ଜଗନ୍ନାଥଙ୍କୁ ଯୁବା ଗୌରବ ସମ୍ମାନ

କେନ୍ଦୁଝର, ୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ପଞ୍ଚାୟତ ନୂଆଗାଁ ଗ୍ରାମରୁ ବାହାରି ବିଶ୍ବ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ଜଗନ୍ନାଥ ମହାନ୍ତି। ତାଙ୍କ ପିତା ହେଲେ ଶିକ୍ଷକ ଶ୍ୟାମ ସୁନ୍ଦର ମହାନ୍ତ ଓ ମା’ ହେଲେ ଶକୁନ୍ତଳା। ଜଗନ୍ନାଥଙ୍କୁ ୟୁଥ ଭିଜନ ୱେଲ ଫେୟାର ସୋସାଇଟି, ଉତ୍ତର ପ୍ରଦେଶ ପକ୍ଷରୁ ଚଳିତବର୍ଷର ୟୁବା ଗୌରବ ସମ୍ମାନ ଏବଂ ବ୍ଲୋଡ ୱାରିଓର ଆୱାର୍ଡ ୨୦୨୧ – ୨୨ ସାହାରଙ୍ଗପୁରର ଦିଲ୍ଲୀ ପବ୍ଲିକ ସ୍କୁଲ ଠାରେ ଗତ ୨୮ ତାରିଖରେ ପ୍ରଦାନ କରାଯାଇଛି।
ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଦେବେନ୍ଦ୍ର କୁମାର ନିମ ( ରାମପୁର ବିଧାୟକ), ପୂର୍ବତନ ଏମ୍‌ପି ରାଘବ ଲଖନପାଲ ଶର୍ମା, ଡିଷ୍ଟ୍ରିକ ୟୁଥ ଅଫିସର୍‌ ଶୁଭମ ଜୈନ, ସାହାରଙ୍ଗ ପୁର ଜିଲାପାଳ ଅଖିଲେଶ ସିଂହ ଉପସ୍ଥିତ ଥିଲେ। ଜଗନ୍ନାଥଙ୍କୁ ଦେବେନ୍ଦ୍ର କୁମାର ନିମ ମାନପତ୍ର ପ୍ରଦାନ କରିଥଲେ l ଏହି ପୁରସ୍କାର ସାରା ଭାରତ ବର୍ଷରୁ ୩୦ ଜଣଙ୍କୁ ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ ଏକମାତ୍ର ଓଡ଼ିଆ ପୁଅ ଭାବେ ଜଗନ୍ନାଥ ସ୍ଥାନ ପାଇଥିଲେ। ପିଲାଦିନରୁ ପାଠ ପଢା ସହିତ ସମାଜର ମଙ୍ଗଳ କାର୍ଯ୍ୟରେ ନିୟୋଜିତ ହେବାପାଇଁ ଇଚ୍ଛା ପ୍ରକାଶ କରିଥିଲେ। ସେବେଠାରୁ ପରିବାର ସହଯୋଗରେ ସେ ବିଭିନ୍ନ ସାମାଜିକ ସଙ୍ଗଠନରେ ସକ୍ରିୟ ଭାବେ ଜଡ଼ିତ ରହି ୨୦ ଥର ରକ୍ତ ଦାନ, ସ୍ବଚ୍ଛ ଭାରତ ଅଭିଯାନ , ବୃକ୍ଷରୋପଣ , ଯୁବ ସଶକ୍ତିକରଣ, ପରିବେଶ ସୁରକ୍ଷା ଭଳି ଜନକଲ୍ୟାଣ କାର୍ଯ କରିଆସୁଛନ୍ତି। ପୂର୍ବରୁ ଜଗନ୍ନାଥ ଇଣ୍ଟରନ୍ୟାଶନାଲ ବୁକ ଅଫ ରେକଡର୍‌ସ, ୟୁନିଭର୍ସାଲ ବୁକ ଅଫ ରେକଡର୍‌ସ, ଇଣ୍ଡିଆନ ବୁକ ଅଫ ରେକଡର୍‌ସରେ ନିଜ ନାମ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରାଇଛନ୍ତି l ଏଥିସହିତ ସେ ଜଣେ ପର୍ବତାରୋହୀ ଭାବେ ମଧ୍ୟ ୱାଲର୍‌ଡ ୱାଇଡ ବୁକ ଅଫ ରେକଡର୍‌ସରେ ନିଜକୁ ସ୍ଥାନୀତ କରିଛନ୍ତି।