ମାମୁ ଘରକୁ ଆସି ଜଳ ପ୍ରପାତରେ ବୁଡି ଯୁବକ ମୃତ: ୬ ଘଣ୍ଟା ଖୋଜାଖୋଜି ପରେ ମୃତ ଦେହ ଉଦ୍ଧାର

ବିଷମ କଟକ ୬।୭(ପ୍ରସନ୍ନ କୁମାର ପଣ୍ଡା): ଜଳ ପ୍ରପାତରେ ଅଘଟଣ । ପାଣିରେ ବୁଡି ଜଣେ ଯୁବକ ମୃତ। ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ରାୟଗଡା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ନିୟମଗିରିର ଉପର ଗଦଗଦା ଜଳ ପ୍ରାପାତରେ। ଖବର ପାଇ ଘଟଣା ସ୍ଥଳରେ ବିଷମ କଟକ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ତ୍ୱରନ୍ୱିତ କରି ତମାମା ଉଦ୍ୟମ ସତ୍ୱେ ଯୁବକକୁ ଉଦ୍ଧାର କରିପାରିନଥିବା ବେଳେ ରାୟଗଡା ଓଡ୍ରାଫ ଟିମ୍ର ସହାୟତା ନେଇଥିଲେ।

ଦୀର୍ଘ ଛଅ ଘଣ୍ଟାର ଉଦ୍ୟମ ପରେ ନିଖୋଜ ଯବକଙ୍କୁ ପାଣି ଭିତରୁ ମୃତ ଅବସ୍ଥାରେ ଉଦ୍ଦାର କରାଯାଇଛି। ମୃତ ଯୁବକ ଜଣକ ଗୁଣୁପୁର ଅଞ୍ଚଳର ପୁଲିସ କନେଷ୍ଟେବଲ ସଂଶୟ ମିଶ୍ରଙ୍କ ସାନ ପୁଅ ସରୋଜ କୁମାର ମିଶ୍ର ବୋଲି ଜଣାପଡିଛି। ସରୋଜ ଆଜି ବିଷମ କଟକ ଖାଲ ସାହିର ନିଜ ମାମୁଁ ଘରକୁ ଆସିଥିଲେ। ସେହିଠାରୁ ତିନିଜଣ ସାଙ୍ଗ ସହ ମିଶି କୁର୍ଲୀ ପଂଚାୟତ ନିୟମ ଗିରି ଅଧୀନରେ ଥିବା ବିପତ ଶଙ୍କୁଳ ଜଳ ପ୍ରପାତକୁ ଗାଧେଇବା ପାଇଁ ଯାଇଥିଲେ।

ଉକ୍ତ ଜଳ ପ୍ରପାତରେ ପୂର୍ବରୁ ସ୍ଥାନିୟ ପିଲା ମାନେ ଗାଧୋଉଥିବା ବେଳେ ସରୋଜ ଆମ୍ବ ଗଛ ଚଢିବା ପରେ ଉଚ୍ଚ ସ୍ଥାନରୁ ଉକ୍ତ ଜଳ ପ୍ରପାତ ମଧ୍ୟକୁ ଲମ୍ପ ମାରିଥିଲେ । ହେଲେ ଲମ୍ପ ଦେବା ପରେ ଆଉ ସେ ପାଣି ଉପରକୁ ଆସିନଥିଲେ । କିଛି ସମୟର ଅପେକ୍ଷା ପରେ ଜଳ ପ୍ରପାତ ନିକଟରେ ରହିଥିବା ସ୍ଥାନୀୟ ଲୋକେ ଉଦ୍ଧାର କରିବା ପାଇଁ ଚେଷ୍ଠା କରିଥିଲେ ସୁଦ୍ଦା ଯୁବକ କୁ ଉଦ୍ଧାର କରିପାରିନଥିଲେ ।

ତାଙ୍କ ସହଯୋଗି ମାନେ ଭୟଭିତ ହୋଇ ତୁରନ୍ତ ତାଙ୍କ ମାମୁଁ ଘର ପରିବାରକୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ସମ୍ବନ୍ଧରେ ସୂଚନା ପାଇଁ ଅଗ୍ନିଶମ ବାହିନି ଏବଂ ବିଷମ କଟକ ପୁଲିସ ଘଟଣା ସ୍ତଳରେ ପହଁଚି ଉଦ୍ଦାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ପତା ନମିଳିବାରୁ ପରିବାର ଲୋକେ ଆତ୍ମହରା ହୋଇ ବସି ରହିଥିଲେ । ଶେଷରେ ଛଅ ଘଣ୍ଟାର ସଙ୍ଘର୍ଷ ପରେ ଯୁବକର ମୃତ ଦେହ ଜଳ ପ୍ରପାତ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଯୁବକ ର ମୃତ୍ୟୁରେ ଖବର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ବିଷମ କଟକ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ବୋଲି ବିଷମ କଟକ ଥାନା ଅଧିକାରୀ ସୂର୍ଯ୍ୟଚନ୍ଦ୍ର ପାଢି ସୂଚନା ଦେଇଛନ୍ତି । ସୂଚନା ଅନୁଯାଏ ଏହି ଜଳ ପ୍ରପାତ ପର୍ଯ୍ୟଟକ ଙ୍କୁ ଆକର୍ଷିତ କରୁଥିବା ବେଳେ ଜଳ ପ୍ରପାତଟି ୩୦ଫୁଟ ରୁ ଉଚ୍ଚ ରହିଛି । ଗ୍ରାଷ୍ମ ପ୍ରବାହ ପ୍ରଖର ରହିଥିବାରୁ ଗ୍ରିଷ୍ମ ଋତୁରେ ଜଳ ପ୍ରପାତ ର ମଜା ଉଠାଇବା ପାଇଁ ବିଭିନ୍ନ ଅଂଚଳର ଲୋକେ ଏହି ଠାକୁ ଆସିଥାନ୍ତି । ଏହି ଜଳ ପ୍ରପାତ ଟି ର ଉଚ୍ଚତା ବହୁତ ହୋଇଥିବା ସତ୍ୱେ ଏହି ଉପରୁ ଜଳ ପ୍ରପାତ ତଳକୁ ଯୁବକ ଏବଂ ନାବାଳକ ମାନେ ଲମ୍ପ ଦେଇ ଗାଧୋଇ ବିପଦକୁ ନିମନ୍ତ୍ରଣ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri