ନଭେମ୍ବର ମାସରେ ମହଙ୍ଗା ହେଲା ନିରାମିଷ ଥାଳି, ବାଲାନ୍ସ ବିଗାଡିଲେ ଆଳୁ ଟମାଟର

ନୂଆଦିଲ୍ଲୀ,୫ା୧୨: ଟମାଟୋ ଏବଂ ଆଳୁର ମୂଲ୍ୟରେ ବୃଦ୍ଧି ହେତୁ ଘରୋଇ ଶାକାହାରୀ ଥାଳି ନଭେମ୍ବର ମାସରେ ଏକ ବର୍ଷ ପୂର୍ବ ତୁଳନାରେ ସାତ ପ୍ରତିଶତ ମହଙ୍ଗା ହୋଇଛି। ରେଟିଂ ଏଜେନ୍ସି ସିଆରଆଇଏସଆଇଏଲ’ର ମାସିକ ‘ରୁଟି ଚାଉଳ ହାର’ ରିପୋର୍ଟରେ କୁହାଯାଇଛି ଯେ ନଭେମ୍ବର ମାସରେ ଶାକାହାରୀ ଥାଳିର ମୂଲ୍ୟ ବାର୍ଷିକ ସାତ ପ୍ରତିଶତ ବୃଦ୍ଧି ହୋଇ ୩୨.୭ ଟଙ୍କା ହୋଇଛି।

ଏଥିସହିତ ଅଣ-ଶାକାହାରୀ ଥାଳିର ମୂଲ୍ୟ ଦୁଇ ପ୍ରତିଶତ ବୃଦ୍ଧି ପାଇଛି। ଶାକାହାରୀ ଥାଳି ମହଙ୍ଗା ହେବାର ମୁଖ୍ୟ କାରଣ ହେଉଛି ଟମାଟୋ ମୂଲ୍ୟରେ ୩୫ ପ୍ରତିଶତ ଏବଂ ଆଳୁ ମୂଲ୍ୟରେ ୫୦ ପ୍ରତିଶତ ବୃଦ୍ଧି। ଗତ ମାସରେ ଟମାଟୋର ମୂଲ୍ୟ କିଲୋଗ୍ରାମରେ ୬୦ ଟଙ୍କା ଏବଂ ଆଳୁର ମୂଲ୍ୟ ଓଡ଼ିଶାରେ ୫୦ ପାର କରିଛି।

ଏହା ବ୍ୟତୀତ ଡାଲି ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି ମଧ୍ୟ ଦେଖିବାକୁ ମିଳିଥିଲା ​​ଜ୍ଝ ତେବେ ଡିସେମ୍ବର ମାସରେ ନୂତନ ଫସଲର ଆଗମନ ହେତୁ ଏହି ଦ୍ରବ୍ୟର ମୂଲ୍ୟ ହ୍ରାସ ହେବାର ସମ୍ଭାବନା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ନଭେମ୍ବରରେ ଆମଦାନୀ ଶୁଳ୍କ ବୃଦ୍ଧି ହେତୁ ପନିପରିବା ତେଲର ମୂଲ୍ୟ ମଧ୍ୟ ୧୩ ପ୍ରତିଶତ ବୃଦ୍ଧି ପାଇଥିଲା। ଅନ୍ୟପଟେ ଏଲପିଜି ମୂଲ୍ୟ ହ୍ରାସ ହେତୁ ଇନ୍ଧନ ମୂଲ୍ୟ ୧୧ ପ୍ରତିଶତ ହ୍ରାସ ପାଇଛି। ଯାହା ଘରୋଇ ଖାଦ୍ୟର ମୂଲ୍ୟ ଉପରେ ଚାପ ହ୍ରାସ କରିବାରେ ସାହାଯ୍ୟ କରିଥିଲା।

ଗତ ମାସରେ, ଅଣ ଶାକାହାରୀ ଥାଳିର ମୂଲ୍ୟ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି ହୋଇ ୬୧.୫ ଟଙ୍କା ହୋଇଛି। ଏହି ଅବଧି ମଧ୍ୟରେ ବ୍ରଏଲର ଚିକେନ୍‌ର ମୂଲ୍ୟ ତିନି ପ୍ରତିଶତ ବୃଦ୍ଧି ପାଇଛି। ଅଣ-ଶାକାହାରୀ ଥାଳି ହିସାବରେ, ବ୍ରୋଏଲର ଓଜନ ୫୦ ପ୍ରତିଶତ।

ତେବେ ଅକ୍ଟୋବର ତୁଳନାରେ ଶାକାହାରୀ ଥାଳି ମୂଲ୍ୟରେ ଦୁଇ ପ୍ରତିଶତ ହ୍ରାସ ଘଟିଥିଲା, ଯାହା ପଛରେ ଟମାଟୋ ମୂଲ୍ୟରେ ମାସିକ ୧୭ ପ୍ରତିଶତ ହ୍ରାସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସେପଟେ ଅଣ-ଶାକାହାରୀ ଥାଲିର ମୂଲ୍ୟ ସ୍ଥିର ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

SCB ଅଗ୍ନିକାଣ୍ଡ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ, ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୧୮।୩(ସୁନିତ୍‌ ମିଶ୍ର): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ…

ଇଶାନ କିଷାନଙ୍କୁ ବଡ ଦାୟିତ୍ୱ ଦେଲା ସନରାଇଜର୍ସ ହାଇଦ୍ରାବାଦ, କମିନ୍ସଙ୍କ ଅନୁପସ୍ଥିତିରେ…

ହାଇଦ୍ରାବାଦ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୬ ସିଜନ ଆରମ୍ଭ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ (SRH) ଏକ ବଡ଼ ଘୋଷଣା କରିଛି। ଦଳର ନିୟମିତ ଅଧିନାୟକ ପ୍ୟାଟ୍…

ଚାଇନା ଠୁ ତେଲ ଜାହାଜ ଛଡାଇ ଆଣିଲା ଭାରତ! ରୁଷିଆ ସହ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୧୮।୩; ୟୁକ୍ରେନରେ ସଂଘର୍ଷ ମଧ୍ୟରେ, ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି। ଭାରତ ଏବେ ମସ୍କୋରୁ ତୈଳ ଆମଦାନୀ ଦ୍ୱିଗୁଣିତ କରିଛି। ଏହି ସମୟରେ,…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri