Posted inଖେଳ

ଡବ୍ଲୁଟିସି ଫାଇନାଲ: ୧୫ ଜଣିଆ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଦଳ ଘୋଷିତ

ମେଲବୋର୍ନ,୧୩ା୫: ଆସନ୍ତା ଜୁନ୍‌ ୧୧ରେ ଇଂଲଣ୍ଡର ଲଡର୍‌ସଠାରେ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଖେଳାଯିବ। ଏନେଇ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପକ୍ଷରୁ ମଙ୍ଗଳବାର ସେମାନଙ୍କ ଦଳ ଘୋଷଣା କରାଯାଇଛି।

ପ୍ୟାଟ୍‌ କୁମିନ୍ସଙ୍କ ନେତୃତ୍ୱାଧୀନ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳରେ ବିସ୍ଫୋରକ ଓପ୍‌ନର ସାମ୍‌ କନଷ୍ଟାସ୍‌ ଓ ଆହତ ସମସ୍ୟାରୁ ଫେରିଥିବା ଅଲ୍‌ରାଉଣ୍ଡର କାମରନ ଗ୍ରୀନ୍‌ ସ୍ଥାନ ପାଇଛନ୍ତି।

ଏହାଛଡ଼ା ଗତ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଖେଳିଥିବା ପ୍ରାୟ ଖେଳାଳି ସ୍ଥାନ ବଜାୟ ରଖିଛନ୍ତି। ଗ୍ରୀନ୍‌ ବ୍ୟାକ୍‌ ଇଞ୍ଜୁରିରୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଗତବର୍ଷ ଏଥିଲାଗି ତାଙ୍କୁ ସର୍ଜରୀର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସ୍ପିନର ମ୍ୟାଟ କୁହ୍ନେମ୍ୟାନଙ୍କୁ ରେଗୁଲାର ସ୍ପିନର ନାଥନ ଲାୟନଙ୍କ ବ୍ୟାକଅପ ଭାବେ ଏବଂ ବ୍ରେଣ୍ଡନ ଡଗେଟଙ୍କୁ ଟ୍ରାଭେଲିଂ ରିଜର୍ଭ ଭାବେ ଦଳରେ ସାମିଲ କରାଯାଇଛି।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଦଳରେ ଲୁଙ୍ଗି ଏନ୍‌ଗିଡି, କାଗିସୋ ରାବାଡା ଓ ଅଲରାଉଣ୍ଡର କର୍ବିନ ବୋଶ୍ଚ ସ୍ଥାନ ପାଇଛନ୍ତି। ଦକ୍ଷିଣ ଦଳ ଡବ୍ଲ୍ୟୁଟିସି ଫାଇନାଲ ପୂର୍ବରୁ ଜୁନ ୩ରୁ ୬ ପର୍ଯ୍ୟନ୍ତ ଜିମ୍ବାଓ୍ବେ ବିପକ୍ଷରେ ଏକ ଓ୍ବାର୍ମଅପ ମ୍ୟାଚ୍‌ ଖେଳିବ। ହେଲେ ଆଇପିଏଲରେ ଭାଗ ନେବାକୁ ଯାଉଥିବା ୮ ଖେଳାଳି ଯଥା ଏନ୍‌ଗିଡି, ବୋଶ୍ଚ, ରାବାଡା, ମାର୍କୋ ଜାନସେନ, ଏଡେନ ମାରକ୍ରାମ, ଓ୍ବିଆନ ମୁଲ୍ଡର, ଟ୍ରିଷ୍ଟାନ ଷ୍ଟବ୍ସ ଓ ରିୟାନ ରିକଲଟନ ଏଥିଲାଗି ଉପଲବ୍ଧ ରହିବେ ନାହିଁ।

ଅଷ୍ଟ୍ରେଲିଆ ଦଳ: ପ୍ୟାଟ କୁମିନ୍ସ (ଅଧିନାୟକ), ସ୍କଟ ବୋଲାଣ୍ଡ, ଆଲେକ୍ସ କ୍ୟାରି, କ୍ୟାମରନ ଗ୍ରୀନ, ଜୋଶ ହାଜେଲଉଡ, ଟ୍ରାଭିସ ହେଡ୍‌, ଜୋଶ ଇଙ୍ଗଲିସ, ଉସ୍ମାନ ଖ୍ବାଜା, ସାମ କନଷ୍ଟାସ, ମ୍ୟାଟ କୁହ୍ନେମ୍ୟାନ, ମାର୍ନସ ଲାବୁସେନ, ନାଥନ ଲାୟନ, ଷ୍ଟିଭ ସ୍ମିଥ୍‌, ମିଚେଲ ଷ୍ଟାର୍କ, ବେଉ ଓ୍ବେବଷ୍ଟର। ଟ୍ରାଭେଲିଂ ରିଜର୍ଭ: ବ୍ରେଣ୍ଡନ ଡଗେଟ।

ଦକ୍ଷିଣ ଆଫ୍ରିକା ଦଳ: ଟେମ୍ବା ବଭୁମା (ଅଧିନାୟକ), ଡେଭିଡ ବେଡିଂହାମ, କର୍ବିନ ବୋଶ୍ଚ, ଟୋନି ଡି ଜର୍ଜି, ମାର୍କୋ ଜାନସେନ, କେଶଭ ମହାରାଜ, ଏଡେନ ମାରକ୍ରାମ, ଓ୍ବିଆନ ମୁଲ୍ଡର, ସେନୁରାନ ମୁଥୁସାମୀ, ଲୁଙ୍ଗି ଏନ୍‌ଗିଡି, ଡେନ ପାଟରସନ, କାଗିସୋ ରାବାଡା, ରିୟାନ ରିକଲଟନ, ଟ୍ରିଷ୍ଟାନ ଷ୍ଟବ୍ସ, କାଇଲ ଭେରେନେ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri