Posted inଫୁରସତ

ଭୁଲ ଲଟେରୀ ଟିକେଟ କିଣି ନିରାଶ ହୋଇଥିଲେ ଯୁବତୀ, ଖୋଲିଗଲା ଭାଗ୍ୟ

ଭର୍ଜିନିଆ: ଏହି ଦୁନିଆରେ କେବେ, କିପରି ଏବଂ କେତେବେଳେ କାହାର ଭାଗ୍ୟ ବଦଳିବ ତାହା କେହି ଜାଣନ୍ତି ନାହିଁ। କେତେବେଳେ ଜଣେ ଅକ୍ଳାନ୍ତ ଚେଷ୍ଟା କରିବା ପରେ ମଧ୍ୟ ଜିତିପାରେ ନାହିଁ, ଆଉ କେତେବେଳେ ଗୋଟିଏ ଭୁଲ ଯୋଗୁଁ ଜଣେ ଜ୍ୟାକପଟ ପାଇଯାଏ। ଭର୍ଜିନିଆର ଜଣେ ମହିଳାଙ୍କ ସହିତ ଏମିତି କିଛି ଘଟିଥିଲା, ଯାହା ସେହି ମହିଳାଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ଘଟଣାହେଲା ଭର୍ଜିନିଆର ଜଣେ ମହିଳା ଭୁଲ ଲଟେରୀ ଟିକେଟ ପାଇବା ପରେ ଚିନ୍ତାରେ ପଡି ଯାଇଥିଲେ, କିନ୍ତୁ ସେହି ଭୁଲ ଲଟେରୀ ଟିକେଟ ତାଙ୍କୁ ୨ମିଲିୟନ ଡଲାର (ଭାରତୀୟ ଟଙ୍କାରେ ପ୍ରାୟ ୧୭କୋଟି ୩୨ଲକ୍ଷ ଟଙ୍କା)ର ଜ୍ୟାକପଟ ଜତାଇ ଦେଇଥିଲା।
ଫକ୍ସ ବିଜନେସ ରିପୋର୍ଟ ଅନୁଯାୟୀ, କ୍ୟାରୋଲଟନର ବାସିନ୍ଦା କେଲି ଲିଣ୍ଡସେ ଏକ ସ୍ଥାନୀୟ ଷ୍ଟୋରରୁ ଏକ ସ୍ବତନ୍ତ୍ର ସ୍କ୍ରାଚ-ଅଫ ଟିକେଟ ମାଗିଥିଲେ, କିନ୍ତୁ କ୍ୟାସିଅର୍‌ ଭୁଲବଶତଃ ମହିଳାଙ୍କୁ ମନି ବ୍ଲିଜ ସ୍କ୍ରାଚ-ଅଫ ଟିକେଟ ଦେଇଥିଲେ।

କେଲି ଲିଣ୍ଡସେ ପ୍ରଥମେ ଭୁଲ ଲଟେରୀ ଟିକେଟ ପାଇବା ପରେ ବିରକ୍ତ ହୋଇଥିଲେ। ତଥାପି, ସେ ପରେ ପାର୍କିଂ ଅଞ୍ଚଳରେ ଟିକେଟ ସ୍କ୍ରାଚ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିକେଟ ସ୍କ୍ର଼୍ୟାଚ କରିବା ପରେ ଯାହା ଘଟିଥିଲା ତାହା ଶୁଣି କେଲି ଆଶ୍ଚର୍ଯ୍ୟ ହୋଇଗଲେ। କେଲି ୨ ନିୟୁତ ଡଲାରର ଜ୍ୟାକପଟ ପୁରସ୍କାର ଜିତିଥିଲେ, ଯାହା ଭାରତୀୟ ଟଙ୍କାରେ ପ୍ରାୟ ୧୭,୩୨,୮୩,୧୦୦ ଟଙ୍କା।
ଲଟେରୀ ଟିକେଟ କାଟିବା ପରେ କେଲି ଲିଣ୍ଡସେଙ୍କ କ୍ରୋଧ ମୁହୂର୍ତ୍ତକ ମଧ୍ୟରେ ଉଭାନ ହୋଇଗଲା। ଏହି ଘଟଣା ବିଷୟରେ, କେଲି ମଜାରେ କହିଥିଲେ ଯେ ମୁଁ ଏଥିରେ ଖୁସି ନୁହେଁ। ଏହି ଲଟେରୀ ଟିକେଟ ଭୁଲ କେଲି ଲିଣ୍ଡସେଙ୍କ ଜୀବନର ସବୁଠାରୁ ଭାଗ୍ୟବାନ ଭୁଲ ହୋଇଗଲା।
ଲଟେରୀ ଜିତିବା ପରେ, କେଲି ବାର୍ଷିକୀ ଦେୟ ପରିବର୍ତ୍ତେ ତାଙ୍କର ଜିତିଥିବା ଟଙ୍କାକୁ ଏକାଥରକେ ନେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସମସ୍ତ କର ଦେବା ପରେ, କେଲି $1,250,000 ପାଇଥିଲେ।
ଦି ମେଟ୍ରୋ ଅନୁଯାୟୀ, ମନି ବ୍ଲିଜ ଖେଳରେ ଜ୍ୟାକପଟ ଜିତିବାର ସମ୍ଭାବନା ୧୧,୪୨,୪୦୦ ରେ ଗୋଟିଏ। ସୂଚନାଯୋଗ୍ୟ, ଏହି ଖେଳରେ ମୋଟ ଦୁଇଟି ଶ୍ରେଷ୍ଠ ପୁରସ୍କାର ଅଛି, ଯାହାର ଅର୍ଥ ହେଉଛି ଏହି ଖେଳର ଦ୍ୱିତୀୟ ଭାଗ୍ୟବାନ ବିଜେତା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri