ଯୋଗୀଙ୍କ ମୋକ୍ଷ ଯୋଜନା: ବାରାଣସୀରେ ପ୍ରତିଷ୍ଠା ହେବ ଅସ୍ଥି ବ୍ୟାଙ୍କ…

ଲକ୍ଷ୍ନୌ,୧୧।୩ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ଜନସାଧାରଣଙ୍କ ପାଇଁ ମୋକ୍ଷ ଯୋଜନା କରିଛନ୍ତି। ଏହା ଅର୍ନ୍ତଗତ ବାରାଣସୀର ମଣିକର୍ଣ୍ଣିକା ଘାଟରେ ଅସ୍ଥି ବ୍ୟାଙ୍କ ପ୍ରତିଷ୍ଠା ହେବ। ମଣିକର୍ଣ୍ଣିକା ଘାଟ ଭାରତର ସବୁଠାରୁ ବଡ ଏବଂ ପବିତ୍ର ଶ୍ମଶାନ ଭାବରେ ପରିଗଣିତ ହୁଏ। ଏହି ଘାଟରେ ସ୍ଥାପିତ ହେବାକୁ ଥିବା ଅସ୍ଥି ବ୍ୟାଙ୍କରେ ଅସ୍ଥି ସଂରକ୍ଷିତ ରଖାଯିବ। ଶ୍ରଦ୍ଧାଳୁ ଏହାକୁ ପରେ ବିସର୍ଜନ କରିପାରିବେ। ଏହି ବ୍ୟାଙ୍କ ମାଧ୍ୟମରେ ଲୋକଙ୍କୁ ନିଜ ପ୍ରିୟଜନଙ୍କ ଶେଷ ରୀତିନୀତି କରିବା ପାଇଁ ସୁବିଧା ମିଳିବ।

ଏନେଇ ବାରାଣସୀର ମ୍ୟୁନିସିପାଲିଟି କର୍ପୋରେଶନର ମ୍ୟୁନିସିପାଲିଟି ସ୍ବାସ୍ଥ୍ୟ ଅଧିକାରୀ ଏମ୍‌ପି ସିଂ କହିଛନ୍ତି ଯେ ଅସ୍ଥିବ୍ୟାଙ୍କ ହେଉଛି ସାମ୍ପ୍ରତିକ ସମୟର ଆବଶ୍ୟକତା। ଆମେ ମଣିକର୍ଣ୍ଣିକା ଘାଟରେ ଏକ ବୃହତ ଅସ୍ଥି ବ୍ୟାଙ୍କ ନିର୍ମାଣ କରିବାକୁ ଯାଉଛୁ। ଯେଉଁଠାରେ ବିସର୍ଜନ ପୂର୍ବରୁ ଅସ୍ଥିକୁ ସଂରକ୍ଷଣ କରାଯାଇପାରିବ। ନାଗରିକ ସଂସ୍ଥା ଏନେଇ ଏକ ପ୍ରସ୍ତାବ ପଠାଇଛନ୍ତି। ଯୋଗୀ ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ସମଗ୍ର ପ୍ରକଳ୍ପକୁ ସରକାର ସବୁଜ ସଙ୍କେତ ଦେଇଛନ୍ତି, ଯେଉଁ କାରଣରୁ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ଏହା ଆରମ୍ଭ ହେବାର ସମ୍ଭାବନା ରହିଛି।

ମଣିକର୍ଣ୍ଣିକା ଘାଟରେ ଶବଦାହ କରୁୁଥିବା ବିକାଶ ଗୁପ୍ତା କହିଛନ୍ତି ଯେ ଏହି ବ୍ୟାଙ୍କରେ ମୃତ ବ୍ୟକ୍ତିଙ୍କ ଅସ୍ଥି ପାଉଁଶ ଓ ଅବଶିଷ୍ଟାଂଶ ସଂରକ୍ଷିତ ରହିବ। ମଣିକର୍ଣ୍ଣିକା ଘାଟରେ ପ୍ରତିଦିନ ହାରାହାରି ୯୦ ରୁ ୧୨୦ ମୃତଦେହ ଦାହ କରାଯାଇଥାଏ। ପ୍ରାୟତଃ ଅନ୍ୟ ଦୂର ସ୍ଥାନରୁ ଏଠାକୁ ଆସୁଥିବା ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ଅସ୍ଥି ପାଉଁଶ ସଂଗ୍ରହ କରିବା ଲାଗି ଦୀର୍ଘ ସମୟ ଅପେକ୍ଷା କରିବା କଷ୍ଟକର ହୋଇଥାଏ ।

ଏଭଳି ପରିସ୍ଥିତିରେ ଅନେକ ଥର ସମ୍ପର୍କୀୟମାନେ ଅସ୍ଥି ସଂଗ୍ରହ ନ କରି ଚାଲିଯାଆନ୍ତି। ଅବଶ୍ୟ, ବ୍ୟାଙ୍କ ପ୍ରତିଷ୍ଠା ହେବା ପରେ ଅବଶିଷ୍ଟ ଅସ୍ଥିପାଉଁଶକୁ ସଂରକ୍ଷଣ କରାଯାଇ ବିସର୍ଜନ କରି ବୁଡ଼ ପକାଇବା ପାଇଁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri