ନିବେଶ କରୁଥିଲେ..

ଆଜିକାଲି ମହିଳାମାନେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବାରେ ସକ୍ଷମ ହୋଇଛନ୍ତି। କେବଳ ସେମାନେ ସ୍ବାବଲମ୍ବୀ ହୋଇନାହାନ୍ତି ତା’ସହ ସଞ୍ଚୟ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିଛନ୍ତି। ବ୍ୟାଙ୍କରେ ଏବେ ସଞ୍ଚୟର ବିଭିନ୍ନ ପ୍ରକାର ସ୍କିମ୍‌ ରହିଛି। ଏପରି କି ଏଭଳି କେତେକ ଯୋଜନା ରହିଛି ଯେଉଁଥିରେ ଆପଣ ଟଙ୍କା ବିନିଯୋଗ କରି ଲାଭବାନ୍‌ ହୋଇପାରିବେ। ସେ ସମ୍ପର୍କରେ ସୂଚନା…

ସମୟ ସହ ନିବେଶର ବିଭିନ୍ନ ପ୍ରକାର ନୂଆ ନୂଆ ମାଧ୍ୟମ ବାହାରିଗଲାଣି। ଯେମିତିକି ଶେୟାର ମାର୍କେଟରେ ନିବେଶ, ମ୍ୟୁଚୁଆଲ ଫଣ୍ଡ, ଶର୍ଟ ଏବଂ ଲଙ୍ଗ୍‌ଟର୍ମ ଇନ୍‌ଭେଷ୍ଟମେଣ୍ଟ ସ୍କିମ୍‌, ପ୍ରପର୍ଟିରେ ନିବେଶ, ପୋଷ୍ଟ ଅଫିସ୍‌ରେ ବାହାରୁଥିବା ନୂଆ ନୂଆ ସ୍କିମ୍‌ ଆଦି। କିନ୍ତୁ ଆଜି ବି ଅଧିକାଂଶ ଲୋକ  ବ୍ୟାଙ୍କରେ ଫିକ୍ସଡ୍‌ ଡିପୋଜିଟ୍‌ (ଏଫ୍‌ଡି)ରେ ନିବେଶ କରିବା ଉତ୍ତମ ମାଧ୍ୟମ ବୋଲି ମାନନ୍ତି। ଏମିତିରେ ଦେଖିବାକୁ ଗଲେ ଏଫ୍‌ଡିରେ ନିବେଶ କରିବା ଭଲକଥା  କିନ୍ତୁ ଏଥିରେ ନିବେଶ ମଧ୍ୟ ସୀମାବନ୍ଧନ ରହିବ। ଯେବେ ବି ସଞ୍ଚୟ ଏବଂ ନିବେଶ ଉପରକୁ କଥା ଆସେ ,ତେବେ ସର୍ବପ୍ରଥମେ ଅନେକ ବ୍ୟାଙ୍କର ଏଫ୍‌ଡି  ପସନ୍ଦ କରିଥାନ୍ତି । କାରଣ ଏଥିରେ ଟଙ୍କା ବୁଡ଼ିଯିବା ଆଶଙ୍କା ଏତେ ନ ଥାଏ ଏବଂ ପରିମିତ ସୁଧ ମଧ୍ୟ ମିଳିଥାଏ।  ତେଣୁ ଯଦି ଆପଣ ନିବେଶ କରିବାକୁ ଚାହୁଁଛନ୍ତି ତେବେ ସେ ବିଷୟରେ ପ୍ରଥମେ ବିଶଦ ଭାବରେ ବୁଝନ୍ତୁ।
ନିବେଶ ବିଶେଷଜ୍ଞଙ୍କ ମତରେ ଆଜିର ମାର୍କେଟରେ ନିବେଶ କରିବା ଲାଗି ଅନେକ ବିକଳ୍ପ ରହିଛି। ମାର୍କେଟ ରିସର୍ଚ୍ଚ ଅନୁସାରେ ଗତ କିଛି ମାସ ହେବ କେତେକ ସରକାରୀ ଏବଂ ପ୍ରାଇଭେଟ୍‌ ବ୍ୟାଙ୍କରେ ଏଫ୍‌ଡିରେ ସୁଧ ରେଟ୍‌ ମଧ୍ୟ  ବଢ଼ାଇ ଦେଇଛନ୍ତି। ଏହାପରେ ଲୋକଙ୍କର ଧ୍ୟାନ ଏଫ୍‌ଡି ଉପରେ ରହିଛି। କେବଳ  ବେତନ ପାଉଥିବା ବ୍ୟକ୍ତି , ବରିଷ୍ଠ ନାଗରିକ, ମହିଳାମାନେ ବି ଏଫ୍‌ଡି  ପ୍ରତି  ଆଗ୍ରହ ପ୍ରକାଶ କରୁଛନ୍ତି।  କିନ୍ତୁ ମନି ଏକ୍ସପର୍ଟଙ୍କ ମତରେ  ହୁଏତ ଏଥିରେ ନିବେଶ ଭଲ ବିକଳ୍ପ ହୋଇପାରେ। ନିବେଶ କରିବାର  କ୍ଷତି ମଧ୍ୟ ଅଛି, ଯାହା ଜାଣିବା ନିହାତି ଜରୁରୀ। ଏଫ୍‌ଡିରେ ନିବେଶ କ୍ଷତି ଏହି ପ୍ରକାର ହୋଇଥାଏ….
ଏଫ୍‌ଡି କ’ଣ
ଯେତେବେଳେ ଆପଣ କୌଣସି ଏଫ୍‌ଡିରେ ନିବେଶ କରୁଛନ୍ତି , ତେବେ ଆପଣଙ୍କ ଜମା ଟଙ୍କା ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ  ଲକ୍‌ ଇନ୍‌୍‌ ହୋଇଯାଏ। ଏଫ୍‌ଡିର ଅର୍ଥ ଆପଣଙ୍କ ଜମା ରାଶି ସେତେବେଳେ ଉଠାଇପାରିବେ ଯେତେବେଳେ ଏହାର ସମୟସୀମା ସମାପ୍ତ ହେବ।
ରିଟର୍ନ
ଏଫ୍‌ଡି ନିବେଶ କରିବାର କ୍ଷତି ଏହା ଯେ  ଏଥିରେ ସୁଧ ରେଟ୍‌ ଏତେ  ଅଧିକ ନ ଥାଏ। ଏହି ଫିକ୍ସ ଦର ବ୍ୟାଙ୍କ ନିର୍ଦ୍ଧାରଣ କରିଥାଏ। ଏଫ୍‌ଡିର ଅର୍ଥ ଏକ ଫିକ୍ସ ରେଟ୍‌ ଅନୁଯାୟୀ ବ୍ୟାଙ୍କ ଆପଣଙ୍କୁ  ଆପଣଙ୍କ ଜମାରାଶି ରିଟର୍ନ କରିଥାଏ।  ଏଫ୍‌ଡି ମାନେ ଏକ  ନିଶ୍ଚିତ ଅବଧି ପରେ ବ୍ୟାଙ୍କ ଏକ ନିର୍ଦ୍ଧାରିତ  ସୁଧ  ସହ ଆପଣଙ୍କ ରାଶି  ଆପଣଙ୍କୁ ରିଟର୍ନ କରିଥାଏ। ଶେୟାର ମାର୍କେଟ ଏବଂ ମ୍ୟୁଚୁଆଲ ଫଣ୍ଡ ସହିତ  ଏଫ୍‌ଡିଠୁ ଅଧିକ ରିଟର୍ନ ମିଳିଥାଏ। ମାର୍କେଟ ଏକ୍ସପର୍ଟଙ୍କ ମତରେ ଅନ୍ୟ ନିବେଶ ଅନୁସାରେ ଏଥିରେ କମ୍‌ ସୁଧ ମିଳିଥାଏ।
ଲକ୍‌ ଇନ୍‌ ପିରିୟଡ୍‌
ଯଦି ଆପଣଙ୍କ ଟଙ୍କାର ଆବଶ୍ୟକତା ଥାଏ ତେବେ ଏହି କ୍ଷେତ୍ରରେ ଆପଣଙ୍କ ଏଫ୍‌ଡିକୁ କ୍ୟାନ୍‌ସେଲ କରି ବ୍ୟାଙ୍କରୁ ନିଜ ଅର୍ଥ ଉଠାଇପାରିବେ। ତେବେ ଆପଣ ଯେଉଁ ସମୟ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ବ୍ୟାଙ୍କରେ ଟଙ୍କା ଜମା ରଖିଥିଲେ ସେ ପର୍ଯ୍ୟନ୍ତ ଆପଣଙ୍କୁ ସୁଧ ମିଳିବ। ଏହାକୁ  ଯଦି ପ୍ରିମାଚ୍ୟୁୟର କ୍ଲୋଜର କରିବାକୁ ଚାହୁଁଥାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରିନ୍ସପାଲ ଆମାଉଣ୍ଟ ସହ ଇଣ୍ଟରେଷ୍ଟ ରେଟ୍‌ରୁ ମଧ୍ୟ କିଛି ଟଙ୍କା କମ୍‌ ମିଳିଥାଏ।
ଲାଭ ଉଠାଇପାରିବେ ନାହିଁ
ଯଦି ଆପଣ ଏଫ୍‌ଡିରେ ନିବେଶ  କରୁଛନ୍ତି ତେବେ ଆପଣଙ୍କ  ଯୋଜନାର ଅବଧି ଅନ୍ତ ପର୍ଯ୍ୟନ୍ତ ସୁଧ ମିଳିଚାଲିଥାଏ। ଏଫ୍‌ଡି ବଦଳରେ ଯଦି ମାର୍କେଟରେ ଇନ୍‌ଭେଷ୍ଟ କରିବେ ତେବେ ଆପଣଙ୍କୁ ଭଲ ରିଟର୍ନ ମିଳିବ।
ସୁଧ ଉପରେ ଲାଗିଥାଏ ଟ୍ୟାକ୍ସ
ଏଫ୍‌ଡିରେ ଯାହା ସୁଧ ମିଳିଥାଏ ,ସେଥିରେ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ଯେତେବେବେଳ ଆପଣ ଆଇଟିଆର୍‌ ଫାଇଲ୍‌ କରିଥାନ୍ତି ସେତେବେଳେ ଏଫ୍‌ଡି ଉପରେ ମିଳୁଥିବା ଏହି ଆୟକୁ ଅନ୍ୟ କୌଣସି ସୂତ୍ରରେ  ଇନ୍‌କମ୍‌ ଦର୍ଶାଯାଇଥାଏ।
 ବ୍ୟାଙ୍କ ଦେବାଳିଆ ଘୋଷିତ ହେଲେ
ଯଦି କୌଣସି କାରଣରୁ ବ୍ୟାଙ୍କ ଦେବାଳିଆ ହୋଇଯାଏ ,ଯେଉଁଥିରେ ଆପଣ ଏଫ୍‌ଡି କରିଛନ୍ତି ,ତେବେ ଆପଣଙ୍କୁ ଏହାର କ୍ଷତି ସହିବାକୁ ପଡ଼ିପାରେ।
ଏଫ୍‌ଡି ପ୍ରିମାଚ୍ୟୁୟର
ସବୁ ବ୍ୟାଙ୍କ ନିଜ ନିବେଶକଙ୍କୁ ଏହି ସୁବିଧା ଦେଇଥାଏ  ଯଦି ସେମାନେ କୌଣସି ସମସ୍ୟାର ସମ୍ମୁଖୀନ ହେଉଥାନ୍ତି , ତାଙ୍କୁ ଟଙ୍କାର ଆବଶ୍ୟକତା ଥାଏ ତେବେ  ନିବେଶକ ଏଫ୍‌ଡିକୁ  ସମୟ ଥିବା ପୂର୍ବରୁ ଉଠାଇପାରିବେ। ସାଧାରଣତଃ ବ୍ୟାଙ୍କ ନିବେଶକଙ୍କ ଉପରେ କିଛି ପେନାଲ୍ଟି ଚାର୍ଜ ଲଗାଇଥାନ୍ତି। ନିବେଶକୁ ନିଜ ଏଫ୍‌ଡିକୁ ମାଚ୍ୟୁୟର ହେବା ପୂର୍ବରୁ ଉଠାଇବାକୁ ଚାହୁଁଥିଲେ ତାଙ୍କୁ ପେନାଲ୍‌ଟି ଆକାରରେ ସୁଧର ୧-୩ ପ୍ରତିଶତ ଦେବାକୁ ପଡ଼ିଥାଏ।
ଫିକ୍ସଡ୍‌ ସୁଧ ହାର
ଏଫ୍‌ଡିର ଏକ ନିୟମ ରହିଛି ଯେ ବ୍ୟକ୍ତି ଏହା କରିବା ସମୟରେ ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଯାହା ସୁଧ ରେଟ୍‌ ନିର୍ଦ୍ଧାରଣ କରିଥାଏ ,ସେହି  ଅବଧି ପର୍ଯ୍ୟନ୍ତ  ଏଫ୍‌ଡିରେ ସୁଧ ମିଳିଥାଏ। ଏଥିରେ ମିନିମମ୍‌ ଏକବର୍ଷ ପର୍ଯ୍ୟନ୍ତ ଟଙ୍କା ରଖିପାରିବେ। ମ୍ୟାକ୍ସିମମ୍‌ ୧୦ବର୍ଷ ପର୍ଯ୍ୟନ୍ତ ଏଥିରେ ଟଙ୍କା ରଖିପାରିବେ। ଯେତେବେଳେ କି କୌଣସି ମ୍ୟୁଚୁଆଲ ଫଣ୍ଡ ଆଦି ଯୋଜନାରେ ନିବେଶ କରିବା ଦ୍ୱାରା ବଜାରରେ ସୁଧାର   ଆସିବା ସମୟରେ ଲାଭ ମଧ୍ୟ ଅଧିକ ମିଳିଥାଏ।
ଲିକ୍ୟୁଡିଟି
ଏଫ୍‌ଡି ଅନ୍ୟ ନିବେଶ ବିକଳ୍ପ ପରି ହୋଇ ନ ଥାଏ। ତେବେ ଯଦି ଆପଣଙ୍କୁ ତୁରନ୍ତ ଟଙ୍କାର  ଆବଶ୍ୟକତା ଥାଏ ,ଏହି କ୍ଷେତ୍ରରେ ଏଫ୍‌ଡିକୁ ଭାଙ୍ଗିବା ଏତେଟା ସହଜ ହୋଇ ନ ଥାଏ। ଏଫ୍‌ଡି ର ରିନ୍ୟୁର ଟାଇମ୍‌ ହୋଇଥିବ। ଏଫ୍‌ଡିକୁ ଦେଖାଇ ଆପଣ ବ୍ୟାଙ୍କରୁ ଋଣ ମଧ୍ୟ ନେଇପାରିବେ। ଯେମତିକି ପର୍ସନାଲ ଲୋନ୍‌ କିମ୍ବା ହୋମଲୋନ୍‌,କାର୍‌ଲୋନ୍‌ ଆଦି ନେଇପାରିପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri