Posted inଫୁରସତ

ଭଲ ଦରମା ସତ୍ତ୍ୱେ ସଞ୍ଚୟ କରିପାରୁ ନାହାନ୍ତି କି? ଆପଣାନ୍ତୁ ୫୦:୩୦:୨୦ ଫର୍ମୁଲା, ରହିବନି ଅବଶୋଷ

ସାଧାରଣତଃ ଟଙ୍କା ସଞ୍ଚୟ କରିବା ଏକ କଳା ବୋଲି କୁହାଯାଏ। ସମସ୍ତଙ୍କ ପାଖରେ ତାହା ନ ଥାଏ। ଅଧିକାଂଶ ଲୋକ ଭଲ ଦରମା ପାଉଥିଲେ ହେଁ ଟଙ୍କା ସଞ୍ଚୟ କରିପାରନ୍ତି ନାହିଁ ବୋଲି ଅଭିଯୋଗ କରିଥାନ୍ତି। ଏହା ପଛରେ କାରଣଟି ହେଲା ଖର୍ଚ୍ଚର ଆକଳନ କରି ନ ପାରିବା, ଫଳରେ ଅଦରକାରୀ ଖର୍ଚ୍ଚରେ ଅଧିକ ଟଙ୍କା ଶେଷ ହୋଇଯାଇଥାଏ। ଯଦି ଆପଣ ଟଙ୍କା ସଞ୍ଚୟ କରିବାକୁ ଚାହାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ ହେବ। ଆମେ ଆପଣଙ୍କୁ ସଞ୍ଚୟର ୫୦:୩୦:୨୦ ଫର୍ମୁଲା ବିଷୟରେ କହିବୁ। ଏହି ଫର୍ମୁଲାକୁ ବ୍ୟବହାର କରି ଆପଣ କମ୍‌ ସମୟରେ ବେଶ ଭଲ ଉପାୟରେ ଅଧିକ ଟଙ୍କା ସଞ୍ଚୟ କରିପାରିବେ।

୫୦:୩୦:୨୦ ଫର୍ମୁଲା କ’ଣ?
ଏହି ଫର୍ମୁଲାରେ ଆପଣଙ୍କୁ ଆପଣଙ୍କ ଦରମାକୁ ୩ ଭାଗରେ ବିଭକ୍ତ କରିବାକୁ ହେବ। ଏହାକୁ ଆପଣ ନିଜର ଆବଶ୍ୟକ ଖର୍ଚ୍ଚ, ଉପଭୋଗ କରିବାକୁ ଏବଂ ନିବେଶ କରିବାକୁ କରିବା ଉଚିତ। ଫର୍ମୁଲା ମୁତାବକ ମୋଟ ଦରମାର ୫୦% ଅର୍ଥାତ ଅଧା ଦରମା ଆବଶ୍ୟକ କାମରେ, ୩୦% ନିଜର ଆବଶ୍ୟକତା ପୂରଣ ପାଇଁ ଏବଂ ବାକି ୨୦% ସଞ୍ଚୟ ପାଇଁ କରିବା ଉଚିତ।

ଉଦାହରଣ:
ଧରି ନିଅନ୍ତୁ ଆପଣଙ୍କ ଦରମା ୬୦୦୦୦ ଟଙ୍କା। ଏହି ଦରମାରେ ୫୦:୩୦:୨୦ ଫର୍ମୁଲା ପକାନ୍ତୁ। ଏମିତିରେ ୩୦୦୦୦ ଟଙ୍କା ଘର ଚଳାଇବା ଲାଗି(ଘର ଭଡ଼ା ନଚେତ ଇଏମ୍‌ଆଇ, ଗ୍ରୋସରୀ, ଶିକ୍ଷା) ଉପରେ ଖର୍ଚ୍ଚ କରିପାରିବେ। ଏହାପରେ ଆପଣ ନିଜ ଦରମାର ୩୦% ଅର୍ଥାତ ୧୮୦୦୦ ଟଙ୍କା ନିଜର ଆବଶ୍ୟକତା ପୂରଣ କରିବା ଲାଗି, ବାହାରେ ବୁଲିବା, ଖାଦ୍ୟପେୟ, ଫିଲ୍ମ ଦେଖିବା ଆଦିରେ ବିନିଯୋଗ କରିପାରିବେ। ବାକି ୨୦% ଆପଣ ନିବେଶ/ସଞ୍ଚୟ ଲାଗି ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଲାଙ୍ଗରେ ଭୟଙ୍କର ବୋମା ବିସ୍ଫୋରଣ: ହାତ ପାପୁଲି ଛିଣ୍ଡି…

ପିପିଲି,୧୭।୩: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଏକ ଜଙ୍ଗଲରେ ମଙ୍ଗଳବାର ଅଘଟଣ ଘଟିଛି। ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ…

ଭାରତରେ ୨ଟା ପହଞ୍ଚିବା ପରେ ହରମୁଜରେ ଫସିଲା ୧୯ ଜାହାଜ, LPG ଜାହାଜକୁ ଘେରିଗଲେ…

ନୂଆଦିଲ୍‌ଲୀ,୧୭।୩: ଚାଲିଥିବା ବିବାଦ ମଧ୍ୟରେ, ଇରାନ ହରମୁଜରେ ଜାହାଜ ଚଳାଚଳ ରାସ୍ତା ଅବରୋଧ କରିଛି। ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଜାହାଜଗୁଡ଼ିକ ହରମୁଜରେ ଫସି ରହିଥିବା…

ରୁଷିକୂଲ୍ୟାରେ ବୁଡ ପକାଇଲେ ହଜାର ହଜାର ଭକ୍ତ: ପିତୃପୁରୁଷଙ୍କୁ ପିଣ୍ଡ ଦାନ

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ମଙ୍ଗଳବାର ହଜାର…

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ: ସାହାଯ୍ୟ କରିବାକୁ ସିଧା ସିଧା ମନା କରିଦେଲେ ଏସବୁ ଦେଶ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ହର୍ମୁଜ ଷ୍ଟ୍ରେଟ୍‌କୁ ସୁରକ୍ଷିତ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri