Categories: ଫୁରସତ

ଛାତରୁ ପାଣିକୁ ଡେଇଁଲେ ଯୁବତୀ, ଭିଡିଓ ଦେଖିଲେ ଦୋହଲିଯିବ ହୃଦୟ

ଓ୍ବାଶିଂଟନ୍‌: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ। ଭିଡିଓଟିରେ ଜଣେ ଯୁବତୀ ଛାତ ଉପରୁ ତଳେ ଥିବା ପୁଲ୍‌କୁ ଡେଉଁଛନ୍ତି। ଏହା ପରେ ଏମିତି କିଛି ଘଟଣା ଘଟୁଛି ଯାହା ସମ୍ପର୍କରେ କେହି କେବେ ଭାବି ବି ନ ଥିବେ। ହୃଦୟ ଦୋହଲାଇ ଦେବା ପରି ଘଟଣା। ଯାହାକି ସିସିଟିଭିରେ କଏଦ ହୋଇଛି। ଇଣ୍ଟରନେଟ୍‌ରେ ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଯୁବତୀ ଜଣକ ଯେତିକି ଉଚ୍ଚ ଛାତରୁ ଡେଇଁଲେ ଆଦୌ ବଞ୍ଚିବା କଥା ନୁହେଁ। ମାତ୍ର ସେ ଆରାମରେ ଡେଇଁଛନ୍ତି, ଯାହା କୌଣସି ଚମତ୍କାର ଠାରୁ କମ୍‌ ନୁହେଁ।ଯୁବତୀ ଜଣକ ପୁଲ୍‌କୁ ଡେଇଁବା ପାଇଁ ଛାତ ଉପରୁ ଯାଇଥିଲେ। ଠିକ୍‌ ଏତିକିବେଳେ ସେ ଛାତରେ ଧକ୍କା ଖାଇ ପୁଲ୍‌ରେ ପଡ଼ିଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଭିଡିଓଟି ଆମେରିକାର। ଏହା ଚଳିତମାସର ବୋଲି ଜଣାପଡ଼ିଛି। ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବକ ଏବଂ ଯୁବତୀ ପୁଲ୍‌କୁ ଡେଇଁବା ପାଇଁ ଛାତ ଉପରେ ଠିଆ ହୋଇଛନ୍ତି। ଏହା ପରେ ଦୁଇଜଣ ପୁଲ୍‌କୁ ଡେଇଁବା ପାଇଁ ଏକ ସମୟରେ ଚେଷ୍ଟା କରୁଥିଲେ। ଯୁବକ ଜଣକ ଆରାମରେ ପୁଲ୍‌କୁ ଡେଇଁଥିବା ବେଳେ ଯୁବତୀ ଜଣକ ଛାତରେ ଧକ୍କା ଖାଇ ପୁଲ୍‌ ମଧ୍ୟରେ ପଡ଼ିଥିଲେ। ସେ ପାଣିରେ ପଡ଼ିଯିବା ପରେ ଦେଖଣାହାରୀମାନେ ବଡ଼ ପାଟିରେ ଚିଲାଇଥିଲେ। ଯୁବତୀ ଜଣକ ବଞ୍ଚିଥିବେ କି ନାହିଁ ସେ ନେଇ ସମସ୍ତେ ଚିନ୍ତାରେ ଥିଲେ। ମାତ୍ର ଯୁବତୀ ଜଣକଙ୍କର କୌଣସି କ୍ଷତି ଘଟି ନ ଥିଲା। ପାଣିକୁ ଡେଇଁବା ପରେ ଉଠି ସେ ହସୁଥିଲେ।
ଭାଇରାଲ ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୧.୨ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ୩୧୮.୮ ହଜାର ଲୋକ ଲାଇକ୍‌ କରିଛନ୍ତି। ୮୦.୬ ହଜାର ଲୋକ ଭିଡିଓଟିକୁ ଶେୟାର କରିସାରିଲେଣି। ୩.୬ ହଜାର ଲୋକ ଏହା ଉପରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ଆଉ ଯୁବତୀଙ୍କ ସାହସକୁ ପ୍ରଶଂସା ମଧ୍ୟ କରୁଛନ୍ତି।

Share