ମଙ୍ଗୋଲିଆ ସାମରିକ କମାଣ୍ଡ ପରିଦର୍ଶନ କରି ‘ ଦ ଷ୍ଟିଲ ଗ୍ରେଟ ୱାଲ’ ନିର୍ମାଣ କରିବାକୁ ଆହ୍ବାନ କଲେ ଜିନପିଙ୍ଗ…

ବେଜିଂ,୧୦।୬ : ରାଷ୍ଟ୍ରପତି ଶି ଜିନପିଙ୍ଗ ପୁଣି ଥରେ ଚାଇନା ସୈନ୍ୟବାହିନୀକୁ ‘ ଦ ଗ୍ରେଟ ୱାଲ ଅଫ ଷ୍ଟିଲ’ ରେ ପରିଣତ କରିବାକୁ ଆହ୍ବାନ କରିଛନ୍ତି। ରାଜ୍ୟ ନିୟନ୍ତ୍ରିତ ଗଣମାଧ୍ୟମ ରିପୋର୍ଟ କରିଛି ସୈନ୍ୟମାନଙ୍କୁ ସୀମା ପ୍ରତିରକ୍ଷା ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ନିଜର ଦକ୍ଷତା ବୃଦ୍ଧି କରିବାକୁ ଜିନପିଙ୍ଗ କହିଛନ୍ତି।

ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟି (ସିପିସି) ଏବଂ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ର ସେଣ୍ଟ୍ରାଲ ମିଲିଟାରୀ କମିଶନ (ସିଏମସି) ର ମୁଖ୍ୟ ଜିନପିଙ୍ଗ ଆଭ୍ୟନ୍ତରୀଣ ମୋଙ୍ଗୋଲିଆର ଦ୍ୱୟଂଶାସିତ ଅଞ୍ଚଳ ସୀମା ପରିଚାଳନା ତଥା ନିୟନ୍ତ୍ରଣ ତଥା ବିକାଶ ଉପରେ ଏକ ତଥ୍ୟ ଅନୁସନ୍ଧାନ କରିଛନ୍ତି।

ଦେଶର ସରକାରୀ ନ୍ୟୁଜ ଏଜେନ୍ସି ଶିନହୁଆ ରିପୋର୍ଟ କରିଛି ସୀମା ପ୍ରତିରକ୍ଷା କ୍ଷେତ୍ରରେ ଚାଇନା ରାଷ୍ଟ୍ରପତି ସୈନ୍ୟମାନଙ୍କୁ ଏଭଳି କହିଛନ୍ତି।

୨୦୧୨ ରେ କ୍ଷମତାକୁ ଆସିଥିବା ଜିନପିଙ୍ଗ ତିବ୍ଦତ ସମେତ ବିଭିନ୍ନ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିୟମିତ ଭାବେ ସାମରିକ ବେସ ପରିଦର୍ଶନ କରୁଛନ୍ତି। ୨୦୨୧ ମସିହାରେ ସେ ତିବ୍ଦତ ଗସ୍ତରେ ଯାଇଥିଲେ। ସେ ଅରୁଣାଚଳ ପ୍ରଦେଶର ରଣନୈତିକ ଗୁରୁତ୍ୱପୂର୍ଣ୍ଣ ସୀମା ସହର ନିଙ୍ଗଚିରେ ପହଞ୍ଚିଥିଲେ।

ଜିନପିଙ୍ଗ ପିଏଲଏର ଆଭ୍ୟନ୍ତରୀଣ ମଙ୍ଗୋଲିଆ ମିଲିଟାରୀ କମାଣ୍ଡ ପରିଦର୍ଶନ କରି ସୀମା ସୈନ୍ୟମାନଙ୍କ ମଧ୍ୟରେ ଅଖଣ୍ଡତା ଏବଂ ଉଚ୍ଚତର ଏକତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଶାସକ କମ୍ୟୁନିଷ୍ଟ ପାର୍ଟି (ସିପିସି) ଏବଂ ସରକାରୀ ବିଭାଗ, ସାମରିକ, ଆଇନ ପ୍ରଣୟନକାରୀ ସଂସ୍ଥା ତଥା ସୀମା ରକ୍ଷା କ୍ଷେତ୍ରରେ ସାଧାରଣ ଲୋକଙ୍କ ମଧ୍ୟରେ ସହଯୋଗକୁ ଚାଇନାକୁ ଅନନ୍ୟ ଶକ୍ତି ବୋଲି ଦର୍ଶାଇଛନ୍ତି। ଦେଶର ସୀମା ରକ୍ଷା ପାଇଁ ନୂତନ ଭୂମି ସୃଷ୍ଟି କରିବାକୁ ସମସ୍ତ ପକ୍ଷ ମିଳିତ ଉଦ୍ୟମ କରିବାକୁ ସେ କହିଛନ୍ତି।

ସେନାର ତାଲିମକୁ ଅଧିକ କରିବା ଏବଂ ଯୁଦ୍ଧ ପ୍ରସ୍ତୁତି ବଢ଼ାଇବା ତଥା ସୂଚନା ପ୍ରଯୁକ୍ତିବିଦ୍ୟା ଦ୍ୱାରା ସୀମିତ ସୁରକ୍ଷା ଏବଂ ନିୟନ୍ତ୍ରଣ ସହ ଜଡିତ ଦକ୍ଷତା ବିକାଶକୁ ତ୍ୱରାନ୍ବିତ କରିବାକୁ ସେ ଅତିରିକ୍ତ ଉଦ୍ୟମ କରିବାକୁ ଆହ୍ବାନ ଦେଇଛନ୍ତି। ସୀମା ପ୍ରତିରକ୍ଷା କର୍ତ୍ତବ୍ୟ ଏବଂ ସାମରିକ ଅନୁଶାସନକୁ ମଜବୁତ କରିବା, ସୈନ୍ୟମାନଙ୍କର ଉତ୍ତମ ଶୃଙ୍ଖଳା ବଜାୟ ରଖିବା ଏବଂ ଅଧିକ ସୀମା ପ୍ରତିରକ୍ଷା ପ୍ରଫେସନାଲମାନଙ୍କୁ ପ୍ରୋତ୍ସାହିତ କରିବାକୁ ସେ ଉଦ୍ୟମ କରିବାକୁ କହିଛନ୍ତି।

ଦେଶର ଉତ୍ତର ସୀମାରେ ସୁରକ୍ଷା ଏବଂ ସ୍ଥିରତା ସୁନିଶ୍ଚିତ କରିବାରେ ଏହି ଅଞ୍ଚଳର ସୀମା ସୈନ୍ୟମାନଙ୍କର ଭୂମିକାକୁ ସେ ପ୍ରଶଂସା କରିଛନ୍ତି। ସୀମା ପ୍ରତିରକ୍ଷା କାର୍ଯ୍ୟରେ ଚାଇନାର ଅଗ୍ରଗତିକୁ ପ୍ରଶଂସା କରି ସେ କହିଛନ୍ତି ସୈନ୍ୟମାନଙ୍କର ସାମରିକ ତାଲିମ ଓ ଯୁଦ୍ଧ ପ୍ରସ୍ତୁତି ବୃଦ୍ଧି କରାଯାଇଛି ଏବଂ ସୀମା ଅଞ୍ଚଳରେ ସୀମା ସୁରକ୍ଷା ଏବଂ ସ୍ଥିରତାକୁ ସୈନ୍ୟବାହିନୀ ଦୃଢ଼ ଭାବରେ ସୁରକ୍ଷିତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri