ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲ, କାମ ଦିଅ

କାଳିଆପାଣି, ୩୦ା୭ (ଅସିତ ମହାନ୍ତ):ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଶ୍ରମିକଙ୍କ ରୋଷର ଏବେ ଶିକାର ହୋଇଛନ୍ତି ପୂର୍ବତନ   ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ଏଥିସହିତ ତାଙ୍କ ଦ୍ୱାରା ନିୟନ୍ତ୍ରିତ ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଂଘ ଅଡ଼ୁଆରେ ପଡ଼ିଛି। ୨୦୨୪ ନିର୍ବାଚନ ବେଳେ ବିଜେଡିର ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରୀତିରଞ୍ଜନଙ୍କୁ ଜିତାଇଲେ ଚାକିରି କରାଇ ଦେବାକୁ ଶ୍ରମିକ ସଂଘ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲା। ହେଲେ ଭାଜପାର ପ୍ରଦୀପ ବଳସାମନ୍ତ ବିଧାୟକ ହେବା ପରେ ବିଜେଡିକୁ ସମର୍ଥନ ଦେଇଆସୁଥିବା ଶ୍ରମିକମାନେ ଖଣି ଅଞ୍ଚଳରେ କାମ ପାଇବା କଷ୍ଟକର ହେଉଛି। ଏଭଳି ସ୍ଥଳେ ସେମାନେ ଉକ୍ତ ଶ୍ରମିକ ସଂଘ ନିକଟରେ ଦାବି କରି କହୁଛନ୍ତି ‘ପ୍ରତିଶ୍ରୁତି ଦେଇଥିଲ, ଏବେ କାମ ଦିଅ’। ପ୍ରୀତିରଞ୍ଜନ ନିର୍ବାଚନରେ ପରାସ୍ତ ହୋଇଥିଲେ ମଧ୍ୟ ନିଜର ଜନ ସମର୍ଥନ ବଜାୟ ରଖିବା ଲାଗି ପ୍ରୟାସ କରୁଛନ୍ତି। ହେଲେ କାମ ନ ପାଇବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳୁଛି।
  ଶ୍ରମିକଙ୍କ ବାରମ୍ବାର ଦାବିକୁ ସାମ୍ନା କରିବାରେ ଅକ୍ଷମ ଥିବା ଶ୍ରମିକ ସଂଘ ଅନନ୍ୟୋପାୟ ହୋଇ ସୋମବାର କେତେଜଣ ଶ୍ରମିକଙ୍କୁ ଧରି ଲୋଡିଂ ଠିକାଦାରଙ୍କ ଟାଟା ବଜାରସ୍ଥିତ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସଂଘର ନୂତନ ସମ୍ପାଦକ ଭରତ ମହାନ୍ତଙ୍କ ସହ ଭଗବତୀ ମହାନ୍ତ, ପ୍ରଭାତ ପ୍ରଧାନ ଓ କିଛି ଛାମୁଆ ବିଜେଡି କର୍ମୀ ଶ୍ରମିକଙ୍କୁ କାମ ଦେବା ନେଇ ଠିକାଦାର ପ୍ରାଣକୃଷ୍ଣ ମହାନ୍ତଙ୍କ ନିକଟରେ ଦାବି ଜଣାଇଛନ୍ତି। ତେବେ ଦାବି କରିଥିବା ଶ୍ରମିକମାନେ କେବେ ଲୋଡିଂ କାମ କରି ନ ଥିବା କିମ୍ବା ସେମାନେ ତାଙ୍କଠାରେ ରେଜିଷ୍ଟ୍ରୀଭୁକ୍ତ ନୁହନ୍ତି ବୋଲି ପ୍ରାଣକୃଷ୍ଣ କହିିଛନ୍ତି।
ଶ୍ରମିକଙ୍କ ଦାବିକୁ ନେଇ ଉପୁଜିଥିବା ଅସ୍ବାଭାବିକ ସ୍ଥିତି ବିଷୟରେ ଜାଣିବା ପାଇଁ ପ୍ରୀତିରଞ୍ଜନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା। ଅନ୍ୟପକ୍ଷରେ ଭାଜପା ୩୭ ନମ୍ବର ଜୋନ୍‌ ପ୍ରଭାରୀ ସତ୍ୟଜିତ ଦାସ କହିଛନ୍ତି, ପ୍ରତିଥର ନିର୍ବାଚନରେ ଖଣିରେ ନିଯୁକ୍ତି ଭେଳିକି ଦେଖାଇ ଲୋକଙ୍କ ଭୋଟ ହାତଉଥିବା ବିଜେଡି ଛାମୁଆ ଶ୍ରମିକ ସଂଘର ନେତା ନିର୍ବାଚନରେ ହାରିବା ପରେ ଶ୍ରମିକଙ୍କୁ ଉତ୍ତର ଦେବାରେ ବିଫଳ ହୋଇଛନ୍ତିି। ଶ୍ରମିକ ସଂଘ ସଭାପତି ପ୍ରୀତିରଞ୍ଜନ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଦେଖାଇହେବା ପାଇଁ ବର୍ତ୍ତମାନ ଏଭଳି ଭେଳିକି କରିଛନ୍ତି ବୋଲି ଦାସ ପ୍ରକାଶ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri