Posted inଫୁରସତ

ସାବୁନ ଲଗାଇ ଧୋଇପାରିବେ ଏହି ମୋବାଇଲ୍‌

କରୋନା ଯୋଗୁ ଏବେ ସବୁ ଜିନିଷକୁ ସାନିଟାଇଜ୍‌ କରିବାକୁ ପଡୁଛି। ଖାସ୍‌କରି ବହୁଳ ବ୍ୟବହାର ହେଉଥିବା ମୋବାଇଲ୍‌ ସାନିଟାଇଜ୍‌ କରିବା ନିହାତି ଜରୁରୀ ହୋଇପଡିଛି। କାରଣ ମୋବାଇଲ ହେଉଛି ସବୁ ପ୍ରକାରର ବ୍ୟାକ୍ଟେରିଆ ଓ ମାଇକ୍ରୋବସ୍‌ର ଗନ୍ତାଘର। ହେଲେ ଏହାକୁ ବେଶ୍‌ ସତର୍କତା ଅବଲମ୍ବନ କରି ସାନିଟାଇଜ୍‌ କରିବାକୁ ପଡିଥାଏ। କାରଣ ପାଣି ବାଜିଲେ ଏହା ଖରାପ ହେବା ଆଶଙ୍କା ଥାଏ। ଏହି ସମସ୍ୟାକୁ ଦେଖି ଇଂଲଣ୍ଡର ବୁଲିଟ୍‌ ନାମକ ଏକ କମ୍ପାନୀ ତିଆରି କରିଛି ପୃଥିବୀର ପ୍ରଥମ ଆଣ୍ଟି ବ୍ୟାକ୍ଟେରିଆ ବା ଆଣ୍ଟିମାଇକ୍ରୋବାଏଲ୍‌ ସ୍ମାର୍ଟଫୋନ୍‌, ଯାହାର ନାଁ ରହିଛି CAT S42। ଏହାକୁ ସାବୁନ ଲଗାଇ ପାଣିରେ ଧୋଇହେବ, ବ୍ଲିଚ୍‌ ଓ ସାନିଟାଇଜ୍‌ ମଧ୍ୟ କରିହେବ। କାରଣ ମୋବାଇଲ୍‌ଟି ଓ୍ବାଟରପ୍ରୁଫ୍‌ ହୋଇଥିବାରୁ ପାଣି ସଂସ୍ପର୍ଶରେ ଆସିଲେ ବି ଏହା ଖରାପ ହୋଇ ନ ଥାଏ। ଏହାବାଦ୍‌ ଏଥିରେ ଆଉ ଏକ ଲେୟର୍‌ ସୁରକ୍ଷା କବଚ ରହିଛି, ଯାହା ଜର୍ମର ବଢିବାର ପ୍ରକ୍ରିୟାକୁ ରୋକିଥାଏ। ଏହାକୁ ତିଆରି କରିବାବେଳେ ଏହାର ପ୍ରତ୍ୟେକ ପାର୍ଟରେ ସିଲଭର୍‌ ଆୟନ୍‌ ସ୍ଥାପିତ କରାଯାଇଛି। ଯଦିଓ ସିଲଭର୍‌ ଆୟନ୍‌ ବ୍ୟାକ୍ଟେରିଆ ଓ ଭାଇରସ୍‌ ସହ ଲଢି ନ ଥାଏ କିନ୍ତୁ ଏହା ସେମାନଙ୍କ ବିସ୍ତାରକୁ ରୋକିଥାଏ। ତେଣୁ ସ୍ବାସ୍ଥ୍ୟ ବିଭାଗ ତଥା ଲୋକ ସଂସ୍ପର୍ଶ ଓ ବିଭିନ୍ନ ସ୍ଥାନ ବୁଲିବାକୁ ପଡୁଥିବା ଚାକିରିରେ ଥିବା ଲୋକଙ୍କ ପାଇଁ ଏହି ଫୋନ୍‌ ବରଦାନ ସ୍ବରୂପ। ଏହାର ମୂଲ୍ୟ ବି ପକେଟ୍‌କୁ ସୁହାଇଲା ଭଳି। ମାତ୍ର ୨୩୦୦୦ ଟଙ୍କା। ଆଶା କରାଯାଉଛି ଆଗାମୀ ବର୍ଷକୁ ଏହା ବଜାରରେ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri