Posted inଖେଳ

ରାଜସ୍ଥାନ ରୟାଲ୍ସ ଛାଡ଼ିବେ ଯଶସ୍ବୀ ଜୈସଓ୍ବାଲ? KKR ଯିବାକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୨।୫: ରାଜସ୍ଥାନ ରୟାଲ୍ସରେ ସବୁକିଛି ଠିକ ନାହିଁ କି? ଯଶସ୍ବୀ ଜୈସୱାଲ ଏବଂ ରାଜସ୍ଥାନ ଫ୍ରାଞ୍ଚାଇଜ ମାଲିକଙ୍କ ମଧ୍ୟରେ ସବୁକିଛି ଠିକ ନାହିଁ କି? IPL ୨୦୨୫ରେ ଫ୍ରାଞ୍ଚାଇଜର ଏକମାତ୍ର ଖେଳାଳି ଭାବେ ୫୦୦ରୁ ଅଧିକ ରନ କରିଥିବା ଜୈସଓ୍ବାଲ ରାଜସ୍ଥାନ ଛାଡ଼ି କେକେଆର୍‌ ଯିବେ ବୋଲି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି।
କହିବାକୁ ଗଲେ ଏଭଳି ଖବର ପ୍ରସାର ପଛରେ ଯଶସ୍ବୀଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ରହିଛି।

ଇନଷ୍ଟାଗ୍ରାମରେ ସେ କରିଥିବା ପୋଷ୍ଟରେ ରାଜସ୍ଥାନ ରୟାଲ୍ସକୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, ସବୁକିଛି ପାଇଁ ରାଜସ୍ଥାନ ରୟାଲ୍ସକୁ ଧନ୍ୟବାଦ। ଆମେ ଯେପରି ଚାହୁଁଥିଲୁ, ସିଜନ ଠିକ ସେହିପରି ନ ଥିଲା, କିନ୍ତୁ ଏହି ଯାତ୍ରା ପାଇଁ ଧନ୍ୟବାଦ।

ଜୈସୱାଲଙ୍କ ଏହି ପୋଷ୍ଟ ଆସିବା ପରେ, ସୋସିଆଲ ମିଡିଆରେ ଚର୍ଚ୍ଚା ସରଗରମ ରହିଛି। ସେ ରାଜସ୍ଥାନ ରୟାଲ୍ସ ଛାଡିବେ ବୋଲି କୁହାଯାଉଛି। ଟ୍ରେଡ ୱିଣ୍ଡୋ ଅଧୀନରେ ରାଜସ୍ଥାନରୁ KKR ଯାଇପାରନ୍ତି ବୋଲି କିଛି ବ୍ୟବହାରକାରୀ କହିଛନ୍ତି। କିନ୍ତୁ ବଡ଼ ପ୍ରଶ୍ନ ହେଉଛି ଏହି ସମ୍ପୂର୍ଣ୍ଣ ଘଟଣା ପଛରେ ସତ୍ୟ କ’ଣ?

ଏମିତିରେ ଜୈସଓ୍ବାଲ ପରେ ଇନଷ୍ଟାଗ୍ରାମରେ କରିଥିବା ପୋଷ୍ଟକୁ ସଂଶୋଧନ କରିଛନ୍ତି। ପୋଷ୍ଟରେ କେବଳ ଗୋଟିଏ ଶବ୍ଦ ଯୋଡ଼ିବା ପରେ ସମ୍ପୂର୍ଣ୍ଣ ଅର୍ଥ ବଦଳି ଯାଇଛି। କାରଣ ସେ ନିଜ ପୋଷ୍ଟରେ ‘ଟୁଗେଦର’ଲେଖିବାକୁ ଭୁଲି ଯାଇଥିଲେ, ଯାହାର ଅର୍ଥ ଏକାଠି। ଅର୍ଥାତ ସେ ରାଜସ୍ଥାନ ରୟାଲ୍ସ ସହିତ ଯାତ୍ରା କରିବା ଏବଂ ସେହି ଫ୍ରାଞ୍ଚାଇଜ ନ ଛାଡିବା ବିଷୟରେ କହିଥିଲେ।

 

View this post on Instagram

 

A post shared by Yashasvi Jaiswal (@yashasvijaiswal28)


ଏହି ପୋଷ୍ଟରୁ ସ୍ପଷ୍ଟ ହୋଇଛି ଯେ ଯଶସ୍ବୀ ରାଜସ୍ଥାନ ରୟାଲ୍ସ ଛାଡିବା ନେଇ ସୋସିଆଲ ମିଡିଆରେ ଯେଉଁ ଗୁଜବ ବ୍ୟାପିଛି, ସେ କେକେଆରକୁ ଯାଇପାରନ୍ତି ବୋଲି ଅନୁମାନ କରାଯାଉଛି, ବର୍ତ୍ତମାନ ଏଥିରେ କୌଣସି ସତ୍ୟତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri