Posted inଫୁରସତ

ଭୁଲ ଲଟେରୀ ଟିକେଟ କିଣି ନିରାଶ ହୋଇଥିଲେ ଯୁବତୀ, ଖୋଲିଗଲା ଭାଗ୍ୟ

ଭର୍ଜିନିଆ: ଏହି ଦୁନିଆରେ କେବେ, କିପରି ଏବଂ କେତେବେଳେ କାହାର ଭାଗ୍ୟ ବଦଳିବ ତାହା କେହି ଜାଣନ୍ତି ନାହିଁ। କେତେବେଳେ ଜଣେ ଅକ୍ଳାନ୍ତ ଚେଷ୍ଟା କରିବା ପରେ ମଧ୍ୟ ଜିତିପାରେ ନାହିଁ, ଆଉ କେତେବେଳେ ଗୋଟିଏ ଭୁଲ ଯୋଗୁଁ ଜଣେ ଜ୍ୟାକପଟ ପାଇଯାଏ। ଭର୍ଜିନିଆର ଜଣେ ମହିଳାଙ୍କ ସହିତ ଏମିତି କିଛି ଘଟିଥିଲା, ଯାହା ସେହି ମହିଳାଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ଘଟଣାହେଲା ଭର୍ଜିନିଆର ଜଣେ ମହିଳା ଭୁଲ ଲଟେରୀ ଟିକେଟ ପାଇବା ପରେ ଚିନ୍ତାରେ ପଡି ଯାଇଥିଲେ, କିନ୍ତୁ ସେହି ଭୁଲ ଲଟେରୀ ଟିକେଟ ତାଙ୍କୁ ୨ମିଲିୟନ ଡଲାର (ଭାରତୀୟ ଟଙ୍କାରେ ପ୍ରାୟ ୧୭କୋଟି ୩୨ଲକ୍ଷ ଟଙ୍କା)ର ଜ୍ୟାକପଟ ଜତାଇ ଦେଇଥିଲା।
ଫକ୍ସ ବିଜନେସ ରିପୋର୍ଟ ଅନୁଯାୟୀ, କ୍ୟାରୋଲଟନର ବାସିନ୍ଦା କେଲି ଲିଣ୍ଡସେ ଏକ ସ୍ଥାନୀୟ ଷ୍ଟୋରରୁ ଏକ ସ୍ବତନ୍ତ୍ର ସ୍କ୍ରାଚ-ଅଫ ଟିକେଟ ମାଗିଥିଲେ, କିନ୍ତୁ କ୍ୟାସିଅର୍‌ ଭୁଲବଶତଃ ମହିଳାଙ୍କୁ ମନି ବ୍ଲିଜ ସ୍କ୍ରାଚ-ଅଫ ଟିକେଟ ଦେଇଥିଲେ।

କେଲି ଲିଣ୍ଡସେ ପ୍ରଥମେ ଭୁଲ ଲଟେରୀ ଟିକେଟ ପାଇବା ପରେ ବିରକ୍ତ ହୋଇଥିଲେ। ତଥାପି, ସେ ପରେ ପାର୍କିଂ ଅଞ୍ଚଳରେ ଟିକେଟ ସ୍କ୍ରାଚ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିକେଟ ସ୍କ୍ର଼୍ୟାଚ କରିବା ପରେ ଯାହା ଘଟିଥିଲା ତାହା ଶୁଣି କେଲି ଆଶ୍ଚର୍ଯ୍ୟ ହୋଇଗଲେ। କେଲି ୨ ନିୟୁତ ଡଲାରର ଜ୍ୟାକପଟ ପୁରସ୍କାର ଜିତିଥିଲେ, ଯାହା ଭାରତୀୟ ଟଙ୍କାରେ ପ୍ରାୟ ୧୭,୩୨,୮୩,୧୦୦ ଟଙ୍କା।
ଲଟେରୀ ଟିକେଟ କାଟିବା ପରେ କେଲି ଲିଣ୍ଡସେଙ୍କ କ୍ରୋଧ ମୁହୂର୍ତ୍ତକ ମଧ୍ୟରେ ଉଭାନ ହୋଇଗଲା। ଏହି ଘଟଣା ବିଷୟରେ, କେଲି ମଜାରେ କହିଥିଲେ ଯେ ମୁଁ ଏଥିରେ ଖୁସି ନୁହେଁ। ଏହି ଲଟେରୀ ଟିକେଟ ଭୁଲ କେଲି ଲିଣ୍ଡସେଙ୍କ ଜୀବନର ସବୁଠାରୁ ଭାଗ୍ୟବାନ ଭୁଲ ହୋଇଗଲା।
ଲଟେରୀ ଜିତିବା ପରେ, କେଲି ବାର୍ଷିକୀ ଦେୟ ପରିବର୍ତ୍ତେ ତାଙ୍କର ଜିତିଥିବା ଟଙ୍କାକୁ ଏକାଥରକେ ନେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସମସ୍ତ କର ଦେବା ପରେ, କେଲି $1,250,000 ପାଇଥିଲେ।
ଦି ମେଟ୍ରୋ ଅନୁଯାୟୀ, ମନି ବ୍ଲିଜ ଖେଳରେ ଜ୍ୟାକପଟ ଜିତିବାର ସମ୍ଭାବନା ୧୧,୪୨,୪୦୦ ରେ ଗୋଟିଏ। ସୂଚନାଯୋଗ୍ୟ, ଏହି ଖେଳରେ ମୋଟ ଦୁଇଟି ଶ୍ରେଷ୍ଠ ପୁରସ୍କାର ଅଛି, ଯାହାର ଅର୍ଥ ହେଉଛି ଏହି ଖେଳର ଦ୍ୱିତୀୟ ଭାଗ୍ୟବାନ ବିଜେତା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri