ବାଣ ଭିଡୁଥବା ବେଳେ ଯୁବକ ଗିରଫ

ଛତ୍ରପୁର,୨୭ା୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ନରେନ୍ଦ୍ରପୁର ଗାଁରେ ବେଆଇନ୍‌ ଭାବେ ଦୀର୍ଘ ଦିନ ଧରି ବାଣ ତିଆରି କରାଯାଉଥିବା ଅଭିଯୋଗ ହୋଇଥିଲା। ଏଥିସହ ରାତିରେ ବିସ୍ଫୋରକ ବାଣ ଫୁଟା ଯାଉଥିବାରୁ ଗାଁ ଲୋକେ ଭୟଭୀତ ହୋଇପଡ଼ି ପୋଲିସକୁ ଅଭିଯୋଗ କରିଥିଲେ। ଏନେଇ ଗ୍ରାମବାସୀଙ୍କ ଏତଲା କ୍ରମେ ରବିବାର ରାତିରେ ଚମାଖଣ୍ଡି ପୋଲିସ ଚଢ଼ାଉ କରିଥିଲା। ସେହି ସମୟରେ ଅନୀଲ ବାଣ ଭିଡୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିବା ସହ ବାଣ ଏବଂ ଏହାର ପ୍ରସ୍ତୁତ ସାମଗ୍ରୀକୁ ଜବତ କରିଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି।