ହୋମ୍‌ ଲୋନ୍‌ ନ ଶୁଝି ବି ବିକ୍ରି କରିପାରିବେ ଘର, ଏ ହେଉଛି ସବୁଠାରୁୁ ସହଜ ଉପାୟ…

ନୂଆଦିଲ୍ଲୀ,୭।୧୧: ଭାରତରେ ଅଧିକାଂଶ ଲୋକ ଘର କିଣିବା ପାଇଁ ହୋମ୍‌ ଲୋନ୍‌ ନିଅନ୍ତି। ଏହା ଦ୍ୱାରା ଏକାଥରକେ ଟଙ୍କା ଦେବା ପରିବର୍ତ୍ତେ ଇଏମ୍‌ଆଇ(EMI) ମାଧ୍ୟମରେ ଧୀରେ ଧୀରେ ଦେବାର ସୁବିଧା ମିଳେ। କିନ୍ତୁ କେତେକ ସମୟରେ ପରିସ୍ଥିତି ଏପରି ହୋଇଯାଏ ଯେ ଲୋନ ପୂରା ସୁଝିବା ପୂର୍ବରୁ ଘର ବିକ୍ରି କରିବାକୁ ପଡ଼େ। ଘର ବିକ୍ରି କରିବା ସାଧାରଣତଃ ସହଜ କାମ ଲାଗେ, କିନ୍ତୁ ତା’ ଉପରେ ହୋମ ଲୋନ ଚାଲୁଥିଲେ ମାମଲା କିଛି ମାତ୍ରାରେ ଜଟିଳ ହୋଇଯାଏ। ଅନେକ ଲୋକ ଭାବନ୍ତି ଯେ ଲୋନ ପୂରା ନ ଦେଲେ ଘର ବିକ୍ରି ହୋଇପାରିବ ନାହିଁ, କିନ୍ତୁ ଏହା ଠିକ ନୁହେଁ। ଆପଣ ଲୋନ ଦେବା ପୂର୍ବରୁ ମଧ୍ୟ ନିଜ ସମ୍ପତ୍ତି ବିକ୍ରି କରିପାରିବେ। ଏଥିଲାଗି କିଛି ଆବଶ୍ୟକୀୟ ଔପଚାରିକତା ପୂରଣ କରିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା, ହୋମ ଲୋନ ଦେଇ ନ ଥିଲେ ଘର କିପରି ବିକ୍ରି କରିହେବ?

ହୋମ ଲୋନ ଥିବା ଘର କିପରି ବିକ୍ରି କରିବେ?
ପ୍ରକୃତରେ, ଆପଣଙ୍କ ହୋମ ଲୋନ ଚାଲୁଥିଲେ ମଧ୍ୟ ସମ୍ପତ୍ତି ବିକ୍ରି କରିପାରିବେ। ଏଥିପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ୟାଙ୍କ କିମ୍ବା ଲୋନ ଦାତାଠାରୁ ନୋ ଅବଜେକ୍ସନ ସାର୍ଟିଫିକେଟ (NOC) ପ୍ରାପ୍ତ କରିବା। ଏହି ଦସ୍ତାବିଜ ପ୍ରମାଣ କରେ ଯେ ବ୍ୟାଙ୍କକୁ ଆପଣଙ୍କ ସମ୍ପତ୍ତି ବିକ୍ରି କରିବାରେ କୌଣସି ଆପତ୍ତି ନାହିଁ। ଯଦି କ୍ରେତା ମଧ୍ୟ ସେହି ବ୍ୟାଙ୍କରୁ ଲୋନ ନେବାକୁ ଚାହାନ୍ତି ଯାହାଠାରୁ ଆପଣ ଲୋନ ନେଇଥିଲେ, ତେବେ ପ୍ରକ୍ରିୟା ଆହୁରି ସହଜ ହୋଇଯାଏ। ବ୍ୟାଙ୍କକୁ ସମ୍ପତ୍ତିର କାଗଜପତ୍ର ଅନ୍ୟ କୌଣସି ସଂସ୍ଥାକୁ ଟ୍ରାନ୍ସଫର୍‌ କରିବାର ଆବଶ୍ୟକତା ପଡ଼େ ନାହିଁ। ଅନ୍ୟପକ୍ଷରେ, ଯଦି କ୍ରେତା ନଗଦରେ ଭୁଗତାନ କରିବାକୁ ଚାହାନ୍ତି, ତେବେ ସେହି ରାଶି ସିଧାସଳଖ ବ୍ୟାଙ୍କକୁ ଦେଇପାରିବେ। ବ୍ୟାଙ୍କ ପୂରା ବକେୟା ରାଶି ଆଦାୟ ନକରିବା ପର୍ଯ୍ୟନ୍ତ ସମ୍ପତ୍ତିର କାଗଜପତ୍ର ଜାରି କରେ ନାହିଁ।

ଘର ବିକ୍ରି ପୂର୍ବରୁ ଏହି କାମଗୁଡ଼ିକ କରନ୍ତୁ?
ଘର ବିକ୍ରି ପୂର୍ବରୁ କିଛି ଆବଶ୍ୟକୀୟ ପଦକ୍ଷେପ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ ନିଜର ବାକି ଲୋନ ରାଶି ଯାଞ୍ଚ କରନ୍ତୁ ଏବଂ ତାହା କିପରି ଦେଇପାରିବେ ତାହା ନିଶ୍ଚିତ କରନ୍ତୁ। ଯଦି ତୁରନ୍ତ ପୂରା ଟଙ୍କା ଦେବା ସମ୍ଭବ ନୁହେଁ। ତେବେ ବ୍ୟାଙ୍କ ସହ ଆଲୋଚନା କରନ୍ତୁ କିମ୍ବା ପର୍ସନାଲ ଲୋନ ଭଳି ବିକଳ୍ପ ଲୋନ ନେବା ଉପରେ ବିଚାର କରନ୍ତୁ। ତା’ପରେ, ବ୍ୟାଙ୍କଠାରୁ ନୋ ଅବଜେକ୍ସନ ସାର୍ଟିଫିକେଟ (NOC) ନିଶ୍ଚିତ ଭାବେ ପ୍ରାପ୍ତ କରନ୍ତୁ, ଯାହା ଦ୍ୱାରା ବିକ୍ରି ପ୍ରକ୍ରିୟା ଆଇନଗତ ରୂପେ ସଠିକ ଢଙ୍ଗରେ ସମ୍ପୂର୍ଣ୍ଣ ହୋଇପାରିବ। ଏହା ସହିତ, ଜଣେ ରିୟଲ ଏଷ୍ଟେଟ ବିଶେଷଜ୍ଞ କିମ୍ବା ଆର୍ଥିକ ପରାମର୍ଶଦାତାଙ୍କଠାରୁ ପରାମର୍ଶ ନେବା ଉତ୍ତମ ହେବ, ଯାହା ଦ୍ୱାରା ପୂରା ପ୍ରକ୍ରିୟା ନିରାପଦ ଏବଂ କୌଣସି ଅସୁବିଧା ବିନା ସମ୍ପୂର୍ଣ୍ଣ ହୋଇପାରିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘଟିବ କି କିଛି ଅଶୁଭ: ପୁଣି ନୀଳଚକ୍ର ଉପରେ ବସିଲା ଚିଲ

ପୁରୀ,୧୮ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ମଙ୍ଗଳବାର ଅପରାହ୍ନରେ କିଛି ସମୟ ଧରି ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛିଦିନ ହେବ ଲଗାତର ଏପରି ଘଟଣା ଦେଖିବାକୁ…

ରାତିରେ ଶୋଇଥିଲେ ସାଙ୍ଗ, ଛୁରି ଭୁସିଦେଲେ ଗଣ୍ଡ: ବିଶ୍ୱାସଘାତକତାର କରୁଣ ପରିଣତି

ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା…

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri