Posted inଖେଳ

ଭାରତକୁ ମିଳିଲା ୮ମ ପଦକ: ଯୋଗେଶ କଥୁନିୟା ଜିତିଲେ ରୌପ୍ୟ ପଦକ

ପ୍ୟାରିସ,୨।୯: ପ୍ୟାରିସ ପାରାଲିମ୍ପିକ୍ସରେ ଭାରତ ଅଷ୍ଟମ ପଦକ ପାଇଛି। ଯୋଗେଶ କଥୁନିଆ ଡିସକସ୍‌ ଥ୍ରୋରେ ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି। ସେ ପୁରୁଷ ଡିସକସ୍‌ ଥ୍ରୋ ଏଫ୍‌୫୬ ଇଭେଣ୍ଟରେ ରୌପ୍ୟ ପଦକ ନିଜ ନାଁରେ କରିଛନ୍ତି। ଯୋଗେଶ କଥୁନିୟାଙ୍କ ପ୍ରଥମ ଥ୍ରୋ ୪୨.୨୨ମିଟର ଥିଲା। ଏହା ପରେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ଯଥାକ୍ରମେ ୪୧.୫୦ମିଟର, ୪୧.୫୫ ମିଟର, ୪୦.୩୩ ମିଟର ଏବଂ ୪୦.୮୯ ମିଟର ଥିଲା। ବର୍ତ୍ତମାନ ପଦକ ତାଲିକାରେ ଭାରତ ୩୦ତମ ସ୍ଥାନରେ ରହିଛି। ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ୧ଟି ସ୍ବର୍ଣ୍ଣ ପଦକ ବ୍ୟତୀତ ଭାରତୀୟ ୩ଟି ରୌପ୍ୟ ପଦକ ଏବଂ ୪ଟି ବ୍ରୋଞ୍ଜ ପଦକ ଜିତିଛି।

ଆଜି ପ୍ୟାରିସ ପାରାଲିମ୍ପିକ ଗେମ୍ସର ପଞ୍ଚମ ଦିନରେ ଯୋଗେଶ କଥୁନିଆ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ବାସ୍ତବରେ ଯୋଗେଶ ପୂର୍ବରୁ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ରୌପ୍ୟ ପଦକ ଜିତିଥିଲେ। ଏଭଳି ସ୍ଥଳେ ସେ କ୍ରମାଗତ ଦ୍ୱିତୀୟ ପାରାଲିମ୍ପିକ ଗେମ୍ସରେ ରୌପ୍ୟ ପଦକ ଜିତି ଏକ ବଡ଼ ସ୍ଥାନ ହାସଲ କରିଛନ୍ତି। ବର୍ତ୍ତମାନ ଭାରତର ପଦକ ସଂଖ୍ୟା ୮ରେ ପହଞ୍ଚିଛି। ଭାରତୀୟ ଶୁଟର ଅବନୀ ଲେଖରା ମହିଳା ୧୦ ମିଟର ଏୟାର ରାଇଫଲରେ ସ୍ବର୍ଣ୍ଣ ପଦକ ଏବଂ ମାନା ଅଗ୍ରୱାଲ ଏହି ଇଭେଣ୍ଟର ବ୍ରୋଞ୍ଜ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ…

ଦେଖନ୍ତୁ ଛତିଥରା ଭିଡିଓ, ରାସ୍ତାରେ ଲୁଚିଥିଲା ମୃତ୍ୟୁ! କେହିକିଛି ବୁଝିବା ପୂର୍ବରୁ…

ସାଣ୍ଟିଆଗୋ,୨୧।୨: ଚିଲିର ରାଜଧାନୀ ସାଣ୍ଟିଆଗୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ…

‘AI ଆସିଲେବି ମଣିଷର ସ୍ଥାନ ନେଇପାରିବନି ମେଶିନ’, ସିସ୍କୋ ଅଧିକାରୀ କହିଲେ କେମିତି ପରିବର୍ତ୍ତନ ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୧।୨: କର୍ପୋରେଟ ଜଗତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ମେଶିନଗୁଡ଼ିକ ମଣିଷକୁ ବଦଳାଇବେ ବୋଲି ବଢୁଥିବା ଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri