ୍ୟୋତି ରଞ୍ଜନ ଗୌଡ଼ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ତଦନ୍ତ କରି ଫେରିଛନ୍ତି। ଏହି ଘଟଣାରେ ୩ଟି ପୋଲିସ ଟିମ୍‌ ଗଠନ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି କାଟରିଆ ଖବରଦାତାଙ୍କୁ ସୂଚନା ଦେଇଛନ୍ତି। ତେବେ ଗାଡ଼ି ସାଇଡ୍‌ ମରାକୁ କେନ୍ଦ୍ରକରି ଅଭିଯୁକ୍ତମାନଙ୍କ ସହ ଜ୍ୟୋତିପ୍ରକାଶଙ୍କ ବଚସା ହୋଇଥିଲା। ଏହାକୁ କେନ୍ଦ୍ରକରି ଏଭଳି ଦୁଃଖଦ ଘଟଣା ଘଟିଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି l ଅଧିକ ତଦନ୍ତ ହେଲେ ପ୍ରକୃତ କାରଣ ଜଣାପଡ଼ବ ବୋଲି ପୋଲିସ କହିଛି l ବୁଧବାର ସାରେ ଜ୍ୟୋତିପ୍ରକାଶଙ୍କ ମରଶରୀରକୁ ଅନ୍ତିମ ସଂସ୍କାର କରାଯାଇଛି। ଏହାକୁ ନେଇ ହରିଦାସପୁର ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri