ପରଦାକୁ ଆସିବ ‘କେଜିଏଫ-୩’

କନ୍ନଡ ସୁପରଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ-୨’ ବକ୍ସ ଅଫିସରେ ରେକର୍ଡ କରିଛି। ନିକଟରେ ସାଉଥଙ୍କ ସୁପରଷ୍ଟାର ୟଶ ତାଙ୍କ ଫିଲ୍ମର ସଫଳତା ବିଷୟରେ କହିଛନ୍ତି। ଏହା ସହିତ ‘କେଜିଏଫ-୩’ ବିଷୟରେ ମଧ୍ୟ ଖୋଲାଖୋଲି ଭାବେ କହିଛନ୍ତି। ଅଭିନେତା କହିଛନ୍ତି ଯେ ଫିଲ୍ମର ତୃତୀୟ ଭାଗ ‘କେଜିଏଫ-୧’ ଏବଂ ‘କେଜିଏଫ-୨’ ଅପେକ୍ଷା ଅଧିକ ଧମାକା କରିବ।
ରକିଙ୍କ ଜୀବନରେ ବହୁତ କିଛି କାହାଣୀ ବାକି ଅଛି, ଯାହା ତୃତୀୟ ଭାଗରେ ଦେଖାଯିବ। ମୁଁ ଏବଂ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ତୃତୀୟ ଭାଗକୁ ନେଇ ବହୁତ ଚିନ୍ତା କରିଛୁ। ବହୁତଗୁଡ଼ିଏ ଜିନିଷ ଆମେ କେଜିଏଫ-୨ ରେ ଦେଖାଇ ପାରିଲୁ ନାହିଁ। ବର୍ତ୍ତମାନ ଆମେ ସେଗୁଡ଼ିକୁ କେଜିଏଫ-୩ ରେ ଦେଖାଇବାକୁ ଯାଉଛୁ । ତେବେ ଏହା କେବଳ ଏକ ଭାବନା ବୋଲି ସେ କହିଛନ୍ତି।
ୟଶ କହିଛନ୍ତି ଯେ ପ୍ରଶାନ୍ତ ନୀଲ ପୂର୍ବରୁ କେବଳ ଗୋଟିଏ ଭାଗରେ ଏହି ଚଳଚ୍ଚିତ୍ରର କାହାଣୀ ଶେଷ କରିବା ପାଇଁ ଚିନ୍ତା କରିଥିଲେ। କିନ୍ତୁ ପ୍ରଥମ ଭାଗ ଶୁଟିଂ ବେଳେ ପ୍ରଶାନ୍ତ ଏହାକୁ ଦୁଇଭାଗ କରିବାକୁ ସ୍ଥିର କରିଥିଲେ। ଏବେ ଫିଲ୍ମର ଦ୍ୱିତୀୟ ଭାଗ ପରେ ତୃତୀୟ ଭାଗ ନିର୍ମାଣ ହେବ।
ରକିଂ ଷ୍ଟାର୍‌ ୟଶଙ୍କ କେଜିଏଫ-୨ ପ୍ରଥମ ଦିନରେ ହିଁ ଅନେକ ଫିଲ୍ମର ରେକର୍ଡ ଭାଙ୍ଗି ବକ୍ସ ଅଫିସରେ ଇତିହାସ ରଚିଥିଲା। ପ୍ରଥମ ଦିନରେ ଏହି ଫିଲ୍ମ ପୂରା ଭାରତରେ ୧୩୪.୫ କୋଟି ଏବଂ ୱାଲର୍‌ଡୱାଇଡ ୧୬୫-୧୭୫ କୋଟି ଟଙ୍କା ବ୍ୟବସାୟ କରିଥିଲା। ତେବେ ଦ୍ୱିତୀୟ ଦିନରେ ଫିଲ୍ମଟି ଭାରତରେ ୧୦୦ରୁ ୧୧୫ କୋଟି ଟଙ୍କାର କଲେକ୍ସନ କରିଛି। ଫିଲ୍ମଟି ଦୁଇ ଦିନ ମଧ୍ୟରେ ୱାଲର୍‌ଡୱାଇଡ ବର୍ତ୍ତମାନ ଯାଏ ୧୦୦୦ କୋଟି ଟଙ୍କାର ବ୍ୟବସାୟ କରିସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri