ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୭।୫(ଡି.ଏନ.ଏ.): ଦିଗପହଣ୍ଡି ଥାନା ଅନ୍ତର୍ଗତ କୁଶପଡା ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ପୋଲିସ ଗ୍ରାମର ବଡସାହିର ଏକ ଘରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ପୃକ୍ତ ଯୁବକର ଗୁପ୍ତାଙ୍ଗ ରକ୍ତ ସ୍ରାବ ସହ ବେକରେ ରଶିଲଗା ଚିହ୍ନ ଲାଗିଥିବା ଦେଖିବାକୁ ମିଳିଛି। ଘଟଣାଟି ହତ୍ୟା ନାଁ ଆତ୍ମହତ୍ୟା ପୋଲିସ ସ୍ପଷ୍ଟ ସୂଚନା ଦେଇନାହିଁ। ଅପରପକ୍ଷେ ମୃତକଙ୍କ ସ୍ତ୍ରୀ ତଦନ୍ତ କରି ସମ୍ପୃକ୍ତ ଅପରାଧିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲାରେ ଦାବି କରିଛନ୍ତି। ହତ୍ୟା ହେଉ କିମ୍ବା ଆତ୍ମହତ୍ୟା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାହାର ପକୃତ ରହସ୍ୟ ଜଣାପଡିବ ବୋଲି ଚିକିଟି ଏସ୍‌.ଡି.ପି.ଓ କୃଷ୍ଣ ଚନ୍ଦ୍ର ଭତ୍ରା କହିଛନ୍ତି। ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ ବ୍ରହ୍ମପୁର ସାଇଣ୍ଟିିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ: ଏଲ. ଗୋପାଳ ସଭାପତି ଏବଂ ସମ୍ପାଦକ ହେଲେ…

ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ): ଛତ୍ରପୁର ଓକିଲ ସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ…

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ବେଆଇନ ଭାବେ ଚାଲିଥିଲା ଚିକିତ୍ସା-ଅପରେସନ: ସାହାରା ନର୍ସିଂ ହୋମ ସିଲ, ପୁଣି ଜେଲ ଗଲେ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri