ଷ୍ଟେଶନ ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ମିଳିଯିବ ଟିକେଟ, ଏହି ଟ୍ରିକ୍‌ ବନ୍ଧୁଙ୍କୁ ବି କୁହନ୍ତୁ ନାହିଁ…

ନୂଆଦିଲ୍ଲୀ,୨୬।୮: ଯଦି ଆପଣ କାହାକୁ ଷ୍ଟେଶନରେ ଛାଡ଼ିବାକୁ ଯାଉଛନ୍ତି, ତେବେ ପ୍ଲାଟଫର୍ମ ଟିକେଟ କିଣିବା ବାଧ୍ୟତାମୂଳକ। କିନ୍ତୁ ଏବେ ପ୍ଲାଟଫର୍ମ ଟିକେଟ କିଣିବା ପାଇଁ ଲମ୍ବା ଲାଇନରେ ଛିଡ଼ା ହେବାର ଆବଶ୍ୟକତା ନାହିଁ, କାରଣ ଆପଣ ନିଜ ସ୍ମାର୍ଟଫୋନ୍‌ ମାଧ୍ୟମରେ ଏହା କରିପାରିବେ। ଏଠାରେ ଆମେ ଆପଣଙ୍କୁ ମୋବାଇଲ ସାହାଯ୍ୟରେ ପ୍ଲାଟଫର୍ମ ଟିକେଟ କିଣିବାର ପ୍ରକ୍ରିୟା ବିଷୟରେ କହୁଛୁ।

ମୋବାଇଲ ଆପ୍‌ରୁ ପ୍ଲାଟଫର୍ମ ଟିକେଟ କିଣନ୍ତୁ:
ଭାରତୀୟ ରେଳବାଇ “UTS ଅନ୍‌ ମୋବାଇଲ” ଆପ୍‌ ମାଧ୍ୟମରେ ପ୍ଲାଟଫର୍ମ ଟିକେଟ କିଣିବାର ସୁବିଧା ପ୍ରଦାନ କରିଛି। ଏହା ବ୍ୟତୀତ ଆପଣ ରେଳବାଇର ସୁପର ଆପ RailOne ମାଧ୍ୟମରେ ମଧ୍ୟ ଟିକେଟ କିଣିପାରିବେ। ଯାତ୍ରୀମାନେ ଏହି ଆପ୍‌ଗୁଡ଼ିକୁ ଆଣ୍ଡ୍ରଏଡ ଏବଂ iOS ପ୍ଲାଟଫର୍ମରୁ ଡାଉନଲୋଡ୍‌ କରିପାରିବେ। ଆପ୍‌ରେ ଲଗଇନ୍‌ କରି ନିକଟତମ ଷ୍ଟେଶନ ବାଛି କିଛି ସେକେଣ୍ଡ ମଧ୍ୟରେ ଟିକେଟ କିଣିହେବ।

୧. UTS ଅନ ମୋବାଇଲ ଆପ୍‌ରେ ପ୍ଲାଟଫର୍ମ ଟିକେଟ କିଣିବାର ପ୍ରକ୍ରିୟା:
-ପ୍ରଥମେ Google Play Store କିମ୍ବା iOS Storeରୁ UTS on Mobile App ଡାଉନଲୋଡ୍‌ କରନ୍ତୁ।
-ଆପ ଖୋଲି ନୂଆ ଆକାଉଣ୍ଟ ରେଜିଷ୍ଟର କରନ୍ତୁ (ମୋବାଇଲ ନମ୍ବର ଓ OTP ମାଧ୍ୟମରେ)।
-ଲଗଇନ ପରେ “Platform Ticket” ଅପ୍ସନ ବାଛନ୍ତୁ।
-ଆପ ଆପଣଙ୍କ GPS ଲୋକେସନ ଅନୁସାରେ ନିକଟତମ ଷ୍ଟେଶନ ଦେଖାଇବ। ଷ୍ଟେଶନ ଚୟନ କରନ୍ତୁ।
-ଟିକେଟ ସଂଖ୍ୟା ଦିଅନ୍ତୁ ଏବଂ ପେମେଣ୍ଟ ମୋଡ ବାଛନ୍ତୁ (UPI, ଡେବିଟ/କ୍ରେଡିଟ କାର୍ଡ, ନେଟ ବ୍ୟାଙ୍କିଙ୍ଗ, ୱାଲେଟ)।
-ପେମେଣ୍ଟ ପରେ ଆପଣଙ୍କ ମୋବାଇଲରେ ଇ-ପ୍ଲାଟଫର୍ମ ଟିକେଟ ଆସିଯିବ।
-ପ୍ଲାଟଫର୍ମରେ ପ୍ରବେଶ ସମୟରେ ଏହି ଟିକେଟ ରେଳବାଇ କର୍ମଚାରୀଙ୍କୁ ଦେଖାଇବାକୁ ପଡ଼ିବ

୨. RailOne ଆପ୍‌ରୁ ପ୍ଲାଟଫର୍ମ ଟିକେଟ କିଣିବାର ପ୍ରକ୍ରିୟା?

-Play Store କିମ୍ବା App Storeରୁ RailOne App ଡାଉନଲୋଡ କରନ୍ତୁ।
-ନିଜ ମୋବାଇଲ ନମ୍ବର ଦେଇ ରେଜିଷ୍ଟ୍ରେସନ/ଲଗଇନ୍‌ କରନ୍ତୁ।
-ହୋମ ପେଜରେ Platform Ticket ଅପ୍ସନ ବାଛନ୍ତୁ।
-ଷ୍ଟେଶନ ନାମ ଖୋଜି ଚୟନ କରନ୍ତୁ।
-ଟିକେଟ ସଂଖ୍ୟା ଦିଅନ୍ତୁ ଏବଂ ଆଗକୁ ବଢ଼ନ୍ତୁ।
-ପେମେଣ୍ଟ ଅପ୍ସନ ବାଛି (UPI, ୱାଲେଟ, ନେଟ୍‌ ବ୍ୟାଙ୍କିଙ୍ଗ, କାର୍ଡ) ପେମେଣ୍ଟ କରନ୍ତୁ।
-ତୁରନ୍ତ ଆପଣଙ୍କ ଆପ୍‌ ଓ SMSରେ ପ୍ଲାଟଫର୍ମ ଟିକେଟ ଜେନେରେଟ ହୋଇଯିବ।

ଡିଜିଟାଲ ପେମେଣ୍ଟରେ ସହଜ ଦେୟ

ଟିକେଟ କିଣିବା ସମୟରେ ଯାତ୍ରୀମାନେ UPI, ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ମୋବାଇଲ ଓ୍ୱାଳେଟ ଭଳି ଡିଜିଟାଲ ମାଧ୍ୟମରେ ଦେୟ ଦେଇପାରିବେ। ଅର୍ଥାତ ଆପଣଙ୍କୁ ନଗଦ ଆବଶ୍ୟକତା ନାହିଁ ଏବଂ ତୁରନ୍ତ ଇ-ଟିକେଟ ମିଳିଯାଏ, ଯାହା ପ୍ଲାଟଫର୍ମରେ ପ୍ରବେଶ ସମୟରେ ଦେଖାଇଲେ ଚଳେ।

ଲମ୍ବା ଲାଇନରୁ ମୁକ୍ତି
ପୂର୍ବରୁ ଯାତ୍ରୀମାନଙ୍କୁ ପ୍ଲାଟଫର୍ମ ଟିକେଟ ପାଇଁ ଟିକେଟ କାଉଣ୍ଟରରେ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ୁଥିଲା। କିନ୍ତୁ ମୋବାଇଲରୁ ଟିକେଟ କିଣିବାର ସୁବିଧା ପରେ ଯାତ୍ରୀମାନଙ୍କର ସମୟ ଓ ଶକ୍ତି ଉଭୟ ବଞ୍ଚିବ। ଏହି ପଦକ୍ଷେପକୁ ରେଳବାଇର ଡିଜିଟାଲ ଇଣ୍ଡିଆ ଯୋଜନାର ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri