Posted inଫୁରସତ

ପ୍ରେମିକଙ୍କୁ ବିବାହ କରିବା ପାଇଁ ବାଂଲାଦେଶରୁ ଭାରତ ପହଁରି ପହଁରି ଆସିଲେ ଯୁବତୀ

ପ୍ରେମରେ ବହୁତ ଶକ୍ତି ଥାଏ ବୋଲି କୁହାଯାଏ। ଯଦି ପ୍ରେମ ସତ୍ୟ ତେବେ ଜଣେ ବ୍ୟକ୍ତି କିଛି ବି କରିପାରେ। ବାଂଲାଦେଶର ଜଣେ ଯୁବତୀ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି। ୨୨ ବର୍ଷୀୟା ଯୁବତୀ ବାଙ୍ଗଲାଦେଶରୁ ଭାରତକୁ ପହଁରି ପହଁରି ଆସିଥିଲେ।

ବର୍ତ୍ତମାନ ପ୍ରେମ ସହଜ ନୁହେଁ। ଯୁବତୀ ଜଣକ ପ୍ରମାଣ କରି ଦେଖାଇଛନ୍ତି ଯେ, ନଦୀ ହେଉ କି ଅଗ୍ନି ହେଉ ଏହାକୁ ଅତିକ୍ରମ କରିବାକୁ ପଡ଼ିବ। ଏହି ପ୍ରେମ କାହାଣୀ ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ୟୁଜରମାନେ ମଧ୍ୟ ଏହା କହିଛନ୍ତି ଯେ, ଫିଲ୍ମର ଗୀତ।‘ସାତ୍‌ ସମନ୍ଦର ପାର୍‌ କେ ମୈ ତେରେ ପିଛେ ପିଛେ ଆ ଗୟି’

ଉଭୟଙ୍କ ମଧ୍ୟରେ ଫେସ୍‌ବୁକ୍‌ରେ ପ୍ରେମ ହୋଇଥିଲା। ଯୁବତୀଙ୍କ ନାମ କୃଷ୍ଣା ମଣ୍ଡଳ। ସେ ବାଂଲାଦେଶର ଅଟନ୍ତି। ସେ ଭର୍ଚୁଆଲ ଦୁନିଆରେ ଫେସ୍‌ବୁକ୍‌ ମାଧ୍ୟମରେ ଭାରତର ଅଭିକ ମଣ୍ଡଳଙ୍କୁ ପ୍ରେମ କରି ବସିଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଏବଂ ପରେ ପ୍ରେମ। ଭାରତ ଆସିବା କୃଷ୍ଣାଙ୍କ ନିକଟରେ ପାସପୋର୍ଟ ଏବଂ ଆବଶ୍ୟକୀୟ କାଗଜପତ୍ର ନ ଥିଲା। ତେଣୁ ସେ ଜଳପଥକୁ ବାଝି ନେଇଥିଲେ। କ୍ରିଷ୍ଟା ସୁନ୍ଦରବନ ଜଙ୍ଗଲ ଦେଇ ଯିବାବେଳେ ପ୍ରାୟ ଏକ ଘଣ୍ଟା ଧରି ପହଁଣି ଭାରତରେ ପହଞ୍ଚିଥିଲେ। ଏଠାକୁ ଆସି ସେ କୋଲକାତାର କାଳୀଘାଟ ମନ୍ଦିରରେ ନିଜ ପ୍ରେମିକଙ୍କୁ ବିବାହ କରିଥିଲେ। ବେଆଇନ ଭାବେ ସୀମା ପାର କରିଥିବାରୁ ତାଙ୍କୁ ପୋଲିସ ଗିରଫ କରିଛି।

କୃଷ୍ଣାଙ୍କୁ ବାଂଲାଦେଶ ହାଇ କମିଶନଙ୍କୁ ହସ୍ତାନ୍ତର କରାଯାଇପାରିବ, କିନ୍ତୁ ଏହି ଖବର ଇଣ୍ଟରନେଟ୍‌ରେ ଆସିବା ମାତ୍ରେ ଲୋକଙ୍କ ସୃଜନଶୀଳତା ବଢ଼ିବାକୁ ଲାଗିଲା। ଜଣେ ୟୁଜର ଲେଖିଛନ୍ତ, ପ୍ରେମ ସୀମା ସରହଦ ଜାଣେ ନାହିଁ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି – ‘ସାତ୍‌ ସମନ୍ଦର ପାର୍‌ କେ ମୈ ତେରେ ପିଛେ ପିଛେ ଆ ଗୟି’। ସେହିପରି ଅନ୍ୟ ୟୁଜରମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri