ଗାଧୋଇବାବେଳେ ବନ୍ୟାଜଳରେ ବୁଡ଼ି ଯାଉଥିଲେ, ଯୁବତୀଙ୍କୁ…

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ)- ଗତ ଦୁଇ ଦିନ ତଳେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଘୋଡାହାଡ଼ ଜଳ ଭଣ୍ଡାର ଗେଟ ଖୋଲା ଯାଇ ବର୍ଷା ଜଳ ଛଡା ଯାଇଥିବା ବେଳେ ଋଷିକୁଲ୍ୟା ନଦୀ ଜଳସ୍ତର ବୃଦ୍ଧି ପାଇଥିଲା । ଏହି ପରିସ୍ଥିତିରେ ଖରଖରୀ ନାଳ ଓ ଋଷିକୁଲ୍ୟା ନଦୀରେ ମିଳନ ସ୍ଥଳରେ ଜଣେ ଯୁବତୀ ସ୍ନାନ କରୁଥିବା ବେଳେ ହଠାତ ପାଣି ସୁଅରେ ପଡି ଯାଇଥିଲେ। ସେଠାରେ ଥିବା ଲୋକମାନେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉଦ୍ଧାର ଯୁବତୀ ଜଣକ ହେଲେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଉମୁରୀ ଗ୍ରାମର ମୋହିନି ଗୌଡ଼ (୨୪)।

ଖବର ନେବାରେ ଜଣା ପଡିଛି ଶନିବାର ସକାଳେ ଯୁବତୀ ଜଣଙ୍କ ଋଷିକୁଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପ୍ରବଳ ସ୍ରୋତରେ ଭାଷୀ ଯାଇ ନଦୀ ଜଳରେ ବୁଡି ଯାଉଥିଲେ। ଏହି ସମୟରେ ତଳ ମୁଣ୍ଡରେ ଗାଧୋଉଥିବା ଲୋକେ ତାଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଉଚ୍ଚ ମାଧ୍ୟମିକ ଛାତ୍ରାବାସରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ

ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri