ଅର୍ଥନୈତିକ କରିଡୋର ବାହାନାରେ ଯୁବତୀ ଚୋରା ଚାଲାଣ ର଼୍ୟାକେଟ…

ଇସଲାମାବାଦ/ବେଜିଂ, ୩୧।୩ : କରୋନା ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସହ ଜଡିତ ପ୍ରକଳ୍ପ ପାଇଁ ଚାଇନାର ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏଥି ସହିତ, ପାକିସ୍ତାନର ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଯୁବତୀମାନଙ୍କର ଚୋରା ଚାଲାଣ ର଼୍ୟାକେଟ ସକ୍ରିୟ ହେବାରେ ଲାଗିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯୁବତୀମାନଙ୍କୁ ଚାଇନା ପଠାଯାଉଛି।

ଚାଇନାର ଶ୍ରମିକମାନେ ପାକିସ୍ତାନକୁ ଆସି ପାକିସ୍ତାନୀ ଯୁବତୀମାନଙ୍କୁ ପ୍ରେମରେ ଫାନ୍ଦରେ ପକାଇ ବିବାହ କରୁଛନ୍ତି । ଚାଇନା ଯୁବକ ନକଲି କମ୍ପାନୀ କିମ୍ବା ବ୍ୟବସାୟ ନାମରେ କାଗଜପତ୍ର ନେଇ ପାକିସ୍ତାନକୁ ଆସୁଛନ୍ତି। ସେମାନଙ୍କର ଉଦ୍ଦେଶ୍ୟ ହେଉଛି ନିଜ ପାଇଁ କନ୍ୟା କିଣିବା। ‘ସିପିଇସି ପ୍ରକଳ୍ପ ବାହାନାରେ ନାମରେ କନ୍ୟା ଚୋରା ଚାଲାଣ’ ଶୀର୍ଷକ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ପାକିସ୍ତାନୀଚ ଚାଇନା ଯୁବକ ଭାରତୀୟ ମୁଦ୍ରାରେ ଅଢ଼େଇ ଲକ୍ଷରୁ ଚାରି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଇ ଗରିବ ପାକିସ୍ତାନୀ ପରିବାରର ଯୁବତୀଙ୍କୁ କିଣି ନେଉଛନ୍ତି।

ସମ୍ପ୍ରତି, ମୁସଲମାନ ଯୁବତୀମାନଙ୍କୁ ପାକିସ୍ତାନରେ ଅଣ-ମୁସଲମାନ ପୁରୁଷଙ୍କୁ ବିବାହ କରିବା ଉପରେ ଶରିୟା ନିୟମ ଅନୁଯାୟୀ ପ୍ରତିବନ୍ଧକ ଲଗାଯାଇଛି। କନ୍ୟା କିଣିବାକୁ ଆସିଥିବା ଅଣ-ମୁସଲମାନ ଚାଇନିଜମାନଙ୍କ ପାଇଁ ଏହା ଏକ ସମସ୍ୟା ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ଖ୍ରୀଷ୍ଟିଆନ ଯୁବତୀମାନଙ୍କୁ ସେମାନେ ଟାର୍ଗେଟ କରୁଛନ୍ତି। ଖ୍ରୀଷ୍ଟିଆନ କାର୍ଯ୍ୟକର୍ତ୍ତାଙ୍କ ଅନୁଯାୟୀ, ପ୍ରତିବର୍ଷ ପଞ୍ଜାବର ଗୁଜରାନୱାଲା ଠାରୁ ୭୫୦ ରୁ ୧୦୦୦ ପର୍ଯ୍ୟନ୍ତ ଯୁବତୀଙ୍କୁ କିଣାଯାଇ ଚାଇନା ନିଆଯାଉଛି। ବିକ୍ରି ହେଉଥିବା ଯୁବତୀମାନେ ଚାଇନିଜ ଭାଷା ଜାଣନ୍ତି ନାହିଁ। ଚାଇନାର ସଂସ୍କୃତି ବିଷୟରେ ସେମାନଙ୍କର କୌଣସି ଧାରଣା ମଧ୍ୟ ନାହିଁ।

ଚାଇନାରେ ଏହି ଯୁବତୀମାନଙ୍କୁ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ମଧ୍ୟ ହେଉଛି। ବେଳେ ଚାଇନାରେ ସେମାନଙ୍କ ପ୍ରତି ଗଣଦୁଷ୍କର୍ମ କରାଯାଉଛି। ତେବେ ଚାଇନା ଅଧିକାରୀମାନେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri