ହୋମ୍‌ ଲୋନ୍‌ ନ ଶୁଝି ବି ବିକ୍ରି କରିପାରିବେ ଘର, ଏ ହେଉଛି ସବୁଠାରୁୁ ସହଜ ଉପାୟ…

ନୂଆଦିଲ୍ଲୀ,୭।୧୧: ଭାରତରେ ଅଧିକାଂଶ ଲୋକ ଘର କିଣିବା ପାଇଁ ହୋମ୍‌ ଲୋନ୍‌ ନିଅନ୍ତି। ଏହା ଦ୍ୱାରା ଏକାଥରକେ ଟଙ୍କା ଦେବା ପରିବର୍ତ୍ତେ ଇଏମ୍‌ଆଇ(EMI) ମାଧ୍ୟମରେ ଧୀରେ ଧୀରେ ଦେବାର ସୁବିଧା ମିଳେ। କିନ୍ତୁ କେତେକ ସମୟରେ ପରିସ୍ଥିତି ଏପରି ହୋଇଯାଏ ଯେ ଲୋନ ପୂରା ସୁଝିବା ପୂର୍ବରୁ ଘର ବିକ୍ରି କରିବାକୁ ପଡ଼େ। ଘର ବିକ୍ରି କରିବା ସାଧାରଣତଃ ସହଜ କାମ ଲାଗେ, କିନ୍ତୁ ତା’ ଉପରେ ହୋମ ଲୋନ ଚାଲୁଥିଲେ ମାମଲା କିଛି ମାତ୍ରାରେ ଜଟିଳ ହୋଇଯାଏ। ଅନେକ ଲୋକ ଭାବନ୍ତି ଯେ ଲୋନ ପୂରା ନ ଦେଲେ ଘର ବିକ୍ରି ହୋଇପାରିବ ନାହିଁ, କିନ୍ତୁ ଏହା ଠିକ ନୁହେଁ। ଆପଣ ଲୋନ ଦେବା ପୂର୍ବରୁ ମଧ୍ୟ ନିଜ ସମ୍ପତ୍ତି ବିକ୍ରି କରିପାରିବେ। ଏଥିଲାଗି କିଛି ଆବଶ୍ୟକୀୟ ଔପଚାରିକତା ପୂରଣ କରିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା, ହୋମ ଲୋନ ଦେଇ ନ ଥିଲେ ଘର କିପରି ବିକ୍ରି କରିହେବ?

ହୋମ ଲୋନ ଥିବା ଘର କିପରି ବିକ୍ରି କରିବେ?
ପ୍ରକୃତରେ, ଆପଣଙ୍କ ହୋମ ଲୋନ ଚାଲୁଥିଲେ ମଧ୍ୟ ସମ୍ପତ୍ତି ବିକ୍ରି କରିପାରିବେ। ଏଥିପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ୟାଙ୍କ କିମ୍ବା ଲୋନ ଦାତାଠାରୁ ନୋ ଅବଜେକ୍ସନ ସାର୍ଟିଫିକେଟ (NOC) ପ୍ରାପ୍ତ କରିବା। ଏହି ଦସ୍ତାବିଜ ପ୍ରମାଣ କରେ ଯେ ବ୍ୟାଙ୍କକୁ ଆପଣଙ୍କ ସମ୍ପତ୍ତି ବିକ୍ରି କରିବାରେ କୌଣସି ଆପତ୍ତି ନାହିଁ। ଯଦି କ୍ରେତା ମଧ୍ୟ ସେହି ବ୍ୟାଙ୍କରୁ ଲୋନ ନେବାକୁ ଚାହାନ୍ତି ଯାହାଠାରୁ ଆପଣ ଲୋନ ନେଇଥିଲେ, ତେବେ ପ୍ରକ୍ରିୟା ଆହୁରି ସହଜ ହୋଇଯାଏ। ବ୍ୟାଙ୍କକୁ ସମ୍ପତ୍ତିର କାଗଜପତ୍ର ଅନ୍ୟ କୌଣସି ସଂସ୍ଥାକୁ ଟ୍ରାନ୍ସଫର୍‌ କରିବାର ଆବଶ୍ୟକତା ପଡ଼େ ନାହିଁ। ଅନ୍ୟପକ୍ଷରେ, ଯଦି କ୍ରେତା ନଗଦରେ ଭୁଗତାନ କରିବାକୁ ଚାହାନ୍ତି, ତେବେ ସେହି ରାଶି ସିଧାସଳଖ ବ୍ୟାଙ୍କକୁ ଦେଇପାରିବେ। ବ୍ୟାଙ୍କ ପୂରା ବକେୟା ରାଶି ଆଦାୟ ନକରିବା ପର୍ଯ୍ୟନ୍ତ ସମ୍ପତ୍ତିର କାଗଜପତ୍ର ଜାରି କରେ ନାହିଁ।

ଘର ବିକ୍ରି ପୂର୍ବରୁ ଏହି କାମଗୁଡ଼ିକ କରନ୍ତୁ?
ଘର ବିକ୍ରି ପୂର୍ବରୁ କିଛି ଆବଶ୍ୟକୀୟ ପଦକ୍ଷେପ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ ନିଜର ବାକି ଲୋନ ରାଶି ଯାଞ୍ଚ କରନ୍ତୁ ଏବଂ ତାହା କିପରି ଦେଇପାରିବେ ତାହା ନିଶ୍ଚିତ କରନ୍ତୁ। ଯଦି ତୁରନ୍ତ ପୂରା ଟଙ୍କା ଦେବା ସମ୍ଭବ ନୁହେଁ। ତେବେ ବ୍ୟାଙ୍କ ସହ ଆଲୋଚନା କରନ୍ତୁ କିମ୍ବା ପର୍ସନାଲ ଲୋନ ଭଳି ବିକଳ୍ପ ଲୋନ ନେବା ଉପରେ ବିଚାର କରନ୍ତୁ। ତା’ପରେ, ବ୍ୟାଙ୍କଠାରୁ ନୋ ଅବଜେକ୍ସନ ସାର୍ଟିଫିକେଟ (NOC) ନିଶ୍ଚିତ ଭାବେ ପ୍ରାପ୍ତ କରନ୍ତୁ, ଯାହା ଦ୍ୱାରା ବିକ୍ରି ପ୍ରକ୍ରିୟା ଆଇନଗତ ରୂପେ ସଠିକ ଢଙ୍ଗରେ ସମ୍ପୂର୍ଣ୍ଣ ହୋଇପାରିବ। ଏହା ସହିତ, ଜଣେ ରିୟଲ ଏଷ୍ଟେଟ ବିଶେଷଜ୍ଞ କିମ୍ବା ଆର୍ଥିକ ପରାମର୍ଶଦାତାଙ୍କଠାରୁ ପରାମର୍ଶ ନେବା ଉତ୍ତମ ହେବ, ଯାହା ଦ୍ୱାରା ପୂରା ପ୍ରକ୍ରିୟା ନିରାପଦ ଏବଂ କୌଣସି ଅସୁବିଧା ବିନା ସମ୍ପୂର୍ଣ୍ଣ ହୋଇପାରିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri