ନାବାଳିକାଙ୍କୁ ବଳାତ୍କାର କରି ବନ୍ଧା ହେଲେ ଯୁବକ

ବାଲିଗୁଡା,୨୬।୨(ସଞ୍ଜୟ କୁମାର ପାଣିଗ୍ରାହୀ): ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ବାଲିଗୁଡ଼ା ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅଧୀନ ପାଙ୍ଗାପଡ଼ା ଗ୍ରାମର ସପନ ପାଟ୍ଟମାଝୀ।

ଅଭିଯୋଗ ମୁତାବକ, ସପନ ଘର ନିର୍ମାଣ କାମ କରିବାକୁ ଗୁମୁଡୁମାହାରୁ ଯାଇଥିଲେ। ସେଠାରେ ଜଣେ ୧୭ ବର୍ଷିୟ ନାବାଳିକାଙ୍କ ସହ ତାଙ୍କର ସମ୍ପର୍କ ହୋଇଥିଲା। ହେଲେ ଡିସେମ୍ବର ୨୬ ତାରିଖରେ ସପନ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ପରେ ନାବାଳିକାଙ୍କୁ ବଳାତ୍କାର କରି ବାଲିଗୁଡ଼ାରେ ଆଣି ଛାଡ଼ି ଚାଲିଯାଇଥିଲେ। ପୀଡିତା ଘରକୁ ଆସି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ଲୋକେ ବାଲିଗୁଡ଼ା ଥାନାରେ ଏକ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ବାଲିଗୁଡ଼ା ଥାନା ପୋଲିସ ଧାରା ୩୭୬(୧), ୩୬୩, ୫୦୬ ଓ ଆଇପିସି ୬ ପୋକ୍ସୋ ଦଫା ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ପରେ ପାଙ୍ଗାପଡ଼ା ଗ୍ରାମରୁ ଅଭିଯୁକ୍ତ ସପନଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

ଅସ୍ତ୍ରଶସ୍ତ୍ର ସହ ପୋଲିସ ଆଗରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ଫୁଲବାଣୀ,୬।୨: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଙ୍ଗଠନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାନେଇ କନ୍ଧମାଳ ପୋଲିସ ନିକଟରେ ଶୁକ୍ରବାର ୪ଜଣ ମାଓବାଦୀ…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା: ଗିରଫ ଭୟରେ ଆଗୁଆ ଜାମିନ ଆବେଦନ ପରେ ଏବେ…

ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ…

ବରଗଡ଼ ସିଭିଲ କୋର୍ଟକୁ ବୋମା ଧମକ, ଛାନିଆ ହୋଇ ବାହାରକୁ ଚାଲିଆସିଲେ…

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ଶୁକ୍ରବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି।…

କେରଳରେ ଯୁବ ଚାଷୀଙ୍କ ମୃତ୍ୟୁ ଘଟଣା: ପ୍ରଶାସନ ପରେ ବଢୁଛି ସହାୟତାର ହାତ

ଲୋଇସିଂହା,୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସନଅଗାଁ(କ) ଗ୍ରାମର ଯୁବ ଚାଷୀ ବଳରାମ ପଧାନ ତାଙ୍କ ଖରିଫ ଧାନ ବିକ୍ରି ଟଙ୍କା କୌଣସିକାରଣବଶତଃ କେରଳରେ ଥିବା…

ଯାତ୍ରା ମାଲିକ ନାଣ୍ଡୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସାଇଙ୍କ ମା’, କହିଲେ ମୋ ପୁଅକୁ…

ଭୁବନେଶ୍ୱର,୬।୨: ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କ ପିଛା ଛାଡ଼ୁନାହିଁ ବିବାଦ। ପୁଣି ଥରେ ବିବାଦର ଅଡ଼ୁଆ ସୂତାରେ ଛନ୍ଦି ହୋଇଛନ୍ତି ତୁଳସୀ ଗଣନାଟ୍ୟର ମାଲିକ…

ଯାତ୍ରା ମଝିରେ ଷ୍ଟେଜ୍‌ରେ ଗଳିପଡିଲେ ସାଇ, ରାତି ଅଧରେ ଗଲେ ମେଡିକାଲ

ଭୁବନେଶ୍ୱର,୬।୨: ଅସୁସ୍ଥ ହେଲେ ତୁଳସୀ ଗଣନାଟ୍ୟର ମୁଖ୍ୟ ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡା। ଅଧାରୁ ବନ୍ଦ ହେଲା ଯାତ୍ରା। ଯାତ୍ରା ଅଧାରୁ ସାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…

ଅବକାରୀ ଥାନାଠାରୁ ଅନତି ଦୂରରେ ଚାଲିଛି ଚୋରାମଦ କାରବାର, ପ୍ରତିବାଦରେ ମହିଳା…

ଧର୍ମଶାଳା,୬ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳର ଶତାଧିକ ମହିଳା ଚୋରା ମଦ ବିକ୍ରି ପ୍ରତିବାଦରେ ଧର୍ମଶାଳା ଅବକାରୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜାରକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri