Posted inଖେଳ

କ୍ରିକେଟରେ ୟୋ ୟୋ ଟେଷ୍ଟ

ଭାରତୀୟ କ୍ରିକେଟ ଦଳରେ ମୁମ୍ବାଇ କ୍ରିକେଟର ସର୍ଫରାଜ ଖାନ୍‌ଙ୍କୁ ସାମିଲ କରା ନ ଯିବାକୁ ନେଇ ତୁମ୍ବିତୋଫାନ ଉଠିଛି। ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଉ ନ ଥିବା ବେଳେ ଅନେକ ପୂର୍ବତନ କ୍ରିକେଟର ଏହାକୁ ନେଇ ଭିନ୍ନ ଭିନ୍ନ ମତ ରଖୁଛନ୍ତି। ସର୍ଫରାଜ ୩୭ ପ୍ରଥମ ଶ୍ରେଣୀ ମ୍ୟାଚରେ ୧୩ ଶତକ ଓ ୭୯.୬୫ର ଆଭରେଜ ସହିତ ସେ ୩୫୦୫ ରନ୍‌ ସ୍କୋର କରିଛନ୍ତି। ବିଗତ ୩ ସିଜନରେ ତାଙ୍କର ଆଭରେଜ ୧୦୦ ଉପରେ ରହିଛି। ତେବେ ସର୍ଫରାଜ ମେଦବହୁଳତା କାରଣରୁ ଦଳରୁ ବାଦ ପଡିଥିବା ନେଇ ମଧ୍ୟ କିଛି ରିପୋର୍ଟ ପ୍ରକାଶ ପାଇଛି। ୟୋ ୟୋ ଟେଷ୍ଟ ପାସ୍‌ କରିବା ପାଇଁ ବିସିସିଆଇ ପକ୍ଷରୁ ୧୬.୧ର ପାଶ ମାର୍କ ରଖାଯାଇଥିବା ବେଳେ ସର୍ଫରାଜ ଏହି ଟେଷ୍ଟ ପାଶ କରି ନ ଥିବା କୁହାଯାଉଛି। ଏହି ଟେଷ୍ଟରେ ବିରାଟ କୋହଲି ଭାରତୀୟଙ୍କ ମଧ୍ୟରେ ସର୍ବାଧିକ ସ୍କୋର କରିଥିବା ବେଳେ ସୁରେଶ ରାଇନା, ଯୁବରାଜ ସିଂ, ସଞ୍ଜୁ ସାମସନ୍‌ ଅମ୍ବାତି ରାୟୁଡୁ ଓ ବରୁନ୍‌ ଚକ୍ରବର୍ତ୍ତୀଙ୍କ ପରି ଖେଳାଳି ଏହି ଟେଷ୍ଟରେ ଫେଲ୍‌ ହୋଇଛନ୍ତି। ତେବେ ଏହି ଟେଷ୍ଟ କ’ଣ ଅଧିକାଂଶ କ୍ରିକେଟ ଫ୍ୟାନଙ୍କ ପାଇଁ ତାହା ଅଜଣା। ଏହି ଟେଷ୍ଟର ପ୍ରକ୍ରିୟା କ’ଣ ଓ କାହିଁକି ଏହା କରାଯାଏ ତା’ ଉପରେ ଏକ ପ୍ରସ୍ତୁତି….
ୟୋ ୟୋ ଟେଷ୍ଟ କ’ଣ
କ୍ରୀଡାବିତ୍‌ ମାନଙ୍କ ଫିଟନେସର ସ୍ତର ଜାଣିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଯେଉଁ ପଦ୍ଧତି ଆପଣାଯାଏ ତାକୁ ୟୋ ୟୋ ଟେଷ୍ଟ କୁହାଯାଏ। ଏଥିରେ ଖେଳାଳି ମାନଙ୍କ ଶକ୍ତି ଓ ସାମର୍ଥ୍ୟ (ଷ୍ଟ୍ରେନ୍ଥ ଓ ଷ୍ଟାମିନା) ଜଣା ପଡିଥାଏ। ଏହି ଟେଷ୍ଟକୁ ବିପ୍‌ ଟେଷ୍ଟ ବୋଲି ମଧ୍ୟ କୁହାଯାଏ। ଆହତ ସମସ୍ୟାରୁ ଫେରୁଥିବା ତଥା ନୂଆ କରି ଦଳରେ ସାମିଲ ହୋଇଥିବା ଖେଳାଳିମାନେ ଫିଟ୍‌ ଅଛନ୍ତି କି ନାହିଁ ତାହା ଏହି ଟେଷ୍ଟ ମାଧ୍ୟମରେ ନିର୍ଦ୍ଧାରଣ କରାଯାଏ।
କେମିତି ହୁଏ ଟେଷ୍ଟ
ଏହି ଟେଷ୍ଟରେ ଦୁଇଟି କୋନ୍‌ ରଖାଯାଏ। କୋନ୍‌ ଦୁଇଟି ମଧ୍ୟରେ ୨୦ ମିଟରର ଦୂରତା ରହିଥାଏ, ଯାହାକି କ୍ରିକେଟ ପିଚ୍‌ର ଦୂରତା ସହିତ ସମାନ। ବିପ୍‌ ସାଉଣ୍ଡରେ ଖେଳାଳି ଦୌଡିବା ଆରମ୍ଭ କରିଥାନ୍ତି, ଆଉଥରେ ବିପ୍‌ ମଧ୍ୟରେ ଖେଳାଳିଙ୍କୁ ପରବର୍ତ୍ତୀ ପାର୍ଶ୍ୱରେ ପହଞ୍ଚିବାକୁ ପଡିଥାଏ। ଗୋଟିଏ ରାଉଣ୍ଡର ଦୌଡକୁ ଏକ ଶଟଲ୍‌ କୁହାଯାଏ। ଏହି ଭଳି ଭାବରେ ୨୩ଟି ଶଟଲରେ/ରାଉଣ୍ଡରେ ୟୋ ୟୋ ଟେଷ୍ଟ କରାଯାଏ। ପ୍ରତି ଶଟଲ୍‌ ମଧ୍ୟରେ ୭ ସେକେଣ୍ଡର ରିଭାଇଭାଲ୍‌ ଟାଇମ୍‌ ମିଳୁଥିବା ବେଳେ ପୁଣି ଥରେ ଧାଇଁବାକୁ ପଡିଥାଏ। ଧୀରେ ଧୀରେ ଶଟଲ୍‌ ବଢିବା ସହିତ ସମୟ ମଧ୍ୟ ହ୍ରାସ ପାଇଥାଏ। ଏକାଥରେ ଦୁଇଟି ବିପ୍‌ରେ ବିଫଳ ହେଲେ ଟେଷ୍ଟ ରୋକା ଯାଇଥାଏ। ଏହା ପରେ ସ୍କୋର ଅନୁସାରେ ପାଶ୍‌ ଓ ଫେଲ୍‌ ନିର୍ଦ୍ଧାରଣ କରାଯାଏ। ବର୍ତ୍ତମାନ ଭାରତୀୟ ଖେଳାଳିଙ୍କୁ ୟୋ ୟୋ ଟେଷ୍ଟରେ ୧୧୨୦ ମିଟର ଦୌଡିବାକୁ ପଡିଥାଏ।
ଇତିହାସ
୧୯୯୦ ମସିହାରେ ଡେନମାର୍କର ଫୁଟବଲ ଫିଜିଓ ଡ. ଜେନ୍ସ ବାଙ୍ଗ୍ସବା ପ୍ରଥମେ ଏହି ପ୍ରକ୍ରିୟା ବାହାର କରିଥିଲେ। ଫୁଟବଲରେ ଖେଳାଳିଙ୍କ ଶକ୍ତି, ସାମର୍ଥ୍ୟ ଓ ଫିଟନେସ ସମ୍ପର୍କରେ ସୂଚନା ମିଳୁଥିଲା। ପରବର୍ତ୍ତୀ ସମୟରେ ସମସ୍ତ କ୍ରୀଡ଼ାରେ ଏହାକୁ ବ୍ୟବହାର କରାଗଲା। ୨୦୧୧ରୁ ଏହାକୁ କ୍ରିକେଟରେ ବ୍ୟବହାର କରାଯାଇଥିଲା। ନ୍ୟୁଜିଲାଣ୍ଡ କ୍ରିକେଟ ପ୍ରଥମ ଦେଶ ଭାବରେ ଏହାର ବ୍ୟବହାର କରିଥିଲା। ତେବେ ୨୦୧୭ରେ ବିସିସିଆଇ ପକ୍ଷରୁ ଏହି ଟେଷ୍ଟକୁ ବାଧ୍ୟତାମୂଳକ କରାଗଲା। ଶଙ୍କର ବସୁ ଭାରତୀୟ ଦଳର ଟ୍ରେନର ନିଯୁକ୍ତ ହେବା ପରେ ଶ୍ରୀଲଙ୍କା ସିରିଜ ପୂର୍ବରୁ ଏହି ଫିଟନେସ ଟେଷ୍ଟ ଲାଗୁ କରାଯାଇଥିଲା।
ମାପଦଣ୍ଡ
ଭାରତୀୟ ଖେଳାଳିଙ୍କ ପାଇଁ ଏହି ଟେଷ୍ଟରେ ପାଶ୍‌ ମାର୍କ ୧୬.୧ ରହିଥାଏ। ନ୍ୟୁଜିଲାଣ୍ଡରେ ପାଶ୍‌ ମାର୍କ ୨୦.୧ ରହିଛି। ବିରାଟ କୋହଲି ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ୧୯ ପଏଣ୍ଟ ସ୍କୋର କରିଥିବା ବେଳେ ମନୀଷ ପାଣ୍ଡେ ୧୯.୨ ଓ ୧୯ ବର୍ଷରୁ କମ୍‌ ଦଳର ଖେଳାଳି ମୟଙ୍ଗ ଡଗର ୧୯.୩ ପଏଣ୍ଟ ସ୍କୋର କରିଥିଲେ।
ଆବଶ୍ୟକତା
ଅନେକ ପୂର୍ବତନ ଖେଳାଳି କ୍ରିକେଟରେ ୟୋ ୟୋ ଟେଷ୍ଟ ସାମିଲ କରାଯିବାକୁ ନା ପସନ୍ଦ କରିଛନ୍ତି। ଫୁଟବଲ ୯୦ ମିନିଟର ଖେଳ ହୋଇଥିବା ବେଳେ ଏଥିପାଇଁ ଆବଶ୍ୟକ ଶାରୀରିକ ଦକ୍ଷତା ଓ ୬-୭ ଘଣ୍ଟାରେ ଖେଳା ଯାଉଥିବା କ୍ରିକେଟରେ ଆବଶ୍ୟକ ଥିବା ଶାରୀରିକ ଦକ୍ଷତା ଭିନ୍ନ। ଲେଗ୍‌ ସ୍ଲିପ୍‌ ଓ ସ୍ଲିପ୍‌ରେ କ୍ଷେତ୍ର ରକ୍ଷଣ ପାଇଁ ଶରୀର ନମନୀୟ ହେବା ଆବଶ୍ୟକ ତେଣୁ କ୍ରିକେଟରେ ଏହାର ଆବଶ୍ୟକତା ନ ଥିବା ଅନେକ କ୍ରିକେଟର କୁହନ୍ତି।
ପ୍ରସ୍ତୁତି: ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri