Posted inଜାତୀୟ

ସତ୍ୟପାଠ ଦାଖଲ କଲେ ଯୋଗୀ ସରକାର…

ନୂଆଦିଲ୍ଲୀ, ୨୯।୩ : ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ସୁପ୍ରିମକୋର୍ଟରେ ମଙ୍ଗଳବାର ଲଖମୀପୁର ଖେରୀ ମାମଲାରେ ସତ୍ୟପାଠ ଦାଖଲ କରିଛନ୍ତି । ସରକାର କହିଛନ୍ତି ଯେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଲକ୍ଷ୍ମୀପୁର ଖେରୀ ମାମଲାରେ ଦିଆଯାଇଥିବା ଜାମିନ ଚ୍ୟାଲେଞ୍ଜ ଉପରେ ବିଚାର କରାଯାଉଛି।

ଆଶିଷଙ୍କ ଜାମିନ ବିରୋଧରେ ଦାଖଲ ହୋଇଥିବା ପିଟିଶନର ଜବାବରେ ରାଜ୍ୟ ସରକାର ଏହା କହିଛନ୍ତି। ଆହ୍ଲାବାଦ ହାଇକୋର୍ଟ ଆଶିଷଙ୍କ ଜାମିନ ଆବେଦନକୁ ବିରୋଧ କରି ନଥିବା ଅଭିଯୋଗକୁ ୟୁପି ସରକାର ଖଣ୍ଡନ କରିଛନ୍ତି। ମାର୍ଚ୍ଚ ୧୬ ରେ ଆଶିଷ ମିଶ୍ରଙ୍କ ଜାମିନ ଖାରଜ ଦାବିରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ନୋଟିସ ଜାରି କରିଥିଲେ। ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ନେତୃତ୍ୱରେ ଗଠିତ ବେଞ୍ଚ କହିଛନ୍ତି ଯେ ସମସ୍ତ ସାକ୍ଷୀଙ୍କୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇ ଦିଅନ୍ତୁ। ରାଜ୍ୟ ସରକାର ସାକ୍ଷୀମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦେଉନାହାଁନ୍ତି ବୋଲି ଅଭିଯୋଗ ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି କାରଣରୁ ଆଶିଷ ଜାମିନରେ ଆସିବା ପରେ ଜଣେ ସାକ୍ଷୀଙ୍କୁ ଆକ୍ରମଣ କରାଯାଇଛି।

ଏହାକୁ ଭୁଲ ବୋଲି କହି ରାଜ୍ୟ ସରକାର କହିଛନ୍ତି ଯେ ୯୮ ସାକ୍ଷୀଙ୍କୁ ସୁରକ୍ଷା ଦିଆଯାଇଛି। ଯେଉଁ ସାକ୍ଷୀଙ୍କ ଉପରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି ତାହା ହେଉଛି ହୋଲି ରଙ୍ଗ କରିବା ସମୟରେ ବିବାଦ ମାମଲା। ଗତ ବର୍ଷ ଅକ୍ଟୋବର ୩ ରେ ଉତ୍ତରପ୍ରଦେଶର ଲଖମୀପୁର ଖେରୀରେ କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କ ଉପରେ ଏକ ଗାଡି ଚଲାଯାଇଥିଲା। ଏହି କାରଣରୁ କିଛି ଚାଷୀଙ୍କ ମୃତୂ୍ୟ ଘଟିଥିଲା। ଏହି ମାମଲା ସୁପ୍ରିମକୋର୍ଟରେ ଆସିଥିଲା। ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଗିରଫ ନକରିବା ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ପରେ ପୋଲିସ ସକ୍ରିୟ ହୋଇ କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ଗିରଫ କରିଥିଲା।

ଚଳିତ ବର୍ଷ ଫେବୃଆରୀ ୧୦ରେ ଆହ୍ଲାବାଦ ହାଇକୋର୍ଟ ଆଶିଷଙ୍କୁ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଆଇନଜୀବୀ ଦୁଶାନ୍ତ ଦୁବେ ଏବଂ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା ମୃତ କୃଷକଙ୍କ ପରିବାର ସୁପ୍ରିମକୋର୍ଟରେ ଅଭିଯୁକ୍ତଙ୍କ ଜାମିନ ଖାରଜ କରିବାକୁ ଦାବି କରିଛନ୍ତି। କୁହାଯାଉଛି ଯେ ଜାମିନ ପ୍ରଦାନ ବେଳେ ହାଇକୋର୍ଟ ଅପରାଧର ଗୁରୁତ୍ୱକୁ ବିଚାରକୁ ନେଇନାହାଁନ୍ତି। ରାଜ୍ୟ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବା ଉଚିତ। କିନ୍ତୁ ତାହା ମଧ୍ୟ କରାଯାଇ ନାହିଁ।

ବୁଧବାର ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ଏହାପୂର୍ବରୁ ୟୁପି ସରକାର ଏକ ଜବାବ ଦାଖଲ କରିଛନ୍ତି । ରାଜ୍ୟ ସରକାର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri