ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ଧର୍ମଶାଳା,୨୨ା୮(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ପଞ୍ଚାୟତ କଣିପାଟିଆ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଣିପାଟିଆ ଗ୍ରାମର ରାଜକିଶୋର ମଲିକ (୩୨)। ରାଜକିଶୋର ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି। ରବିବାର ସନ୍ଧ୍ୟାରେ ଘରେ ବିଦ୍ୟୁତ୍‌ ତାର ମରାମତି କରୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଟଳିପଡିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଧର୍ମଶାଳା ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ସୋମବାର ବଡ଼ଚଣା ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଛି।