ଧନୁଯାତ୍ରା ଦେଖିବାକୁ ଯାଇ ଗଣବଳାତ୍କାର! ସାମ୍ନାକୁ ଆସିଲା ଫୋନ କଲ୍‌ ଅଡିଓ

ବରଗଡ଼,୧୬।୧(ପ୍ରେମାନନ୍ଦ ଖମାରୀ) ବରଗଡ଼ ଧନୁଯାତ୍ରା ସରିବା ପରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗତ ରବିବାର ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସି ନିଖୋଜ ହୋଇଥିବା ଜଣେ ଯୁବତୀ(୨୪)ଙ୍କୁ ମଙ୍ଗଳବାର ରକ୍ତ ଜୁଡୁବୁଡୁ ଅବସ୍ଥାରେ ବରଗଡ଼ ଜିଲା କୁର୍ଲା ଗ୍ରାମ ନିକଟ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଦୀର୍ଘ ୪୮ ଘଣ୍ଟା ମୃତ୍ୟୁ ସହ ସଂଗ୍ରାମ ପରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ପଠାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୀମସାର୍‌, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେ ବୁର୍ଲା ଡାକ୍ତରଖାନା ଶଲ୍ୟ ବିଭାଗରେ ଚିକିତ୍ସାଧୀନ ଅଛନ୍ତି। ପୀଡ଼ିତା ସଂଜ୍ଞାହୀନା ଥିବା ଯୋଗୁ ତାଙ୍କ ବୟାନ ମିଳିପାରି ନାହିଁ। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ଅପହରଣ କରି କିମ୍ବା ଅନ୍ୟ କୌଣସି ସ୍ଥାନକୁ ନେବା ପରେ ସେଠାରେ ଗଣବଳାତ୍କାର କରାଯାଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି।

ଏହି ଘଟଣାରେ ବୁଧବାର ପୀଡିତାଙ୍କ ପରବିର ଲୋକ ବୁଦବାର ବରଗଡ ଟାଉନ ତାନାରେ ଏତଲା ଦେଇଛନ୍ତି। ପୀଡିତାଙ୍କା ମାଆ ସାଂଘାତିକ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ ଝିଅଙ୍କୁ ବଳାତ୍କାର ଓ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରି ଜଙ୍ଗଲରେ ଫିଙ୍ଗିଦିଆଯାଇଛି। ମାମଲାରେ ଜଡିତ ଦୋଷୀଙ୍କୁ ଶୀଘ୍ର ଗିରଫ କରିବାକୁ ସେ ଦାବି କରିଛନ୍ତି। ତେବେ ଘଟଣାକୁ ଗୁରୁତ୍ତର ନେଇ ବରଗଡ ଏସପି ଅଭିଯୁକ୍ତଙ୍କୁ ଧରିବାଲାଗି ୫ଟି ଟିମ୍‌ ଗଠନ କରିଛନ୍ତି। ସୂଚନା ମିଳିଛି କି, ଜଣେ ଯୁବକଙ୍କୁ ପୋଲିସ ଜେରା କରୁଥିବାବେଳେ ମୁଖ୍ୟ ଅଭିଯୁକ୍ତ ଏବେ ଫେରାର୍‌ ରହିଛି। ବରଗଡ଼ ଏସପି ପ୍ରହ୍ଲାଦ ସାହାଇ ମିନାଙ୍କ କହିବାନୁସାରେ, ଯୁବତୀଙ୍କ ସହ ବଳାତ୍କାର ହୋଇଥିବା ନେଇ କିଛି ସ୍ପଷ୍ଟ ଜଣାପଡ଼ିନାହ। ମେଡିକାଲ ରିପୋର୍ଟ ଆସିବା ପରେ ହିଁ ସେ ସଂପର୍କରେ ସ୍ପଷ୍ଟ ହେବ। ଥାନାରେ ପରିବାର ଲୋକ ଯେଉଁ ଏତଲା ଦେଇଛନ୍ତି, ସେଇ ଅନୁସାରେ ମାମଲା ରୁଜୁ କରାଯିବ ବୋଲି ଏସପି କହିଛନ୍ତି।

ଏହି ଘଟଣା ଭିତରେ ଏକ ଫୋନ କଲ୍‌ ସାମନାକୁ ଆସିଛି। ଯୁବତୀଙ୍କ ମୋବାଇଲରୁ ଶେଷ ଫୋନ କଲ ଜଣେ ଣେ ଯୁବକ କରିଥିଲେ। ଯାହାର ଅଡିଓ ଏ ଏବେ ସାମ୍ନାକୁ ଆସିଛି। ଅଡିଓରେ ପରିବାରବର୍ଗଙ୍କୁ ଜଣେ ଯୁବକ ତାଙ୍କ ଝିଅ କୁର୍ଲା ଜଙ୍ଗଲରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା କହୁଛନ୍ତି । ୧୫ରୁ ୨୦ ଜଣ ଲୋକ ଆସି ଖୋଜାଖୋଜି କରି ଡାକ୍ତରଖାନା ନେବାକୁ ସେ କହୁଛନ୍ତି । ଏହାସହ ଶୀଘ୍ର ନ ଆସିଲେ ଯୁବତୀଙ୍କ କିଛି ବି ହୋଇପାରେ ବୋଲି କହୁଛନ୍ତି। ଏକ ବାଉଁଶବୁଦା ନିକଟରେ ଯୁବତୀ ପଡ଼ିଥିବା କହିବା ସହ ସେ ଆସିବାରୁ ଦୁର୍ବୃତ୍ତମାନେ ଫେରାର ମାରିଥିବା ସେ କହୁଛନ୍ତ। ତେବେ ଏହି ଫୋନ କଲଟି କାହାର ଥିଲା, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି।

ପ୍ରକାଶ ଯେ, ପୀଡ଼ିତା ଗତ ୧୨ତାରିଖରେ ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସିଥିଲେ, କିନ୍ତୁ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କ ମୋବାଇଲକୁ ଫୋନ୍‌ କରିବାରୁ ପୀଡ଼ିତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା। ଫଳରେ ସେମାନେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପୀଡ଼ିତାଙ୍କ ପତ୍ତା ମିଳି ନଥିଲା। ଅନ୍ୟପଟେ କିଛି ସମୟ ପରେ ପୀଡ଼ିତାଙ୍କ ନମ୍ବରରୁ ତାଙ୍କ ପରିବାରଙ୍କ ଅନ୍ୟଜଣେ ସଦସ୍ୟଙ୍କୁ କେହିଜଣେ ଫୋନ କରିଥିଲେ ଏବଂ ଯୁବତୀ ଜଣକ କୁର୍ଲା ଜଙ୍ଗଲରେ ପଡ଼ିଥିବା ସୂଚନା ଦେଇଥିଲେ। ଅପରପକ୍ଷେ ମଙ୍ଗଳବାର ସକାଳେ ଯୁବତୀ ଜଣକ କୁର୍ଲା ଜଙ୍ଗଲ ଭିତରେ ପଡ଼ିଥିବା ନେଇ ଜଣେ ଯୁବକ ଫୋନ କରିଥିଲେ। ତାଙ୍କ ସୂଚନାକୁ ଆଧାର କରି ପରିବାର ଲୋକେ ଘଟଣାସ୍ଥଳରୁ ଯୁବତୀଙ୍କୁ ଉଦ୍ଧାର କରି ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଶାହରୁଖ ଖାନ ଜଣେ ବିଶ୍ୱାସଘାତକ: ଭାଜପା ନେତାଙ୍କ ବିବାଦୀୟ ବୟାନ

ଲକ୍ଷ୍ନୌ,୧।୧: ଉତ୍ତର ପ୍ରଦେଶର ମିରଟରେ ଭାରତୀୟ ଜନତା ପାର୍ଟିର ଫାୟାରବ୍ରାଣ୍ଡ ନେତା ସଙ୍ଗୀତ ସୋମ ଚଳଚ୍ଚିତ୍ର ଅଭିନେତା ଶାହରୁଖ ଖାନଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri