ବାଇକରେ ଯାଉଥିବା ବେଳେ ଅଘଟଣ, ମାଞ୍ଜାସୂତା ଲାଗି କଟିଗଲା ଯୁବକଙ୍କ ନାକ…

ଢେଙ୍କାନାଳ,୧୪।୧(ରତନ ନାୟାର): ମାଞ୍ଜାସୂତା ଲାଗି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଢେଙ୍କାନାଳ ସହରର ପ୍ରମୁଖ ବଜାର ମୀନାବଜାର ଅଂଚଳରେ ବୁଧବାର ଅପରାହ୍ନରେ କିଛି ଯୁବକ ମାଞ୍ଜା ସୂତା ଲଗାଇ ଗୁଡି ଉଡାଉଥିଲେ । ସେହି ସମୟରେ ପ୍ରମୁଖ ରାସ୍ତାରେ ବାଇକରେ ଯାଉଥିବା ଅଭିଷେକ ସାହୁ(୨୩) ନାମକ ଜଣେ ଯୁବକଙ୍କ ମୁହଁରେ ମାଞ୍ଜାସୂତା ଆସି ଲାଗି ଯାଇଥିଲା । ଏଥିରେ ତାଙ୍କର ନାକ ଓ ଆଙ୍ଗୁଠି କଟିଯାଇଥିବା ନେଇ ସୂଚନା ରହିିଛି ।

ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ଘର ସଦର ଥାନା ସାଇଁବିରି ଅଞ୍ଚଳରେ ବୋଲି ଜଣାପଡିଛି । ସେହିପରି ଏହି ଘଟଣାରେ ବାଜିଚୌକ ଅଂଚଳର ବ୍ରହ୍ମାନନ୍ଦ ସାହୁ ନାମକ ଜଣେ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି। ଖବରପାଇ ଟାଉନ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି । ସହରରେ ଗୁଡି ବିକ୍ରି ହେଉଥିବା ବିଭିନ୍ନ ଦୋକାନରେ ପୋଲିସ ଚଢାଉ କରି କିଛି ପରିମାଣରେ ମାଞ୍ଜା ସୂତାକୁ ଜବତ କରିଥିବା ନେଇ ଟାଉନ ଥାନା ଅଧିକାରୀ ପ୍ରଭାତ କୁମାର ସାହୁଙ୍କ ସୂଚନାରୁ ଜଣାପଡିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଖସିପଡିଲା ଟ୍ରାକ୍ଟର: ଡ୍ରାଇଭର୍‌ଙ୍କ ସହ ଘଟିଲା…

ବାହାନଗା, ୪। ୩(ଅରୂପ କୁମାର ଦାସ): ହୋଲିରେ ଅଘଟଣ। ବୁଧବାର ବାଲେଶ୍ୱର ଜିଲା ଗୋପାଳପୁର ପଞ୍ଚାୟତ ଆପିତିର ଗ୍ରାମର ଏକ ଟ୍ରାକ୍ଟର ପୋଖରୀକୁ ଖସି ପଡିବାରୁ ପଙ୍କରେ…

କୃତଜ୍ଞତା ଜଣାଇଲେ ଦିଲ୍ଲୀପ ରାୟ, ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ସମେତ…

ଭୁବନେଶ୍ୱର,୪ା୩: ରାଜ୍ୟ ସଭା ନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ସରଗରମ ରହିଛି। ଆସନ୍ତା ୧୬ରେ ଅନୁଷ୍ଠିତ ହେବ ରାଜ୍ୟ ସଭା ନିର୍ବାଚନ। କହିବାକୁ ଗଲେ ୩ଟି ଆସନ…

ହୋଲିରେ ରାଜ୍ୟ କର୍ମଚାରୀଙ୍କୁ ବଡ଼ ଉପହାର, ୩% ବଢିଲା DA, ପେନଶନଭୋଗୀଙ୍କୁ…

ନୂଆଦିଲ୍‌ଲୀ,୪।୩: ହୋଲି ଅବସରରେ, ମଧ୍ୟପ୍ରଦେଶ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଖୁସି ଖବର ମିଳିଛି। ମୋହନ ଯାଦବଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ମହଙ୍ଗା ଭତ୍ତା…

କଳା ଚଷମା ପିନ୍ଧି ହୋଲି ଖେଳିଲେ ଯୋଗୀ ଆଦିତ୍ୟନାଥ, କହିଲେ ଭାରତ ହେଉଛି…

ଲକ୍ଷ୍ନୌ,୪ା୩: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହୋଲି ଖେଳିଛନ୍ତି। ଏହି ଅବସରରେ ସେ ରାଜ୍ୟବାସୀଙ୍କୁ ଗର୍ବିତ ହେବାକୁ ଆହ୍ବାନ ଦେଇ କହିଛନ୍ତି, ମାନବ ଜୀବନରେ ମର୍ଯ୍ୟାଦା, ଜୀବନଶକ୍ତି,…

ସୂର୍ଯ୍ୟକୁମାରଙ୍କୁ ବଡ଼ ଝଟ୍‌କା: ସେମିଫାଇନାଲ୍‌ ପୂର୍ବରୁ…

ନୂଆଦିଲ୍ଲୀ,୪।୩: ଟି୨୦ ବିଶ୍ୱକପ ମଧ୍ୟରେ ଆଇସିସି ଅନ୍ତର୍ଜାତୀୟ ଟି୨୦ ରାଙ୍କିଙ୍ଗ ପ୍ରକାଶ କରିଛି। ଏଥିରେ ଭାରତୀୟ ବ୍ୟାଟସମ୍ୟାନ ଏବଂ ବୋଲରଙ୍କ ଉନ୍ନତି ପରିଲକ୍ଷିତ ହୋଇଛି। ବିଶେଷକରି ସଞ୍ଜୁ…

T୨୦ ବିଶ୍ୱକପ୍‌ ମଝିରେ ଆସିଲା ICC ର଼୍ୟାଙ୍କିଂ; ୨୫ ଖେଳାଳିଙ୍କୁ ପଛରେ ପକାଇଲେ ସଞ୍ଜୁ ସାମସନ, ହେଲେ ଅଭିଷେକ ଶର୍ମା…?

ନୂଆଦିଲ୍ଲୀ,୪।୩: T୨୦ ବିଶ୍ୱକପ ୨୦୨୬ ଚାଲିଥିବା ସମୟରେ ICC ପକ୍ଷରୁ ଖେଳାଳିମାନଙ୍କର ସଦ୍ୟତମ T୨୦ ଅନ୍ତର୍ଜାତୀୟ ର଼୍ୟାଙ୍କିଙ୍ଗ ଜାରି କରାଯାଇଛି। ସେମିଫାଇନାଲରେ ପହଞ୍ଚି ସାରିଥିବା ଭାରତୀୟ ଦଳର…

ପର୍ବ ଦେଖିବାକୁ ଯାଇଥିବା ବେଳେ ଯୋଡାରେ ମହିଳାଙ୍କୁ ଗଣବଳାତ୍କାର, ଦୁଇଜଣଙ୍କୁ ବାନ୍ଧିଲା ପୋଲିସ

ଯୋଡ଼ା,୪।୩(ମାନସ ମହାନ୍ତି) : କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ଅଞ୍ଚଳରେ ମାଘେ ପର୍ଵ ସମୟ ଜଣେ ମହିଳାଙ୍କୁ ଗଣବଳାତ୍କାର । ଏହି ଘଟଣାରେ ମଙ୍ଗଳବାର…

ଖାମେନେଇଙ୍କ ସମର୍ଥନରେ ଟ୍ରମ୍ପ-ନେତାନ୍ୟାହୁଙ୍କ ପୋଷ୍ଟର ଜାଳିଲେ ମେହବୁବା ମୁଫତି

ନୂଆଦିଲ୍ଲୀ,୪।୩: ଭାରତରେ ଅନେକ ମୁସଲିମ ସଂଗଠନ ଏବଂ ରାଜନୈତିକ ଦଳ ଇରାନ ଉପରେ ଇସ୍ରାଏଲୀ ଏବଂ ଆମେରିକୀୟ ଆକ୍ରମଣର ପ୍ରତିବାଦ କରୁଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ପ୍ରତିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri