ବଘିଆପଡ଼ା,୭ା୭(ଶ୍ରୀକାନ୍ତ ସାହୁ): ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଜହ୍ନାପଙ୍କ-ଖଲିଆପାଲି ରାସ୍ତାର ତାଳଗରୀ ଛକରେ ରବିବାର ରାତିରେ ଏକ ବାଇକ ଆରୋହୀ ବିଜାପଦର ଗ୍ରାମକୁ ଯାଉଥିବା ସମୟରେ ଏକ ନିମ୍ବ ଗଛରେ ପିଟି ହେବାରୁ ବାଇକ ଆରୋହୀ ଗୁରୁତର ହୋଇଥିଲେ। ବିଜାପଦର ଗ୍ରାମର ସିଦ୍ଧାନ୍ତ ମହାପାତ୍ର (୧୯) ତାଙ୍କ ବାଇକ୍ ନଂ ଓଡି ୩୧ ସି ୨୨୪୬ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ନିମ୍ବଗଛରେ ପିଟିହୋଇ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ପଠାଇଥିଲେ l ସେଠାରେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ବଘିଆପଡ଼ା ଫାଣ୍ଡି ଅଧିକାରୀ ବ୍ରହ୍ମlନନ୍ଦ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିବା ସୂଚନା ମିଳିଛି।


