କେନ୍ଦୁଝର,୫।୮: କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।
ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ପଚରାଉଚରା କରୁଛି। ଅନ୍ୟପକ୍ଷେ ପୋଲିସ ଯୁବତୀଙ୍କ ଡାକ୍ତରମାଇନା କରିଥିବା ସୂଚନା ମିଳିଛି।


