ପଞ୍ଚୁଦଣ୍ଡ ପାଇଁ ଅଣ୍ଟା ଭିଡ଼ିଲେ ଯୁବ ଗୋଷ୍ଠୀ: ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ):ଚୈତ୍ର ପର୍ବ ଦଣ୍ଡଯାତ୍ରା ପାଇଁ ଏବେ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି। ଦାରିଙ୍ଗବାଡି ରେ ୩ ଦିନ ଧରି ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗାଜଲବାଡି ପଞ୍ଚାୟତ ଖଜୁରୀପଲିର ଦଣ୍ଡନାଚ ଚାଲିବାକୁ ରହିଥିବାବେଳେ ଗୁରୁବାର ଲଷ୍ମୀବଜାରରେ ଏହି ଯାତ୍ରା ଅନୁଷ୍ଠିତ ହେଉଛି। ଫଳରେ ଦାରିଙ୍ଗବାଡିର ଚଲଚଞ୍ଚଳ ହୋଇଥିବାବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ସେହିପରି ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତରେ ରହିଥିବା କାଳୀ ମନ୍ଦିର ରେ ରୀତିନୀତି ଅନୁସାରେ ଦଣ୍ଡ ଉଠିବା ପରେ ଅଞ୍ଚଳ ଉତ୍ସବମୁଖର ହୋଇଛି।

ଉକ୍ତ ବ୍ଲକ ସିମନବାଡି ଠାରେ ଆସନ୍ତା ମଙ୍ଗଳବାର ତୃତୀୟ ବାର୍ଷିକ ପଞ୍ଚୁଦଣ୍ଡ ମିଳନ ହେବାକୁ ରହିଥିବାରୁ ସିମନବାଡି ଅଞ୍ଚଳବାସୀ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ବିଶେଷ କରି ଗତ ୩ ବର୍ଷ ହେଲା ଏହି ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମକୁ ସଫଳ କରିବାରେ କାର୍ଯ୍ୟକରୁଛନ୍ତି। ପଞ୍ଚୁଦଣ୍ଡ ମିଳନ କମିଟିର ସଭାପତି ଅରୁଣ ସାହୁଙ୍କ ତତ୍ୱାବଧାନରେ ସରୋଜ ସାହୁ ଓରଫ ଲିଟୁ ବିନୋଦ ସାହୁ, ଚିତ୍ତରଞ୍ଜନ ପ୍ରଧାନ, ବାଥଲାମ ନାୟକ, ବଳରାମ ସାହୁ, ସନାତନ ଦଳବେହେରା, ବରୁଣ ବେହେରା,ରାଜେଶ ସାହୁ ଓରଫ ପଠାନ,ସନ୍ତୋଷ ପାତ୍ର, ଚିଣ୍ଟୁ ସାହୁ, ପିଣ୍ଟୁ ସାହୁ,ବରୁଣ ପାତ୍ର, ଅଶୋକ ବେହେରା, ଚିତ୍ତରଞ୍ଜନ ସାହୁ, ନିଲୁ ସୁବୁଦ୍ଧି, ଜିତେନ୍ଦ୍ର ସାହୁ, ଦିଲୀପ ବେହେରା, କେ. ମନବୋଧ ନାୟକ, ଆଲୋକ ସାହୁ,ବିକାଶ ନାୟକ ଙ୍କ ସମେତ ସମସ୍ତ ଗ୍ରାମବାସୀ, ବୁଦ୍ଧିଜୀବୀ ବଣିକ ସଙ୍ଘ, ବୋଲବମ ସଙ୍ଘ ପୂଜା କମିଟି ଏହି କାର୍ଯ୍ୟକ୍ରମ ପାଇଁ ଜୋରଦାର ପ୍ରସ୍ତୁତୀ ଚଳାଇଛନ୍ତି ଏହି ଅବସରରେ ଜିଲାର ଗୁଞ୍ଜିବାଡି, ଡାଉଙ୍ଗିଆ,କେଲେମାହା, ଡାମିଗୁଡା ଏବଂ ଗ୍ରୀନବାଡିର ଦଣ୍ଡୁଆମାନେ ପହଞ୍ଚି ସିମନବାଡିରେ ଦଣ୍ଡଯାତ୍ରା ଓ ଦଣ୍ଡ ମିଳନ ରେ ସାମିଲ ହେବେ ବୋଲି କମିଟି ପକ୍ଷରୁ କୁହାଯାଇଛି ସେମାନଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ବରଣ ପୂଜା କରି ଦଣ୍ଡ ପତାକା ଗ୍ରାମକୁ ଅଣାଯାଇଥିବା ଓ ଏଥିପାଇଁ ଆବଶ୍ୟକ ବ୍ୟାପକ ବ୍ୟବସ୍ଥା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri