Posted inଖେଳ

ଯଶସ୍ବୀ ଜୟସ୍ବାଲଙ୍କ ଅର୍ଦ୍ଧଶତକ

ଜୟପୁର,୨୮ା୪: ଓପନର ଯଶସ୍ବୀ ଜୟସ୍ବାଲଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ହରାଇ ୨୦୨ ରନ୍‌ ସଂଗ୍ରହ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପକ୍ଷରୁ ଜୟସ୍ବାଲ ଦ୍ରୁତ ୭୭ କରିଥିବା ବେଳେ ଶେଷ ଆଡକୁ ଧ୍ରୁବ ଜୁରେଲ ୩୪ ଓ ଦେବଦତ୍ତ ପଡିକଲ ୨୪* ଦ୍ରୁତ ବ୍ୟାଟିଂ କରିବା ଫଳରେ ରାଜସ୍ଥାନ ୨୦୦ ରନ୍‌ ପାର କରିଥିଲା।
ରାଜସ୍ଥାନର ସଓ୍ବାଇ ମାନସିଂହ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଦୁଇ ଓପନର ଯଶସ୍ବୀ ଜୟସ୍ବାଲ ଓ ଜୋସ ବଟଲର ପ୍ରଥମ ଉଇକେଟରେ ୮୬ ରନ୍‌ ଯୋଡିଥିଲେ। ୨୧ ବଲ ଖେଳି ୨୭ ରନ୍‌ କରିଥିବା ବଟଲରଙ୍କୁ ଆଉଟ କରି ରବୀନ୍ଦ୍ର ଜାଡେଜା ଚେନ୍ନାଇକୁ ପ୍ରଥମ ସଫଳତା ପ୍ରଦାନ କରିଥିଲେ। ପରେ ଜୟସ୍ବାଲଙ୍କ ସହିତ କ୍ରିଜ୍‌ରେ ଯୋଗ ଦେଇଥିଲେ ସାମସନ୍‌। ବଲ୍‌ ପିଛା ରନ୍‌ କରିଥିବା ସାମସନ୍‌ ମ୍ୟାଚ୍‌ର ୧୩ ତମ ଓଭରରେ ଆଉଟ ହୋଇଥିଲେ। ସମାନ ଓଭରରେ ତୁଷାର ଦେଶପାଣ୍ଡେ ଟପ୍‌ ସ୍କୋରର ଜୟସ୍ବାଲଙ୍କୁ ଆଉଟ କରିବାରୁ ରାଜସ୍ଥାନର ରନ୍‌ ହାର ଧୀମେଇ ଯାଇଥିଲା। ଜୟସ୍ବାଲ ୪୩ ବଲ୍‌ ଖେଳି ୮ ଚୌକା ଓ ୪ ଛକା ମାରିଥିଲେ। ଜୟସ୍ବାଲ ଏହା ସହିତ ଚଳିତ ସଂସ୍କରଣରେ ନିଜର ୩୦୦ ରନ୍‌ ପୂରଣ କରିଛନ୍ତି। ଜୟସ୍ବାଲ ଆଉଟ ହେବା ପରେ ନିର୍ଭରଯୋଗ୍ୟ ସିମରନ୍‌ ହେଟମେୟର (୮) ରନ୍‌ କରି ଆଉଟ ହେବାରୁ ରାଜସ୍ଥାନ ସଙ୍କଟରେ ପଡିଥିଲା। ତେବେ ଧ୍ରୁବ୍‌ ଜୁରେଲ୍‌ ୧୫ ବଲ୍‌ରୁ ୩୪ ଓ ଦେବଦତ୍ତ ପଡିକଲ୍‌ ୧୩ ବଲ୍‌ରୁ ଅପରାଜିତ ୨୭ ରନ୍‌ କରିଥିଲେ। ଜୁରେଲଙ୍କ ଇନିଂସରେ ୩ ଚୌକା ଓ ୨ ଛକା ସାମିଲ ଥିବା ବେଳେ ପଡିକଲ୍‌ ୪ ଚୌକା ମାରି ଦଳୀୟ ସ୍କୋର ୨୦୦ ପାର କରିଥିଲେ। ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ ୨ ଉଇକେଟ ନେଇଥିବା ବେଳେ ମହୀଷ ଥିକ୍‌ସାନା ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୨୦୨/୫(ଯଶସ୍ବୀ ଜୟସ୍ବାଲ-୭୭, ଧ୍ରୁବ୍‌ ଜୁରେଲ-୩୪, ଦେବଦତ୍ତ ପଡିକଲ୍‌-୨୭*, ତୁଷାର ଦେଶପାଣ୍ଡେ-୨/୪୨, ମହୀଷ ଥିକ୍‌ସାନା-୧/୨୪, ରବୀନ୍ଦ୍ର ଜାଡେଜା-୧/୩୨)।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri