ମନକୁ ସ୍ଥିର ରଖେ ଯୋଗ

ମନକୁ ସ୍ଥିର କରିବାର ଅର୍ଥ ଯୋଗ। ମନ ସ୍ଥିର ହେଲେ ସମସ୍ତ ଇନ୍ଦ୍ରିୟ ବଶୀଭୂତ ହୋଇଥାଏ। ତ୍ରିଦୋଷ (ବାତ, ପିତ୍ତ, କଫ), ତ୍ରିମାଳ (ମୂତ୍ର, ପୂରିଷ, ସ୍ବେଦ) ମଧ୍ୟ ସାମ୍ୟାବସ୍ଥାରେ ରହେ। ତେଣୁ ଏହି ଶରୀରରୂପୀ ଈଶ୍ୱରପ୍ରଦତ୍ତ ଯନ୍ତ୍ରକୁ ସୁସ୍ଥ ତଥା ନୀରୋଗ ରଖି ଠିକ୍‌ ରୂପେ ଚାଳନ ପାଇଁ ଯୋଗାଭ୍ୟାସ ନିତାନ୍ତ ପ୍ରୟୋଜନ। ତେଣୁ ‘ଯୋଗ କର୍ମସୁ କୌଶଳମ୍‌’ ଅର୍ଥାତ୍‌, ଯୋଗକୁ କର୍ମ ସାଧନର କୌଶଳ ବୋଲି କୁହାଯାଇଛି। ଯେପରି କଞ୍ଚା ମାଟି ପାତ୍ରରେ ପାଣି ରଖିଲେ ତାହା ମିଳେଇ ଯାଏ, ମାତ୍ର ଅଗ୍ନିରେ ପାକ ହୋଇଥିବା ଘଟରେ ପାଣି ରଖିଲେ ତାହା ମିଳେଇ ନ ଥାଏ। ସେହିପରି ଶରୀରରୂପୀ ଘଟକୁ ଯୋଗାଗ୍ନି ଦ୍ୱାରା ପାକ କରିଲେ ତାହା ବିନିଷ୍ଟ ହୋଇ ନ ଥାଏ। ଶରୀର ସୁସ୍ଥ, ନୀରୋଗ ଓ ସୁଗଠନ ନିମନ୍ତେ ଯୋଗ ହିଁ ଏକମାତ୍ର ପନ୍ଥା। ତେଣୁ ପୁରାତନ କାଳରେ ପତଞ୍ଜଳି ଆଦି ମହର୍ଷିମାନେ ଯୋଗ ଦ୍ୱାରା ନୀରୋଗ ରହି ମନକୁ ନିର୍ମଳ ଏବଂ ଏକାଗ୍ର ରଖି ବେଦ ଶାସ୍ତ୍ରାଦି ଗ୍ରନ୍ଥକୁ ଶ୍ରବଣ କରି ମନେ ରଖୁଥିଲେ।
ଯୋଗକୁ ଆଠଟି ଅଙ୍ଗରେ ବିଭକ୍ତ କରାଯାଇଛି, ଯଥା-ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣ, ଧ୍ୟାନ ଓ ସମାଧି। ‘ଯମ’ର ଅର୍ଥ ଅହିଂସା ଆଚରଣ, ସତ୍ୟ କହିବା, ପରଧନକୁ ଲୋଭ ନ କରିବା, ନିଜର ସ୍ବାର୍ଥ ପାଇଁ ଧନ ସଞ୍ଚୟ ନ କରିବା ଓ ବ୍ରହ୍ମଚର୍ଯ୍ୟ ପାଳନ କରିବା। ନିୟମର ଅର୍ଥ ଶାରୀରିକ, ମାନସିକ କ୍ରିୟା କଳାପରେ ଶୁଦ୍ଧତା, ଅଳ୍ପରେ ପ୍ରସନ୍ନତା, ତପସ୍ୟା, ପୂଜାପାଠ କରିବା ଓ ଭଗବାନଙ୍କୁ ପ୍ରଣାମ। ଆସନର ଅର୍ଥ ସୁଖପୂର୍ବକ ସ୍ଥିର ଭାବେ ପୃଷ୍ଠ, ଶିର, ଗ୍ରୀବା ଇତ୍ୟାଦି ଶରୀରର ଉପରି ଭାଗ ସିଧା କରି ଦୃଷ୍ଟି ନାସାଗ୍ରକୁ ରଖି ରକ୍ତକମ୍ବଳ ଆସନରେ ବସିବାକୁ ବୁଝାଏ। ପ୍ରାଣାୟାମକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ପ୍ରାଣର ଅର୍ଥ ପ୍ରଶ୍ୱାସ ନେବା, ନିଃଶ୍ୱାସ ତ୍ୟାଗ କରିବା ଏବଂ ଆୟାମର ଅର୍ଥ ବିସ୍ତୃତ। ତେଣୁ ପ୍ରାଣକୁ ବିସ୍ତୃତ କରିବା ବା ଦୀର୍ଘ ଜୀବନ ଲାଭ କରିବା। ପ୍ରତ୍ୟାହାରର ଅର୍ଥ ଇନ୍ଦ୍ରିୟକୁ ଭୋଗ ବିଳାସରୁ ନିବୃତ୍ତ ରଖିବା। ଧାରଣର ଅର୍ଥ ପ୍ରାଣାୟାମ ପରେ ଚିତ୍ତର ଚଞ୍ଚଳତାକୁ ଦୂର କରିବା ପାଇଁ କେନ୍ଦ୍ରୀଭୂତ କରିବା। ଧ୍ୟାନ ଅର୍ଥ ମନର ସ୍ଥିରତାକୁ ଧ୍ୟାନ କୁହାଯାଏ। ସମାଧିର ଅର୍ଥ ଯେତେବେଳେ ଜୀବାତ୍ମା ଓ ପରମାତ୍ମା ସାମ୍ୟବସ୍ଥାରେ ଉପନୀତ ହୁଏ, ଅର୍ଥାତ୍‌, ଆତ୍ମା ଓ ମନର ଏକତ୍ର ହେବା।
ଉପରୋକ୍ତ ଆସନ ଏବଂ ପ୍ରାଣାୟାମ କରିବା ଦ୍ୱାରା ଶରୀର ନୀରୋଗ ରହିବା ସଙ୍ଗେ ସଙ୍ଗେ ବ୍ୟାଧି ପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ। ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହୁଏ। ମୁଖ ମଣ୍ଡଳରେ କାନ୍ତି ବୃଦ୍ଧି ପାଏ, ବର୍ଣ୍ଣରେ ଉଜ୍ଜ୍ୱଳତା ଆସେ। ମନରେ ଉତ୍ସାହ ସୃଷ୍ଟି ହୁଏ ଏବଂ ନିର୍ଭୟତା ଭାବ ପ୍ରକାଶ ପାଏ। ଏତଦବ୍ୟତୀତ ମଧୁମେହ, ଉଚ୍ଚ ରକ୍ତଚାପ, କୋଲେଷ୍ଟରଲ ପରିମାଣ ସନ୍ତୁଳିତ ରହିଥାଏ।
-ଡା. ଆଶିଷ ବାନାର୍ଜୀ
ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ
ମୋ : ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଶନି ଦେବଙ୍କ ବିରଳ ସଂଯୋଗ; ବରବାଦ ହେବେ ନା ଧନ ପାଇବେ ଏହି ୩ ରାଶି!

ଶୁକ୍ରବାର, ଫେବୃଆରୀ 6, 2026 ରେ, ବୁଧ ଏବଂ ଶନି ପରସ୍ପର ପ୍ରତି 30 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଏହା ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରିବ।…

Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ…

ଗୁରୁବାର ଅନେକ ଟଙ୍କା ରୋଜଗାର କରିବେ ଏହି ୩ ରାଶିର ବ୍ୟକ୍ତି! କ୍ୟାରିୟରରେ ମିଳିବ….

ଗୁରୁବାର ଦିନଟି ଅନେକ ରାଶି ପାଇଁ ଏକ ବିଶେଷ ଦିନ ହେବ । ତଥାପି, ତିନୋଟି ରାଶିର ବ୍ୟକ୍ତି, ଯେଉଁମାନେ ଏହି ଦିନ ବହୁତ ଲାଭବାନ ହେବେ।…

ଫେବୃଆରୀରେ ୧୫ଦିନ ଭିତରେ ଲାଗିବ ୨ଟା ଗ୍ରହଣ, ପଡିବ ଖରାପ ପ୍ରଭାବ?

ହିନ୍ଦୁ ଧର୍ମରେ, ସୂର୍ଯ୍ୟ ଏବଂ ଚନ୍ଦ୍ରଗ୍ରହଣ ଉଭୟକୁ ଅଶୁଭ ବୋଲି ବିବେଚନା କରାଯାଏ। ଫେବୃଆରୀ 2026ରେ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟଗ୍ରହଣ ଦେଖାଯିବ। ଫେବୃଆରୀ 17, 2026ରେ ସୂର୍ଯ୍ୟପରାଗ…

ଝିଅମାନେ ସାବଧାନ: ସ୍ମାର୍ଟ ଚଷମାରେ ଆପଣଙ୍କର ସବୁ ରେକର୍ଡ କରିନେବେ, ଓଡ଼ିଶାରେ ପଡିଛନ୍ତି ଧରା

ନୂଆଦିଲ୍ଲୀ,୩।୨: ବଦଳୁଥିବା ସମୟ ସହିତ ଟେକ୍ନୋଲୋଜି ଯେତିକି ସୁବିଧା ଆଣୁଛି, ସେତିକି ବିପଦ ମଧ୍ୟ ବଢ଼ାଉଛି। ବର୍ତ୍ତମାନ ଆମେରିକା ଏବଂ ବ୍ରିଟେନ ଭଳି ଦେଶରେ ‘ସ୍ମାର୍ଟ ଚଷମା’…

ଘରେ ଲଗାଉଛନ୍ତି କି ନେମପ୍ଲେଟ୍‌ : ଜାଣନ୍ତୁ କଣ କହେ ବାସ୍ତୁ

ଘରକୁ ଚିହ୍ନାଇବାରେ ସାହାଯ୍ୟ କରିବା ସହିତ ନେମ୍‌ପ୍ଲେଟ୍‌ ଘରର ସୌନ୍ଦର୍ଯ୍ୟକୁ ବି ବଢାଇଥାଏ। ଘର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କର ପ୍ରଥମ ନଜର ଏହା ଉପରେ…

ପାଦରେ ଲୁଚି ରହିଛି ରୋଗର ରହସ୍ୟ, ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା

ଆଖି, ମସ୍ତିଷ୍କ, କାନ, ଥାଇରଏଡ୍, ପେଟ,ଫୁସଫୁସ, ଅଗ୍ନାଶୟ, ହାଡ଼-ବୃକକ୍, ଅନ୍ତନଳୀ ସମସ୍ତ ତଳିପାଦ ସହିତ ସଂଯୁକ୍ତ । ଏହାର ଅର୍ଥ ହେଉଛି ତଳିପାଦରେ ବିଭିନ୍ନ ଅଙ୍ଗର ଆକ୍ୟୁପ୍ରେସର…

୩ ରାଶି ଉପରେ ରହିବ ହନୁମାନଙ୍କ କୃପା, କ୍ୟାରିଅରରେ ଉନ୍ନତି ସହ ଟଙ୍କା….

ଫାଲଗୁଣ କୃଷ୍ଣ ପକ୍ଷର ଦ୍ୱିତୀୟ ଦିନ । ଆଜି ରାତି ୧୦ଟା୧୧ ପର୍ୟ୍ୟନ୍ତ ମାଘ ନକ୍ଷତ୍ର ପ୍ରଚଳିତ ହେବ। ଏହା ସହିତ, ଆଜି ରାତି ୯ଟା୫୧ ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri