ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ ଅସ୍ଥିରତା ଲାଗିରହିଛି। ଏହି ହତ୍ୟା ପୂର୍ବରୁ ମଧ୍ୟ ନେପାଳ ସରକାରରେ ସ୍ଥିରତା ନ ଥିଲା। ଆକଳନ ଅନୁଯାୟୀ, ୧୯୯୦ରୁ ୨୦୨୫ ଯାଏ, ଯେତେବେଳେ କେ. ପି. ଶର୍ମା ଓଲି ସରକାରକୁ ଜେନ୍‌ ଜି ଯୁବତୀଯୁବକମାନେ ବିଦା କଲେ ସେ ପର୍ଯ୍ୟନ୍ତ, ଅର୍ଥାତ୍‌ ୩୫ ବର୍ଷ ମଧ୍ୟରେ ୩୨ ସରକାର ଗଢ଼ିଉଠି ଭାଙ୍ଗିପଡ଼ିଛନ୍ତି। କୌଣସି ଏକ ସରକାର ୫ ବର୍ଷ ପୂରଣ କରିନାହାନ୍ତି। ବାରମ୍ବାର ସରକାର ପରିବର୍ତ୍ତନ ଯୋଗୁ ସେଠାକାର ସାମାଜିକ ଜୀବନ ଓ ଅର୍ଥନୀତି ଅନେକ ସମୟରେ ପ୍ରଭାବିତ ହୋଇଛି। ସେପ୍ଟେମ୍ବର ୨୦୨୫ରେ ଜେନ୍‌ ଜି ବିପ୍ଳବ ନେପାଳ ଇତିହାସକୁ ଏକ ଉଲ୍ଲେଖନୀୟ ମୋଡ଼ରେ ରଖିଦେଇଥିଲା। ୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମିତ ଯୁବବର୍ଗ ଶାସନ ଓ ବ୍ୟବସ୍ଥାରେ ଅସଙ୍ଗତି ଦେଖିବା ପରେ ରାସ୍ତାକୁ ଓହ୍ଲାଇଥିଲେ। ଏହାର ପ୍ରଭାବ ସିଧାସଳଖ କେ. ପି. ଶର୍ମା ଓଲିଙ୍କ ସରକାରକୁ ଗାଦିଚ୍ୟୁତ କରିଥିଲା। ପରେ ସୁଶୀଳା କାର୍କି ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ସୁଶୀଳାଙ୍କ ତତ୍ତ୍ୱାବଧାନରେ ୫ ମାର୍ଚ୍ଚ ୨୦୨୬ରେ ଦେଶର ପାର୍ଲାମେଣ୍ଟ ପାଇଁ ସାଧାରଣ ନିର୍ବାଚନ ହୋଇଥିଲା। ସିଧାସଳଖ ନିର୍ବାଚନ ହୋଇଥିବା ୧୬୫ ଆସନ ମଧ୍ୟରୁ ଅଦ୍ୟାବଧି ୧୬୧ର ଫଳାଫଳ ପ୍ରକାଶ ପାଇସାରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଏହି ନିର୍ବାଚନରେ ୪ ବର୍ଷ ତଳେ ଗଠିତ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (ଆର୍‌ଏସ୍‌ପି) ୧୨୪ ଆସନ ଅକ୍ତିଆର କରି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ସେଠାକାର ଗଣମାଧ୍ୟମ ସୂଚନା ଅନୁଯାୟୀ ୩୫ ବର୍ଷୀୟ ବାଲେନ ଶାହା ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ନେପାଳୀ ଯୁବାଙ୍କ ପ୍ରିୟ ଭାବେ ବାଲେନ ପରିଚିତ। ସଙ୍ଗୀତଜ୍ଞ ବା ରାପର୍‌ ଭାବେ କ୍ୟାରିୟର ଗଢ଼ିଥିବା ବାଲେନ ୨୦୨୨ରେ କାଠମାଣ୍ଡୁର ମେୟର ହେବାର ଗୌରବ ଅର୍ଜନ କରି ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ଚଳିତ ସାଧାରଣ ନିର୍ବାଚନରେ ୪ ଥରର ପ୍ରଧାନମନ୍ତ୍ରୀ ରହି ଆସିଥିବା ତଥା କମ୍ୟୁନିଷ୍ଟ ପାର୍ଟି ଅଫ୍‌ ନେପାଳ (ୟୁନିଫାଏଡ୍‌ ମାର୍କସିଷ୍ଟ ଲେନିନିଷ୍ଟ) ବା ସିପିଏନ୍‌-ୟୁଏମ୍‌ଏଲ୍‌ ନେତା କେ. ପି. ଶର୍ମା ଓଲିଙ୍କୁ ଝାପା ନିର୍ବାଚନମଣ୍ଡଳୀରେ ବାଲେନ ୫୦,୦୦୦ ଭୋଟରେ ହରାଇ ରେକର୍ଡ କରିଛନ୍ତି। ତାଙ୍କ ବିଜୟ ସହ ଆର୍‌ଏସ୍‌ପିର ଅଭୂତପୂର୍ବ ସଫଳତା ନେପାଳବାସୀଙ୍କ ପାଇଁ ନୂଆ ଶାସନର ସୂର୍ଯ୍ୟୋଦୟ ଆଣିପାରେ ବୋଲି କୁହାଯାଉଛି।
ଦୀର୍ଘ ବର୍ଷ ଧରି ପୁରୁଣା ଦଳଗୁଡ଼ିକ ନେପାଳକୁ ଶାସନ କରିଆସୁଥିଲେ। ବିଶେଷକରି ସିପିଏନ୍‌-ୟୁଏମ୍‌ଏଲ୍‌ ନେତା ଓଲି, କମ୍ୟୁନିଷ୍ଟ ପାର୍ଟି ଅଫ୍‌ ନେପାଳ(ମାଉଷ୍ଟ ସେଣ୍ଟର) ମୁଖ୍ୟ ପୁଷ୍ପକୁମାର ଦହଲ ଓରଫ୍‌ ପ୍ରଚଣ୍ଡ ଏବଂ ନେପାଳୀ କଂଗ୍ରେସର ଶେର ବାହାଦୁର ଦେଉବା ଭିନ୍ନ ଭିନ୍ନ ସମୟରେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଏମାନଙ୍କ ସମୟରେ ବେକାରି ସମସ୍ୟା ବୃଦ୍ଧି ପାଇବା, ଶାସନରେ ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତି ସର୍ବୋଚ୍ଚରେ ପହଞ୍ଚତ୍ଥିବା ନେପାଳ ନାଗରିକ ବାରମ୍ବାର ଦେଖିଥିଲେ। ଗତବର୍ଷ ସେପ୍ଟେମ୍ବରରେ ଯେତେବେଳେ ଶାସନ ବିରୋଧରେ ସାମାଜିକ ଗଣମାଧ୍ୟମରେ ଯୁବବର୍ଗଙ୍କ ସ୍ବର ବ୍ୟାପକ ହେଲା ସରକାର ତତ୍‌କ୍ଷଣାତ୍‌ ସେଗୁଡ଼ିକୁ ନିଷିଦ୍ଧ କରିଦେଲେ। ଫଳସ୍ବରୂପ ଦେଶବ୍ୟାପୀ ‘ଘୋ’ ସୃଷ୍ଟି ହୋଇ ଜେନ୍‌ ଜି ବିପ୍ଳବ ଜନ୍ମ ନେଲା। ଏହା କେବଳ ନିଜ ଦେଶ ନେପାଳରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲା। ଆଜିର ଡିଜିଟାଲ ଯୁଗରେ ପ୍ରତିଟି କଥା ଖୁବ୍‌ କମ୍‌ ସମୟରେ ସାମାଜିକ ଗଣମାଧ୍ୟମକୁ ଆସିଯାଉଥିବାରୁ କୌଣସି ବିଷୟକୁ ଲୁଚାଇ ରଖାଯାଇପାରୁ ନାହିଁ। ଏଠାରେ ସୂଚନା ଦିଆଯାଇପାରେ ଯେ, ଜେନ୍‌ ଜି ବିପ୍ଳବର ନିଅଁ ପ୍ରାୟ ୪ ବର୍ଷ ତଳୁ ପଡ଼ିଥିବା କୁହାଯାଉଛି। ଯୁବବର୍ଗଙ୍କ ଚାହିଦାକୁ ସରକାର ଗୁରୁତ୍ୱ ଦେଉ ନ ଥିବା ଜାଣିବା ପରେ ରବି ଲାମିଛାନେ ଆର୍‌ଏସ୍‌ପି ଗଠନ କରିଥିଲେ। ଉଲ୍ଲେଯୋଗ୍ୟ ଯେ, ରବି ନେପାଳରେ ଜଣେ ବିଶିଷ୍ଟ ଟେଲିଭିଜନ ବ୍ୟକ୍ତିତ୍ୱ ଭାବେ ଜଣାଶୁଣା। ନେପାଳ ଶାସନରେ ପରିବର୍ତ୍ତନ ଆଣିବାକୁ ଯାଇ ସେ ଗଢ଼ିଥିବା ଦଳ ପ୍ରଥମେ ସଫଳତା ପାଇଲା ପରେ ମିଳିତ ସରକାରରେ ସେ ପ୍ରବେଶ କରି ଦେଶର ଉପ-ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ଯେତେବେଳେ ପାରମ୍ପରିକ ରାଜନୀତିକୁ ନେପାଳ ନାଗରିକ ନାପସନ୍ଦ କରୁଛନ୍ତି ବୋଲି ହୃଦ୍‌ବୋଧ କଲେ, ସେତେବେଳେ ସେ ଜେନ୍‌ ଜି ବିପ୍ଳବକୁ ମଉକା ଭାବେ ନେଇଥିଲେ। ଏକଦା ତାଙ୍କ ନାମରେ ଠକେଇ ମାମଲା ଆସି ସେ ଗିରଫ ହୋଇ ପରେ ମୁକୁଳିଥିଲେ। ତେବେ ଯେତେବେଳେ ବାଲେନଙ୍କ ପ୍ରତି ଯୁବବର୍ଗଙ୍କ ଆକର୍ଷଣ ବଢ଼ିଥିଲା, ସ୍ଥିତିରୁ ଫାଇଦା ନେବାକୁ ଯାଇ ରବି ତାଙ୍କୁ ଦଳକୁ ଆଣିଥିଲେ। ଡିସେମ୍ବର ୨୦୨୫ରେ ବାଲେନ ଆର୍‌ଏସ୍‌ପିରେ ଯୋଗଦେଇଥିଲେ। ଏହା ପରେ ରବି ଘୋଷଣା କରିଥିଲେ ସାଧାରଣ ନିର୍ବାଚନରେ ଦଳ ବିଜୟୀ ହେଲେ ବାଲେନ ପ୍ରଧାନମନ୍ତ୍ରୀ ହେବେ ଓ ସେ ପାର୍ଟିର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବେ। ଏବେ ତାହା ବାସ୍ତବ ରୂପ ନେଇଛି। ହେଲେ ନେପାଳର ରାଜନୈତିକ ଇତିହାସ ଭାରତ ଭଳି ସର୍ବଦା ଦୁର୍ନୀତି ଓ ସଂସ୍ଥାଗତ ଅବ୍ୟବସ୍ଥା ଦେଇ ଗତି କରି ଆସିଛି। ଜେନ୍‌ ଜି ବିପ୍ଳବ ପରେ ପ୍ରଥମ ଥର ପାଇଁ ହୋଇଥିବା ସଂସଦୀୟ ନିର୍ବାଚନ ଓ ସେଥିରେ ଯୁବ ନେତୃତ୍ୱ ଉପରେ ଦେଶବାସୀଙ୍କ ଆସ୍ଥା ପ୍ରକଟ ଏକ ବିରାଟ ପରିବର୍ତ୍ତନର ସଙ୍କେତ ଦେଉଛି। ବାଲେନଙ୍କ ନେତୃତ୍ୱରେ ସରକାର ଗଢ଼ିଉଠିଲେ ଅସଙ୍ଗତି ତତ୍‌କ୍ଷଣାତ୍‌ ଚାଲିଯିବ ବୋଲି ଭାବିବା ଉଚିତ ନୁହେଁ। କିନ୍ତୁ ଯୁବପିଢ଼ିଙ୍କୁ କ୍ଷମତା ହସ୍ତାନ୍ତର କରିଦେଇ ନେପାଳର ମତଦାତା ନିଜ ଦେଶକୁ ଏକ ନୂଆ ପଥରେ ଯିବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ଓ ନେପାଳର ମଙ୍ଗଳ ସମସ୍ତେ କାମନା କରିବା ଦରକାର।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ‘ମୋଦିଙ୍କ ଗୋଟିଏ କଲ…’, ବୟାନକୁ ନେଇ ହେଲାଣି ଚର୍ଚ୍ଚା

ତେହରାନ୍‌,୧୦।୩: ଭାରତରେ ଅବସ୍ଥାପିତ UAEର ପ୍ରଥମ ରାଷ୍ଟ୍ରଦୂତ ହୁସେନ ହାସନ ମିର୍ଜା କହିଛନ୍ତି ଯେ ତାଙ୍କ ଦେଶ ଇରାନ-ଇସ୍ରାଏଲ ବିବାଦରେ ସାମିଲ ହେବାକୁ ଇଚ୍ଛା କରେ ନାହିଁ,…

ଗର୍ଜିଲେ ଚାଷୀ: ଅଧେ ଚାଷୀଙ୍କୁ ଉଠାଇନେଲା ପୋଲିସ

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ବିଭିନ୍ନ ଗ୍ରାମର ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ…

ବି.ଏଡ୍‌ ନାମଲେଖା ପାଇଁ ଆଜି ଏନ୍‌ସିଇଟି ଆବେଦନର ଶେଷ ତାରିଖ

ଭୁବନେଶ୍ୱର,୧୦ା୩ (ସୁଚିସ୍ମିତା ସାହୁ): ୪ ବର୍ଷିଆ ବି.ଏଡ୍‌ରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ନ୍ୟାଶନାଲ କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ସିଇଟି)-୨୦୨୬ର ଆବେଦନ ମଙ୍ଗଳବାର ଶେଷ ହେଉଛି। ରାତି ୧୧ଟା ୫୦…

ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ, କହିଲେ ୨୦ ଗୁଣା ଅଧିକ କରିବେ ଆକ୍ରମଣ

ଓ୍ବାଶିଂଟନ,୧୦।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଦ୍ୱାରା ତୈଳ ଯୋଗାଣ ବନ୍ଦ କରିବା ବିରୁଦ୍ଧରେ ଏକ କଠୋର ଚେତାବନୀ ଦେଇଛନ୍ତି।…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ: ପାକିସ୍ତାନରେ ଦୁଇ ସପ୍ତାହ ସ୍କୁଲ ବନ୍ଦ, ୨୫% କଟିବ ଦରମା

ନୂଆଦିଲ୍ଲୀ,୧୦ା୩: ଇରାନ ବିରୁଦ୍ଧରେ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପାକିସ୍ତାନ ପାଇଁ ଏକ ବିପର୍ଯ୍ୟୟ ପାଲଟିଛି । ପରିସ୍ଥିତି ଏପରି ହୋଇଛି ଯେ ସୋମବାର ପାକିସ୍ତାନର ପ୍ରଧାନମନ୍ତ୍ରୀ…

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ ଜାଣନ୍ତୁ କିଏ ହେଲେ ଅଧିନାୟକ

ନୂଆଦିଲ୍ଲୀ,୧୦।୩: ICC ୨୦୨୬ ଟି-୨୦ ବିଶ୍ୱକପ ପାଇଁ ‘ଟିମ ଅଫ ଦି ଟୁର୍ଣ୍ଣାମେଣ୍ଟ’ ଘୋଷଣା କରିଛି। ବିଶ୍ୱ ଚାମ୍ପିଅନ ଭାରତୀୟ ଦଳର ଚାରି ଜଣ ଖେଳାଳିଙ୍କୁ ଏହି…

ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ଆବର୍ଜନା ସ୍ଥଳ

ନୂଆପଡ଼ା,୧୦ା୩ (ମକାରୁ ବେମାଲ):ନୂଆପଡ଼ା ଜିଲାର ପଞ୍ଚାୟତ କାର୍ଯ୍ୟାଳୟ ଏବେ ଆବର୍ଜନା ସ୍ଥଳ ପାଲଟିଛି। ଦୀର୍ଘଦିନ ଧରି ଆବର୍ଜନା ପଡିରହୁଥିବାରୁ କାର୍ଯ୍ୟାଳୟ ପରିସର ପ୍ରଦୂଷିତ ହେବାରେ ଲାଗିଛି। ଜିଲା…

‘ଟିକେ ଲଜ୍ଜା କର ଟିମ ଇଣ୍ଡିଆ…’ ଜୟ ଶାହା, ସୂର୍ଯ୍ୟକୁମାର ଯାଦବଙ୍କ ଉପରେ କିଏ ଆଉ କାହିଁକି କହିଲେ ଏମିତି? ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ନୂଆଦିଲ୍ଲୀ,୧୦।୩: ଟିମ ଇଣ୍ଡିଆ ୨୦୨୬ ର ICC T20 ବିଶ୍ୱକପ ଜିତିଛି। ଏହି ବିଜୟ ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି। ଭାରତୀୟ ଦଳ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri