ଟାୱାର ଉପରେ ଚଢ଼ି ଯୁବକଙ୍କ ଉନ୍ମତ୍ତକାଣ୍ଡ

କୁଆଁରମୁଣ୍ଡା,୧୩।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ରିଉଁ ଗ୍ରାମ ନିକଟସ୍ଥ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ଟାୱାର ଉପରେ ଚଢ଼ି ଶନିବାର ଜଣେ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଥିଲେ। ସେ ଆତ୍ମହତ୍ୟା ପାଇଁ ଚିତ୍କାର କରିଥିଲେ। ପାଟିଶୁଣି ଗାଁ ଲୋକେ ସେଠାରେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟାକରି ବିଫଳ ହେବା ପରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ, ଅଗ୍ନିଶମ, ବିଦ୍ୟୁତ୍‌ ବିଭାଗ କର୍ମଚାରୀ ସେଠାରେ ପହଞ୍ଚତ୍ଥିଲେ। ଦେଢଘଣ୍ଟା ଚେଷ୍ଟା କରିବା ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଯୁବକ ଜଣଙ୍କ ହେଉଛନ୍ତି କିରଣ ମୁଣ୍ଡା (୨୩)। ତାଙ୍କର ପୂର୍ବରୁ ମାନସିକ ବିକୃତି ଥିଲା ବୋଲି ପୋଲିସ ଗାଁ ଲୋକଙ୍କଠାରୁ ଜାଣିବାକୁ ପାଇଛି ବୋଲି ସୂଚନା ଦେଇଛି।