ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା ଗାଁରେ। ଶନିବାର ଗାଁର ଅଭିମନ୍ୟୁ ମଲ୍ଲିକ ନାମକ ଜଣେ ଯୁବକ ନିଜ ଜମିରେ ଧାନମଳା ମେଶିନ ଦ୍ବାରା ଧାନ ସଫା କରୁଥିବା ବେଳେ ତାଙ୍କ ହାତ ମେଶିନରେ ଫସିଯାଇଥିଲା। ଫଳରେ ତାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ସେ ଗୁରୁତର ଥିବାରୁ ଡ. ସିମ୍ରାନ ବିଷୋୟୀ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।
Dharitri – Odisha’s No.1 Odia Daily


