ଅତାବିରା,୧୯।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଭୋଇପୁରା କେନାଲ ବ୍ରିଜ୍ ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି । ରବିବାର ବିଳମ୍ବିତ ରାତ୍ରିରେ ପୋଲିସ କେନାଲ ବ୍ରିଜ ଉପରୁ ଶିବା ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲା । ଏହାପରେ ତାଙ୍କୁ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା କିନ୍ତୁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଅତାବିରା ବସ୍ତି ବାସିନ୍ଦା ବାବୁଲାଲ ବିଶ୍ୱାଳଙ୍କ ୨୧ ବର୍ଷୀୟ ପୁଅ ଶିବା ବିଶ୍ୱାଳଙ୍କୁ କେହି ଦୁର୍ବୃତ୍ତ ଛୁରାମାଡ଼ କରି ହତ୍ୟା କରିଛନ୍ତି । ଅତାବିରାରୁ ଭୋଇପୁରା ରାସ୍ତାରେ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅନୁମାନ କରୁଛି । ହତ୍ୟାକାଣ୍ଡ ପରେ ଅତାବିରା ଥାନା ଆଇଆଇସି ପ୍ରକାଶ କର୍ଣ୍ଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଘଟଣାର ତନାଘନା କରି ୨ଜଣଙ୍କୁ ଧରିଛନ୍ତି ।
ଅଭିଯୁକ୍ତ କୁହାଯାଉଥିବା ଯୁବକ ହତ୍ୟାକାଣ୍ଡ କାହିଁକି ଘଟାଇଥିଲେ ବର୍ଣ୍ଣନା କରିଥିବା ପୋଲିସ କହିଛି । ତେବେ ୨ ଜଣ ଯୁବକଙ୍କୁ ଅଧିକ ପଚରାଉଚରା କରାଯାଉଛି । ଏନେଇ ଅତାବିରା ଥାନା କେଶ ନମ୍ବର ୪୩୭/୨୦୨୬ ରେ ଏକ ମାମଲା ରୁଜୁ କରାଯାଇଛି ।