ଧନୁଯାତ୍ରା ଦେଖିବାକୁ ଯାଇ ଗଣବଳାତ୍କାର! ସାମ୍ନାକୁ ଆସିଲା ଫୋନ କଲ୍‌ ଅଡିଓ

ବରଗଡ଼,୧୬।୧(ପ୍ରେମାନନ୍ଦ ଖମାରୀ) ବରଗଡ଼ ଧନୁଯାତ୍ରା ସରିବା ପରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗତ ରବିବାର ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସି ନିଖୋଜ ହୋଇଥିବା ଜଣେ ଯୁବତୀ(୨୪)ଙ୍କୁ ମଙ୍ଗଳବାର ରକ୍ତ ଜୁଡୁବୁଡୁ ଅବସ୍ଥାରେ ବରଗଡ଼ ଜିଲା କୁର୍ଲା ଗ୍ରାମ ନିକଟ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଦୀର୍ଘ ୪୮ ଘଣ୍ଟା ମୃତ୍ୟୁ ସହ ସଂଗ୍ରାମ ପରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ପଠାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୀମସାର୍‌, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେ ବୁର୍ଲା ଡାକ୍ତରଖାନା ଶଲ୍ୟ ବିଭାଗରେ ଚିକିତ୍ସାଧୀନ ଅଛନ୍ତି। ପୀଡ଼ିତା ସଂଜ୍ଞାହୀନା ଥିବା ଯୋଗୁ ତାଙ୍କ ବୟାନ ମିଳିପାରି ନାହିଁ। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ଅପହରଣ କରି କିମ୍ବା ଅନ୍ୟ କୌଣସି ସ୍ଥାନକୁ ନେବା ପରେ ସେଠାରେ ଗଣବଳାତ୍କାର କରାଯାଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି।

ଏହି ଘଟଣାରେ ବୁଧବାର ପୀଡିତାଙ୍କ ପରବିର ଲୋକ ବୁଦବାର ବରଗଡ ଟାଉନ ତାନାରେ ଏତଲା ଦେଇଛନ୍ତି। ପୀଡିତାଙ୍କା ମାଆ ସାଂଘାତିକ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ ଝିଅଙ୍କୁ ବଳାତ୍କାର ଓ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରି ଜଙ୍ଗଲରେ ଫିଙ୍ଗିଦିଆଯାଇଛି। ମାମଲାରେ ଜଡିତ ଦୋଷୀଙ୍କୁ ଶୀଘ୍ର ଗିରଫ କରିବାକୁ ସେ ଦାବି କରିଛନ୍ତି। ତେବେ ଘଟଣାକୁ ଗୁରୁତ୍ତର ନେଇ ବରଗଡ ଏସପି ଅଭିଯୁକ୍ତଙ୍କୁ ଧରିବାଲାଗି ୫ଟି ଟିମ୍‌ ଗଠନ କରିଛନ୍ତି। ସୂଚନା ମିଳିଛି କି, ଜଣେ ଯୁବକଙ୍କୁ ପୋଲିସ ଜେରା କରୁଥିବାବେଳେ ମୁଖ୍ୟ ଅଭିଯୁକ୍ତ ଏବେ ଫେରାର୍‌ ରହିଛି। ବରଗଡ଼ ଏସପି ପ୍ରହ୍ଲାଦ ସାହାଇ ମିନାଙ୍କ କହିବାନୁସାରେ, ଯୁବତୀଙ୍କ ସହ ବଳାତ୍କାର ହୋଇଥିବା ନେଇ କିଛି ସ୍ପଷ୍ଟ ଜଣାପଡ଼ିନାହ। ମେଡିକାଲ ରିପୋର୍ଟ ଆସିବା ପରେ ହିଁ ସେ ସଂପର୍କରେ ସ୍ପଷ୍ଟ ହେବ। ଥାନାରେ ପରିବାର ଲୋକ ଯେଉଁ ଏତଲା ଦେଇଛନ୍ତି, ସେଇ ଅନୁସାରେ ମାମଲା ରୁଜୁ କରାଯିବ ବୋଲି ଏସପି କହିଛନ୍ତି।

ଏହି ଘଟଣା ଭିତରେ ଏକ ଫୋନ କଲ୍‌ ସାମନାକୁ ଆସିଛି। ଯୁବତୀଙ୍କ ମୋବାଇଲରୁ ଶେଷ ଫୋନ କଲ ଜଣେ ଣେ ଯୁବକ କରିଥିଲେ। ଯାହାର ଅଡିଓ ଏ ଏବେ ସାମ୍ନାକୁ ଆସିଛି। ଅଡିଓରେ ପରିବାରବର୍ଗଙ୍କୁ ଜଣେ ଯୁବକ ତାଙ୍କ ଝିଅ କୁର୍ଲା ଜଙ୍ଗଲରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା କହୁଛନ୍ତି । ୧୫ରୁ ୨୦ ଜଣ ଲୋକ ଆସି ଖୋଜାଖୋଜି କରି ଡାକ୍ତରଖାନା ନେବାକୁ ସେ କହୁଛନ୍ତି । ଏହାସହ ଶୀଘ୍ର ନ ଆସିଲେ ଯୁବତୀଙ୍କ କିଛି ବି ହୋଇପାରେ ବୋଲି କହୁଛନ୍ତି। ଏକ ବାଉଁଶବୁଦା ନିକଟରେ ଯୁବତୀ ପଡ଼ିଥିବା କହିବା ସହ ସେ ଆସିବାରୁ ଦୁର୍ବୃତ୍ତମାନେ ଫେରାର ମାରିଥିବା ସେ କହୁଛନ୍ତ। ତେବେ ଏହି ଫୋନ କଲଟି କାହାର ଥିଲା, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି।

ପ୍ରକାଶ ଯେ, ପୀଡ଼ିତା ଗତ ୧୨ତାରିଖରେ ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସିଥିଲେ, କିନ୍ତୁ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କ ମୋବାଇଲକୁ ଫୋନ୍‌ କରିବାରୁ ପୀଡ଼ିତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା। ଫଳରେ ସେମାନେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପୀଡ଼ିତାଙ୍କ ପତ୍ତା ମିଳି ନଥିଲା। ଅନ୍ୟପଟେ କିଛି ସମୟ ପରେ ପୀଡ଼ିତାଙ୍କ ନମ୍ବରରୁ ତାଙ୍କ ପରିବାରଙ୍କ ଅନ୍ୟଜଣେ ସଦସ୍ୟଙ୍କୁ କେହିଜଣେ ଫୋନ କରିଥିଲେ ଏବଂ ଯୁବତୀ ଜଣକ କୁର୍ଲା ଜଙ୍ଗଲରେ ପଡ଼ିଥିବା ସୂଚନା ଦେଇଥିଲେ। ଅପରପକ୍ଷେ ମଙ୍ଗଳବାର ସକାଳେ ଯୁବତୀ ଜଣକ କୁର୍ଲା ଜଙ୍ଗଲ ଭିତରେ ପଡ଼ିଥିବା ନେଇ ଜଣେ ଯୁବକ ଫୋନ କରିଥିଲେ। ତାଙ୍କ ସୂଚନାକୁ ଆଧାର କରି ପରିବାର ଲୋକେ ଘଟଣାସ୍ଥଳରୁ ଯୁବତୀଙ୍କୁ ଉଦ୍ଧାର କରି ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri