ନିର୍ବନ୍ଧ ପୂର୍ବରୁ ଯୁବକଙ୍କୁ ହତ୍ୟା: ବରଯାତ୍ରୀ ଯାଇ ନିଖୋଜ ଥିଲେ

ଖୋର୍ଦ୍ଧା ଅଫିସ/ନିରାକାରପୁର,୧୨।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ଡ଼ିଆ ଗ୍ରାମର ବିକାଶ ସାହୁ(୨୯)ଙ୍କୁ ହତ୍ୟା କରାଯାଇଛି। ତାଙ୍କ ମୃତଦେହକୁ ଜଙ୍କିଆ ଥାନା ରମାବିଲି ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଶୁକ୍ରବାର ପୋଲିସ ଜବତ କରିଛି। ଶନିବାର ବିକାଶଙ୍କ ନିର୍ବନ୍ଧ ହେବାକୁ ଥିବାବେଳେ ଏହାପୂର୍ବରୁ ତାଙ୍କର ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ଜଙ୍କିଆ ଥାନାଧିକାରୀଙ୍କ ବଦଳି ଦାବିରେ ପରିବାର ଓ ଗ୍ରାମବାସୀ ୫ଘଣ୍ଟା ଧରି ରମାବିଲି ଗଁା ମୁଣ୍ଡରେ ନୂଆ ଜଗନ୍ନାଥ ସଡ଼କ ରାସ୍ତା ଅବରୋଧ କରିଥିଲେ। ଅନ୍ୟପକ୍ଷରେ ବାପା କେଦାରନାଥଙ୍କ ଅଭିଯୋଗ ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ୫ ଜଣଙ୍କୁ ଅଟକ ରଖାଯାଇଥିବା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି।

ଗତ ୯ ତାରିଖରେ ବିକାଶ ଗ୍ରାମର ଜଣେ ଯୁବକଙ୍କ ବାହାଘରରେ ରମାବିଲି ଗାଁକୁ ଅନ୍ୟମାନଙ୍କ ସହ ବରଯାତ୍ରୀ ଯାଇଥିଲେ। ଶୋଭାଯାତ୍ରା ଯାଉଥିବାବେଳେ ବର ବସିଥିବା କାର ଭିତର ଅନ୍ଧାର ଥିବାରୁ ସ୍ଥାନୀୟ ଜଣେ ଯୁବକ ଚାଳକଙ୍କୁ ଏକ ଚାପୁଡ଼ା ମାରିଥିଲେ। ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ରମାବିଲି ଗ୍ରାମର ମାଡ଼ ମାରିଥିବା ଯୁବକଙ୍କ ସହ ୨୦ରୁ ୩୦ଜଣ ବରଯାତ୍ରୀଙ୍କୁ ଆକ୍ରମଣ କରିଥିଲେ। ସମସ୍ତ ବରଯାତ୍ରୀ ସେଠାରୁ ଛତ୍ରଭଙ୍ଗ ଦେଇ ଘରକୁ ଫେରିଥିବା ବେଳେ ବିକାଶ ଫେରି ନ ଥିଲେ। ଗ୍ରାମବାସୀ ଓ ପରିବାର ଲୋକେ ରମାବିଲିରେ ପହଞ୍ଚତ୍ ବିକାଶଙ୍କୁ ଖୋଜାଖୋଜି କରି ପାଇ ନ ଥିଲେ। କନ୍ୟା ଘର ନିକଟରେ ବିକାଶଙ୍କ ବାଇକ୍‌ (ଏପି ୨୮ବିୟୁ ୬୪୦୧)ଥିବା ଦେଖିବା ପରେ ପରିବାରଲୋକେ ଜଙ୍କିଆ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଜଙ୍କିଆ ପୋଲିସ ନିରାକାରପୁର ଥାନାରେ ଅଭିଯୋଗ କରିବାକୁ କହି ଫେରାଇ ଦେଇଥିଲା। ନିରାକାରପୁର ପୋଲିସ ମଧ୍ୟ ଅଭିଯୋଗପତ୍ର ରଖିବାକୁ ମନା କରିଦେଇଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ସନ୍ଧ୍ୟାରେ ଜଙ୍କିଆ ପୋଲିସ ନିଖୋଜ ମାମଲା ରୁଜୁ କରିଥିଲା। ଶୁକ୍ରବାର ପୋଲିସ ତଦନ୍ତ ବେଳେ ରମାବିଲି ମଠସାହି କୂଅରୁ ବିକାଶଙ୍କ ମୃତଦେହ ମିଳିବା ପରେ ରାସ୍ତାରୋକୋ ହୋଇଥିଲା। ଏସ୍‌ପି ସ୍ବାଇଁ ଓ ଉପଜିଲାପାଳ ଅଶୋକ ବେହେୁରିଆ,ଏସ୍‌ଡିପିଓ ସୁଶିଲ ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିବା ସହ ଅଭିଯୁକ୍ତଙ୍କୁ ଗିରଫ ପ୍ରତଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri