ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୭।୫(ଡି.ଏନ.ଏ.): ଦିଗପହଣ୍ଡି ଥାନା ଅନ୍ତର୍ଗତ କୁଶପଡା ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ପୋଲିସ ଗ୍ରାମର ବଡସାହିର ଏକ ଘରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ପୃକ୍ତ ଯୁବକର ଗୁପ୍ତାଙ୍ଗ ରକ୍ତ ସ୍ରାବ ସହ ବେକରେ ରଶିଲଗା ଚିହ୍ନ ଲାଗିଥିବା ଦେଖିବାକୁ ମିଳିଛି। ଘଟଣାଟି ହତ୍ୟା ନାଁ ଆତ୍ମହତ୍ୟା ପୋଲିସ ସ୍ପଷ୍ଟ ସୂଚନା ଦେଇନାହିଁ। ଅପରପକ୍ଷେ ମୃତକଙ୍କ ସ୍ତ୍ରୀ ତଦନ୍ତ କରି ସମ୍ପୃକ୍ତ ଅପରାଧିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲାରେ ଦାବି କରିଛନ୍ତି। ହତ୍ୟା ହେଉ କିମ୍ବା ଆତ୍ମହତ୍ୟା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାହାର ପକୃତ ରହସ୍ୟ ଜଣାପଡିବ ବୋଲି ଚିକିଟି ଏସ୍‌.ଡି.ପି.ଓ କୃଷ୍ଣ ଚନ୍ଦ୍ର ଭତ୍ରା କହିଛନ୍ତି। ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ ବ୍ରହ୍ମପୁର ସାଇଣ୍ଟିିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି।