ଝରିଗାଁ,୨୮ା୫(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାର ରବିନ ମଣ୍ଡଳଙ୍କ ପୁଅ ଶୁଭେନ୍ଧୁ (୨୭) ନିଜ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣା ପରେ ସମ୍ପର୍କୀୟ ଲୋକ ଦେଖିବା ପରେ ଚନ୍ଦାହାଣ୍ଡିରେ ରହୁଥିବା ମାଆ ବାପାଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକେ ଆସିବା ପରେ ଝରିଗାଁ ଥାନାରେ ଘଟଣା ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଝରିଗାଁ ପୋଲିସ ଘଟଣା ସ୍ଥଳରେ ଥାନା ଏଏସ୍ଆଇ ମମତା ସେଠୀ ପହଞ୍ଚି ମୃତଦେହ ଜବତ କରିବା ସହ କେସ୍ ନମ୍ବର ୮/୨୦୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଶେଷରେ ଝରିଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅର ମୃତ୍ୟୁରେ ମା-ବାପା ପାଗଳ ଦୁଃଖରେ ଭାଙ୍ଗିପଡ଼ିଛନ୍ତି।