ଭାଜପାରୁ ଦୁଇଥର ବିଜୟ ପରେ ଶଙ୍ଖ ଧରିଲେ ପୂର୍ବତନ କାଉନସିଲର

ଭଦ୍ରକ ଅଫିସ,୪।୩: ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନ ପୂର୍ବରୁ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ମହାମିଶ୍ରଣ ପର୍ବ। ଭାଜପା ଛାଡ଼ି ବିଜେଡିରେ ମିଶିଛନ୍ତି ଯୁବନେତା ତଥା ଭଦ୍ରକ ପୌରପାଳିକାର ପୂର୍ବତନ କାଉନସିଲର ଘାଉଲି ଜେନା। ପ୍ରତିକୂଳ ପରିସ୍ଥିତିରେ ସେ ଭଦ୍ରକ ପୌରପାଳିକାର ୧୬ ଏବଂ ୬ ନଂ. ୱାର୍ଡରେ ଦୁଇଥର ଭାଜପା କାଉନସିଲର ଭାବେ ନିର୍ବାଚିତ ହୋଇ ନିଜର ପାରିବା ପଣିଆ ଜାହିର କରି ଆସୁଥିଲେ। ବୁଧବାର ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କ ବାସଭବନରେ ନିଜର ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ସାମିଲ ହୋଇଛନ୍ତି।