Posted inଖେଳ

ବଦଳିଲା ଡବ୍ଲ୍ୟୁଟିସିର ପଏଣ୍ଟ ସିଷ୍ଟମ; ଭାରତ ଖେଳିବ ୧୯ ମ୍ୟାଚ୍‌

ନୂଆଦିଲ୍ଲୀ,୩୦।୬ : ଆଗକୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଳ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂଆ ପଏଣ୍ଟ ସିଷ୍ଟମ ଲାଗୁ କରିଛି। ଅଗଷ୍ଟରେ ଆରମ୍ଭ ହେବାକୁ ଥିବା ଭାରତ- ଇଂଲଣ୍ଡ ଟେଷ୍ଟ ସିରିଜରୁ ଡବ୍ଲ୍ୟୁଟିସିର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବ।

ପ୍ରତ୍ୟେକ ମ୍ୟାଚ୍‌ ବିଜୟରେ ୧୨ ପଏଣ୍ଟ ପ୍ରଦାନ କରାଯିବ। ମ୍ୟାଚ୍‌ ଟାଇ ରହିଲେ ୬ ଲେଖାଏ ପଏଣ୍ଟ ଉଭୟ ଦଳକୁ ମିଳିବ। ସେହିପରି ଯଦି ମ୍ୟାଚ୍‌ ଡ୍ର ରହେ ତାହାହେଲେ ଦୁଇ ଦଳକୁ ୪ ପଏଣ୍ଟ ଲେଖାଏ ମିଳିବ। ପଏଣ୍ଟ ସିଷ୍ଟମରେ ପରିବର୍ତ୍ତନ କରାଯିବ ବୋଲି ଆଇସିସି ମଧ୍ୟବର୍ତ୍ତିକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଜିଓଫ୍‌ ଆଲ୍ଲାରଡଶଇସ୍‌ ଚଳିତ ମାସ ଆରମ୍ଭରୁ କହିଥିଲେ।

ପୂର୍ବରୁ ପ୍ରତ୍ୟେକ ସିରିଜ (ମ୍ୟାଚ୍‌ ସଂଖ୍ୟା ଯାହାହେଉ ନା କହିଁକି) ପାଇଁ ୧୨୦ ପଏଣ୍ଟ ରଖାଯାଉଥିଲା। କିନ୍ତୁ ଏବେ ମ୍ୟାଚ୍‌ ପ୍ରତି ୧୨ ପଏଣ୍ଟ ରଖାଯାଇଛି। ଦଳଗୁଡିକ ଯତେ ସଂଖ୍ୟକ ମ୍ୟାଚ୍‌ ଖେଳି ଯେତୋଟି ବିଜୟ ହାସଲ କରିଥିବେ ତାହାକୁ ବିଚାର କରି ପର୍ସେଣ୍ଟେଜ୍‌ ଅନୁସାରେ ପଏଣ୍ଟ ପ୍ରଦାନ କରାଯିବ। ଆଗାମୀ ସପ୍ତାହଗୁଡିକରେ ଆଇସିସି ମୁଖ୍ୟ କାର୍ଯ୍ୟକାରୀ କମିଟି ପଏଣ୍ଟ ସିଷ୍ଟମକୁ ମଞ୍ଜୁରି ପ୍ରଦାନ କରିବେ। ପଏଣ୍ଟ ସିଷ୍ଟମର ସରଳୀକରଣ ପାଇଁ ଏଭଳି ସଂସ୍କାର ଅଣାଯାଇଛି।

ଡବ୍ଳ୍ୟୁଟିସିରେ ମୋଟ ଉପରେ ୯ଟି ଦଳ ମଧ୍ୟରେ ମୁକାବିଲା ହେବ। ପ୍ରତ୍ୟେକ ଦଳ ୬ଟି ଲେଖାଏ ଟେଷ୍ଟ ସିରିଜ ଖେଳିବେ। ୩ଟି ଲେଖାଏ ସିରିଜ ଘରୋଇ ପରିବେଶରେ ଓ ବିଦେଶରେ ଦଳଗୁଡିକ ଖେଳିବେ। ପର୍ସେଣ୍ଟେଜ ସିଷ୍ଟମ୍‌ରେ ପଏଣ୍ଟ ତାଲିକା ସ୍ଥିରୀକୃତ ହେବ। ଆଗାମୀ ଡବ୍ଲ୍ୟୁଟିସି ସାଇକଲ୍‌ରେ ଇଂଲଣ୍ଡ ସର୍ବାଧିକ ୨୧ଟି ମ୍ୟାଚ୍‌ ଖେଳିବ। ଭାରତ ୧୯, ଅଷ୍ଟ୍ରେଲିଆ ୧୮ ଓ ଦକ୍ଷିଣ ଆଫ୍ରିକା ୧୫ଟି ମ୍ୟାଚ୍‌ ଖେଳିବ। ପ୍ରଥମ ସଂସ୍କରଣର ଚାମ୍ପିୟନ ନ୍ୟୁଜିଲାଣ୍ଡ ମାତ୍ର ୧୩ଟି, ପାକିସ୍ତାନ ୧୪ ଓ ଓ୍ବେଷ୍ଟଇଣ୍ଡିଜ ଏବଂ ଶ୍ରୀଲଙ୍କା ୧୩ଟି ଲେଖାଏ ମ୍ୟାଚ୍‌ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri