Xiaomi କାରରେ ହଠାତ ଲାଗିଲା ନିଆଁ, ଡୋର ଲକ ହେବାରୁ ଜୀବନ୍ତ ଜଳିଗଲେ ଡ୍ରାଇଭର, ଦେଖନ୍ତୁ ଭିଡିଓ

ବେଜିଂ,୧୪।୧୦: ଚାଇନାରେ ଏକ କାର ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାସ୍ତା ମଝିରେ ହଠାତ ଏକ କାର ନିଆଁରେ ଜଳିଯାଇଛି। କାରଟି ହେଉଛି ଚାଇନା ଶାଓମି କାର୍‌। ଏଥିରେ ନିଅଁ ଲାଗିବା ପରେ ହଠାତ ଡୋର୍‌ ଲକ୍‌ ହୋଇଯାଇଥିଲା, ଯାହା ଫଳରେ ଡ୍ରାଇଭର ବାହାରକୁ ବାହାରି ନ ପାରି ଜୀବନ୍ତ ଜଳି ଯାଇଥିଲେ।
ସୂଚନାଯୋଗ୍ୟ, ସୋମବାର ଏକ Xiaomi SU7 ଇଲେକ୍ଟ୍ରିକ ସେଡାନ ସହିତ ଏହି ଦୁର୍ଘଟଣା ଘଟିଥିଲା। ଚାଇନାର ଚେଙ୍ଗଡୁରେ, କାରଟି ଅନ୍ୟ ଏକ କାର ସହିତ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଧକ୍କା ଯୋଗୁ କାରଟିରେ ନିଆଁ ଲାଗିଯାଇଥିଲା।
ନିଆଁ କାରର ଡୋରକୁ ଗ୍ରାସ କରିଥିଲା। ଏହା ଏତେ ତୀବ୍ର ଥିଲା ଯେ ପାଖରେ ଥିବା ଲୋକମାନେ ଏହାକୁ ଖୋଲିପାରିଲେ ନାହିଁ, ଏବଂ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଗଲେ। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ସୋମବାର Xiaomiର ସେୟାରରେ ତୀବ୍ର ହ୍ରାସ ଦେଖାଦେଇଛି। Xiaomi ସେୟାର ୮.୭ ପ୍ରତିଶତ ହ୍ରାସ ପାଇଛି, ଯାହା ଏପ୍ରିଲ ପରଠାରୁ ସବୁଠାରୁ ବଡ଼ ହ୍ରାସ। ତଥାପି, କମ୍ପାନୀ ଏହି ବିଷୟରେ ନୀରବ ରହିଛି।
ପ୍ରାରମ୍ଭିକ ପୋଲିସ ତଦନ୍ତରେ ଡ୍ରାଇଭର ୩୧ ବର୍ଷୀୟ ଡେଙ୍ଗ ବୋଲି ଚିହ୍ନଟ କରାଯାଇଛି। ପୋଲିସ ସନ୍ଦେହ କରୁଛି ଯେ ଡ୍ରାଇଭର ମଦ୍ୟପାନ କରିଥିଲେ। ସେମାନେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରୁଛନ୍ତି। ଅଗ୍ନିକାଣ୍ଡ ପରେ କାରର ଦ୍ୱାର କାହିଁକି ଖୋଲିଲା ନାହିଁ ତାହା ମଧ୍ୟ ସେମାନେ ତଦନ୍ତ କରୁଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

ହରମୁଜରେ ଫସିଗଲା ଭାରତର ୨୩୦୦ କୋଟି ଟଙ୍କାର LPG, ଆସିବାକୁ ଲାଗିବ…

ନୂଆଦିଲ୍ଲୀ,୧୮।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଭାରତର ଏଲପିଜି ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। କଳାବଜାରୀ ଏବଂ ଗଚ୍ଛିତ ରଖିବା ପାଇଁ…

ଖାର୍ଗେଙ୍କୁ ପ୍ରଶଂସା କଲେ ମୋଦି: ସଂସଦରେ ଖେଲିଗଲା…

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାରେ ବିଦାୟୀ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ…

ପୁଣି SCB ମେଡିକାଲରେ ଅଘଟଣ: ଜଳିଲା ଇଲେକ୍ଟ୍ରି ବୋର୍ଡ

କଟକ,୧୮।୩: ପୁଣି SCB ମେଡିକାଲରେ ଅଘଟଣ। ଶର୍ଟସର୍କିଟରୁ ନନ ଟ୍ରମା କେୟାରରେ ଏକ ଇଲେକ୍ଟ୍ରି ବୋର୍ଡ ଜଳିଯାଇଛି। କିଛି ଅଘଟଣ ପୂର୍ବରୁ ଅଗ୍ନିଶମ କର୍ମଚାରୀ ଆୟତ୍ତ କରିଛନ୍ତି।…

ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ: ନୀତି ନିୟମ ଉପରେ ଗୁରୁତ୍ୱ ଦେଇ…

କର୍ଲାମୁଣ୍ଡା,୧୮ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜନଗଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri