ଗଞ୍ଜାମ, ୧୧।୮ (ବିଦ୍ୟାଧର ସାହୁ ): କୁକୁର ମୁଁହରୁ ମୟୁରକୁ ଉଦ୍ଧାର କଲେ କଲ୍ୟାଣପୁର ଗ୍ରାମର ଯୁବ ସ୍ବେଚ୍ଛାସେବୀ କେ ଇଲେୟା । ବାଲିଲୋକନାଥ ମନ୍ଦିରରୁ ଫେରୁଥିବା ବେଳେ ଦଳେ କୁକୁର ମୟୁରକୁ ଟଣା ଓଟରା କରୁଥିବା ଦେଖିଥିଲେ ଇଲେୟା । ସଙ୍ଗେ ସଙ୍ଗେ ଗାଡିରୁ ଓହ୍ଲାଇ କୁକୁରମାନଙ୍କୁ ଘୋଉଡାଇ ସେଠାରୁ ମୟୁରଟିକୁ ଉଦ୍ଧାର କରିଥିଲେ। ମୟରଟିର ବେକ ପାଖରୁ ରକ୍ତସ୍ରାବ ହେଉଥିବା ଦେଖି ମନୋଜ ପ୍ରଧାନଙ୍କ ସହ ଯୋଗାଯୋଗ କରି ହୁମା ପଶୁପକ୍ଷୀ ଚିକିତ୍ସା କେନ୍ଦ୍ର ନେଇ ଚିକିତ୍ସା ପରେ ଉଦ୍ଧାରସ୍ଥଳରେ ଛାଡିଛନ୍ତି। ଆଉ ପାଞ୍ଚ ମିନିଟ ଡେରି ହୋଇଥିଲେ ମୟୁରଟିର ମୃତ୍ୟୁ ହୋଇଥାନ୍ତା ବୋଲି ଇଲେୟା କହିଛନ୍ତି। ଇଲେୟା ତାଙ୍କ ଜୀବନ କାଳରେ ଅନେକ ଗାଈଗୋରୁ ତଥା ପଶୁପକ୍ଷୀଙ୍କୁ ଉଦ୍ଧାର କରିଥିବା ନଜିର ରହିଛି।


