Posted inଜାତୀୟ

‘ତୁମର ସମୟ ଆସିବ’: କରାଚୀ ଆକ୍ରମଣ ଅଟକାଇବା ପଛରେ ଏପରି ଥିଲା ମୋଦିଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୧୦।୮: ମେ ୧୦ ସକାଳେ ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟକଳାପ ସମୀକ୍ଷା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଅମର ପ୍ରୀତ ସିଂଙ୍କୁ ସେମାନଙ୍କ ଭୂମିକା ପାଇଁ ପ୍ରଶଂସା କରିଥିଲେ। ଏହାପରେ ନୌସେନା ମୁଖ୍ୟ ଆଡ଼ମିରାଲ ଦିନେଶ ତ୍ରିପାଠୀଙ୍କୁ ସମ୍ବୋଧିତ କରି ମୋଦି କହିଥିଲେ, “ଆମେ ତୁମ ମୁହଁରୁ ଖାଦ୍ୟ ଛଡ଼ାଇ ନେଇଛୁ, କିନ୍ତୁ ତୁମର ସମୟ ଆସିବ),” ବୋଲି ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ କରିଛି।

ଏହି ମନ୍ତବ୍ୟ ଭାରତୀୟ ନୌସେନାକୁ କରାଚୀ ବନ୍ଦର ଉପରେ ବ୍ରହ୍ମୋସ ମିସାଇଲ ଆକ୍ରମଣରୁ ଅଟକାଇବା ପରେ ଆସିଥିଲା। ପାକିସ୍ତାନର ପ୍ରତିଶୋଧମୂଳକ ମିସାଇଲ ଆକ୍ରମଣର ଆଶଙ୍କା ସତ୍ତ୍ୱେ ମୋଦି ତିନି ସେନା ମୁଖ୍ୟଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ ଏବଂ ସବୁଠୁ ଖରାପ ପରିସ୍ଥିତି ପାଇଁ ପ୍ରସ୍ତୁତ ଥିଲେ। ରିପୋର୍ଟ ଅନୁଯାୟୀ, ସେନା ମୁଖ୍ୟମାନେ ସନ୍ଦେହରେ ଥିଲେ, କିନ୍ତୁ ମୋଦି ଦୃଢ଼ ରହିଥିଲେ।

ମେ ୭-୧୦ ସଂଘର୍ଷରେ ପାକିସ୍ତାନର କ୍ଷତି:
ରାୱଲପିଣ୍ଡିର ଚକଲାଲା ଏୟାରବେସରେ ସି-୧୩୦ ହରକ୍ୟୁଲିସ ବିମାନ ରଖାଯାଇଥିବା ହ୍ୟାଙ୍ଗାର ଧ୍ୱଂସ।
ଜାକୋବାବାଦରେ ଦୁଇଟି ଏଫ-୧୬ ବିମାନ ନଷ୍ଟ।
ମେ ୧୦ ସକାଳ ୨:୩୦ରେ ନୂର ଖାନ (ଚକଲାଲା) ଆକ୍ରମଣରେ ପାକିସ୍ତାନ ବାୟୁସେନାର ଉତ୍ତର ନିୟନ୍ତ୍ରଣ ବ୍ୟବସ୍ଥା ଅକାମୀ।
ଭାରତୀ ସେନାର ଏମ୭୭୭ ଏକ୍ସକାଲିବର ଶେଲ୍‌ ଓ ୱାର୍ମେଟ ମିସାଇଲ ଯୋଗୁ ପାକିସ୍ତାନୀ ସୈନ୍ୟ ଏଲଓସି ପୋଷ୍ଟ ଛାଡ଼ି ପଳାଇଥିଲେ।
ଏକ ଏସ-୪୦୦ ମିସାଇଲ ପାକିସ୍ତାନରେ ୩୧୫ କିଲୋମିଟର ଭିତରେ ସାବ ଏଇଡବ୍ଲୁଇଏଣ୍ଡସି ପ୍ଲାଟଫର୍ମ ଧ୍ୱଂସ କରିଥିଲା।
ପାକିସ୍ତାନ ନୌସେନାର ଅଧିକାଂଶ ଜାହାଜ ଗ୍ୱାଦାରକୁ ପଳାଇଥିଲେ।

କେତେକ ସମାଲୋଚକ ଆମେରିକାର ଚାପରେ ଆକ୍ରମଣ ଅଟକାଯାଇଥିବା ଦାବି କରିଥିଲେ ମଧ୍ୟ, ରିପୋର୍ଟ ଅନୁଯାୟୀ ସମସ୍ତ ଉଦ୍ଦେଶ୍ୟ ପୂରଣ ପରେ ମେ ୧୦ ମଧ୍ୟାହ୍ନରେ ଭୋଲାରୀ ଏୟାରବେସରେ ଶେଷ ବ୍ରହ୍ମୋସ ଆକ୍ରମଣ ହୋଇଥିଲା। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିର, ଯିଏ ୨୦୧୯ ପୁଲଓ୍ୱାମା ଓ ୨୦୨୫ ପହଲଗାମ ଆକ୍ରମଣ ସମୟରେ ଦାୟିତ୍ୱରେ ଥିଲେ, ସେ ପୁନର୍ବାର କାଶ୍ମୀର କିମ୍ବା ଭାରତୀୟ ଭୂମିରେ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ବୋଲି ରିପୋର୍ଟରେ ଆଶଙ୍କା ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ଆଧାରକାର୍ଡ କରିଦେବେ କହି ଦିବ୍ୟାଙ୍ଗଙ୍କ ନାଁରେ ଲୋନ କରି କିଣିନେଲେ ଗାଡ଼ି, ସରକାରୀ ସାହାଯ୍ୟ ଦେବା ଆଶାରେ…

ଧର୍ମଶାଳା,୩୦।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଅନଗ୍ରସର ବ୍ୟକ୍ତି ଦୁର୍ଯ୍ୟୋଧନ ମଳିକ ଠକାମିର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

କାର୍‌ ରେସିଂର କରୁଣ ପରିଣତି: ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କାଦେଇ ବାଇକ୍‌, ସ୍କୁଟି ଉପରକୁ ମାଡ଼ିଗଲା କାର୍‌

ସମ୍ବଲପୁର,୨୪୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ବଜାର ଛକରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର(ନଂ.ଓଡି୧୫ଇ-୫୩୫୪) ଦ୍ରୁତଗତିରେ ଆସି ଅଇଁଠାପାଲି ଦୈନିକ ବଜାର ଛକ ରାସ୍ତା…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ଚଢାଉ କରି ବିପୁଳ ପରିମାଣର କାଠ ଜବତ କଲା ବନବିଭାଗ, କାଠର ଆନୁମାନିକ ମୂଲ୍ୟ ହେବ…

ମୋହନା,୩୦।୧( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ମୂଲ୍ୟବାନ କାଠ ଗଣ୍ଡି ଜବତ ହୋଇଛି। ଗୁରୁବାର ବିଳମ୍ବିତ…

ଖରାଦିନ ଆରମ୍ଭରୁ ସମସ୍ୟା: ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ୟୁବ୍‌ୱେଲରୁ ବାହାରୁଛି ଲୁଣାପାଣି

କେନ୍ଦ୍ରାପଡ଼ା,୩୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୯ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଅବଧି ବହୁ ପୂର୍ବରୁ ସରିଛି। ମାତ୍ର ଗୋଟିଏ ବି ପ୍ରକଳ୍ପ ଅଦ୍ୟାବଧି ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri