Posted inଜାତୀୟ

ଆଇନ ବ୍ୟବସ୍ଥା ନେଇ ଯୋଗୀ-ଅଖିଳେଶ ମୁହାଁମୁହିଁ…

ଲକ୍ଷ୍ନୌ, ୨୪।୫ : ଉତ୍ତରପ୍ରଦେଶ ବିଧାନସଭାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିରୋଧୀଦଳର ନେତା ଅଖିଳେଶ ଯାଦବଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଲାୟମ ସିଂ ଯାଦବଙ୍କ ବିବୃତ୍ତିକୁ ଉଲ୍ଲେଖ କରିଥିଲେ। ଯୋଗୀ କହିଛନ୍ତି ଯେ ପୁଅମାନେ ଭୁଲ କରନ୍ତି ବୋଲି ଭାଜପା ସରକାର କହୁ ନାହାଁନ୍ତି।

ବଳାତ୍କାର ଅଭିଯୁକ୍ତଙ୍କ ମୃତ୍ୟୁ ଦଣ୍ଡକୁ ବିରୋଧ କରୁଥିବା ଏକ ରାଲିରେ ଅଖିଳେଶ ଯାଦବଙ୍କ ପିତା ତଥା ଏସପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ କହଥିଲେ ଯେ ପୁଅ ମାନଙ୍କ କ୍ଷେତ୍ରରେ ଭୁଲ ଘଟେ। ମହିଳାଙ୍କ ବିରୋଧରେ ଅପରାଧ ବିରୋଧରେ ବିରୋଧୀ ଦଳର ନେତାଙ୍କ ପକ୍ଷରୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଯୋଗୀ କହିଥିଲେ ଯେ, ଏହା ହେଉଛି ଭାଜପା ସରକାର। ଏଠାରେ ଅପରାଧୀଙ୍କ ବିଷୟରେ କୁହାଯାଏ ନାହିଁ ଯେ ପୁଅମାନେ ହିଁ ଭୁଲ କରିଥାନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୌଣସି ପ୍ରକାର ଅପରାଧ କ୍ଷମା ଯୋଗ୍ୟ ନୁହେଁ। ବିଶେଷକରି ମହିଳାଙ୍କ ପ୍ରତି ଅପରାଧ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

ଶୂନ୍ୟକାଳରେ ଆହ୍ଲାବାଦ, ଚାନ୍ଦୁଲି, ସିଦ୍ଧାର୍ଥନଗର, ଲଲିତପୁରରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ସମ୍ପର୍କରେ ଅଖିଳେଶ ଯାଦବ ପ୍ରଶ୍ନ କରିଥିଲେ ଯେ ମହିଳାଙ୍କ ପ୍ରତି ସର୍ବାଧିକ ଅପରାଧ ଉତ୍ତରପ୍ରଦେଶରେ ଘଟୁଛି। ଅଖିଳେଶ ଯାଦବ କହିଛନ୍ତି ଯେ ସରକାର ଶୂନ୍ୟ ସହନଶୀଳତା ବିଷୟରେ କହୁଛନ୍ତି। ଷ୍ଟେଶନ ମୁଖ୍ୟଙ୍କ ଦ୍ୱାରା ଲଲିତପୁର ପୋଲିସ ଷ୍ଟେଶନରେ ଜଣେ ବଳାତ୍କାର ପୀଡିତାଙ୍କ ବଳାତ୍କାର ଘଟଣା ସମ୍ପର୍କରେ ଉଲ୍ଲେଖ କରି ଅଖିଳେଶ କହିଛନ୍ତି ଯେ ଗୃହର ନେତା ଲଲିତପୁର ଯାଇଥିଲେ ଏବଂ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଅଖିଳେଶ ଯାଦବ କଟାକ୍ଷ କରି କହିଥିଲେ ଯେ, ଗୃହର ନେତା ସତ କହୁଛନ୍ତି, ମୋତେ ଏହା ବହୁତ ଭଲ ଲାଗିଲା। ମୁଁ ସେହି ସଭାରେ ଉପସ୍ଥିତ ନଥିଲି କିନ୍ତୁ ଖବରକାଗଜ ମାଧ୍ୟମରେ ଜାଣିଥିଲି ଯେ ଯେତେବେଳେ ଅଧିକାରୀଙ୍କ ଅଭିଯୋଗ ଆସି ସରକାରଙ୍କ ନିକଟରେ ପହଞ୍ଚିଥିଲା। ଗୃହର ନେତା କହିଥିଲେ ଯେ ଆପଣମାନେ ଦଲାଲୀ ଛାଡି ଦିଅନ୍ତୁ, ମୁଁ ଅଧିକାରୀମାନଙ୍କୁ ସଂଶୋଧନ କରିନେବି। ମୁଁ ମୋର ଗୃହର ନେତା ଏହା ବି ଜାଣି ନାହାଁନ୍ତି କେଉଁ ଅଧିକାରୀଙ୍କୁ ସଂଶୋଧନ କରାଯାଇଥିଲା? ମୁଁ ଏହି ପ୍ରସଙ୍ଗ ଉଠାଉଛି କାରଣ ମୁଁ ବ୍ୟକ୍ତିଗତ ଭାବେ ଲଲିତପୁର ଯାଇଥିଲି । ଜଣେ ଝିଅ ସହିତ ଏପରି ଘଟଣା ଘଟିଛି ଏବଂ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶା ନେଇ ମୁଁ ସେଠାକୁ ଯାଇଥିଲି। ଏଭଳି ଘଟଣା ଯେପରି ଆଉ ନଘଟେ ସେଥିପାଇଁ ସରକାର କଣ କରୁଛନ୍ତି ତାହା ମୁଖ୍ୟମନ୍ତ୍ରୀ କହିବେ କ ବୋଲି ଅଖିଳେଶ ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ଯୋଗୀ କହିଥିଲେ ଯେ, ବିରୋଧୀ ଦଳ ସବୁବେଳେ ଅପରାଧୀଙ୍କୁ ସମର୍ଥନ କରନ୍ତି। ମାତ୍ର ଶାସକ ଦଳ ରାଜ୍ୟରେ ଅପରାଧୀଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛି। ୨୦୧୭ରେ ଆଣ୍ଟି ରୋମିଓ ସ୍କ୍ବାର୍ଡ ଗଠନ କରାଯାଇଥିଲା। ଏହା ସହିତ ରାଜ୍ୟରେ ମହିଳାଙ୍କ ସହ ଜଡିତ ଅପରାଧକୁ ରୋକିବା ପାଇଁ ୨୧୮ ପୋକ୍ସୋ କୋର୍ଟ ମଧ୍ୟ ଗଠନ କରାଯାଇଥିଲା। ଗତ ୫ ବର୍ଷରେ ରାଜ୍ୟରେ ଅପରାଧ ହ୍ରାସ ପାଇଁ ଦାବି କରି ଯୋଗୀ କହିଛନ୍ତି ଯେ ଯଦି ଆମ ବିରୋଧୀ ଦଳମାନେ ରାଜ୍ୟପାଳଙ୍କ ଅଭିଭାଷଣ ଶୁଣିଥାନ୍ତେ, ତେବେ ସେମାନେ ଏନେଇ ଉପଯୁକ୍ତ ତଥ୍ୟ ପାଇପାରିଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri