Posted inଖେଳ

ଡବ୍ଲୁଟିସି ଫାଇନାଲ: ୧୫ ଜଣିଆ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଦଳ ଘୋଷିତ

ମେଲବୋର୍ନ,୧୩ା୫: ଆସନ୍ତା ଜୁନ୍‌ ୧୧ରେ ଇଂଲଣ୍ଡର ଲଡର୍‌ସଠାରେ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଖେଳାଯିବ। ଏନେଇ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପକ୍ଷରୁ ମଙ୍ଗଳବାର ସେମାନଙ୍କ ଦଳ ଘୋଷଣା କରାଯାଇଛି।

ପ୍ୟାଟ୍‌ କୁମିନ୍ସଙ୍କ ନେତୃତ୍ୱାଧୀନ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳରେ ବିସ୍ଫୋରକ ଓପ୍‌ନର ସାମ୍‌ କନଷ୍ଟାସ୍‌ ଓ ଆହତ ସମସ୍ୟାରୁ ଫେରିଥିବା ଅଲ୍‌ରାଉଣ୍ଡର କାମରନ ଗ୍ରୀନ୍‌ ସ୍ଥାନ ପାଇଛନ୍ତି।

ଏହାଛଡ଼ା ଗତ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଖେଳିଥିବା ପ୍ରାୟ ଖେଳାଳି ସ୍ଥାନ ବଜାୟ ରଖିଛନ୍ତି। ଗ୍ରୀନ୍‌ ବ୍ୟାକ୍‌ ଇଞ୍ଜୁରିରୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଗତବର୍ଷ ଏଥିଲାଗି ତାଙ୍କୁ ସର୍ଜରୀର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସ୍ପିନର ମ୍ୟାଟ କୁହ୍ନେମ୍ୟାନଙ୍କୁ ରେଗୁଲାର ସ୍ପିନର ନାଥନ ଲାୟନଙ୍କ ବ୍ୟାକଅପ ଭାବେ ଏବଂ ବ୍ରେଣ୍ଡନ ଡଗେଟଙ୍କୁ ଟ୍ରାଭେଲିଂ ରିଜର୍ଭ ଭାବେ ଦଳରେ ସାମିଲ କରାଯାଇଛି।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଦଳରେ ଲୁଙ୍ଗି ଏନ୍‌ଗିଡି, କାଗିସୋ ରାବାଡା ଓ ଅଲରାଉଣ୍ଡର କର୍ବିନ ବୋଶ୍ଚ ସ୍ଥାନ ପାଇଛନ୍ତି। ଦକ୍ଷିଣ ଦଳ ଡବ୍ଲ୍ୟୁଟିସି ଫାଇନାଲ ପୂର୍ବରୁ ଜୁନ ୩ରୁ ୬ ପର୍ଯ୍ୟନ୍ତ ଜିମ୍ବାଓ୍ବେ ବିପକ୍ଷରେ ଏକ ଓ୍ବାର୍ମଅପ ମ୍ୟାଚ୍‌ ଖେଳିବ। ହେଲେ ଆଇପିଏଲରେ ଭାଗ ନେବାକୁ ଯାଉଥିବା ୮ ଖେଳାଳି ଯଥା ଏନ୍‌ଗିଡି, ବୋଶ୍ଚ, ରାବାଡା, ମାର୍କୋ ଜାନସେନ, ଏଡେନ ମାରକ୍ରାମ, ଓ୍ବିଆନ ମୁଲ୍ଡର, ଟ୍ରିଷ୍ଟାନ ଷ୍ଟବ୍ସ ଓ ରିୟାନ ରିକଲଟନ ଏଥିଲାଗି ଉପଲବ୍ଧ ରହିବେ ନାହିଁ।

ଅଷ୍ଟ୍ରେଲିଆ ଦଳ: ପ୍ୟାଟ କୁମିନ୍ସ (ଅଧିନାୟକ), ସ୍କଟ ବୋଲାଣ୍ଡ, ଆଲେକ୍ସ କ୍ୟାରି, କ୍ୟାମରନ ଗ୍ରୀନ, ଜୋଶ ହାଜେଲଉଡ, ଟ୍ରାଭିସ ହେଡ୍‌, ଜୋଶ ଇଙ୍ଗଲିସ, ଉସ୍ମାନ ଖ୍ବାଜା, ସାମ କନଷ୍ଟାସ, ମ୍ୟାଟ କୁହ୍ନେମ୍ୟାନ, ମାର୍ନସ ଲାବୁସେନ, ନାଥନ ଲାୟନ, ଷ୍ଟିଭ ସ୍ମିଥ୍‌, ମିଚେଲ ଷ୍ଟାର୍କ, ବେଉ ଓ୍ବେବଷ୍ଟର। ଟ୍ରାଭେଲିଂ ରିଜର୍ଭ: ବ୍ରେଣ୍ଡନ ଡଗେଟ।

ଦକ୍ଷିଣ ଆଫ୍ରିକା ଦଳ: ଟେମ୍ବା ବଭୁମା (ଅଧିନାୟକ), ଡେଭିଡ ବେଡିଂହାମ, କର୍ବିନ ବୋଶ୍ଚ, ଟୋନି ଡି ଜର୍ଜି, ମାର୍କୋ ଜାନସେନ, କେଶଭ ମହାରାଜ, ଏଡେନ ମାରକ୍ରାମ, ଓ୍ବିଆନ ମୁଲ୍ଡର, ସେନୁରାନ ମୁଥୁସାମୀ, ଲୁଙ୍ଗି ଏନ୍‌ଗିଡି, ଡେନ ପାଟରସନ, କାଗିସୋ ରାବାଡା, ରିୟାନ ରିକଲଟନ, ଟ୍ରିଷ୍ଟାନ ଷ୍ଟବ୍ସ, କାଇଲ ଭେରେନେ।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ତିନି ଦିନ ପରେ ପୁଣି ଫେରିଲା ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ୩.୫ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍‌ ଶନିବାର ଠାରୁ...

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ

ଜି.ଉଦୟଗିରି,୨୭।୧୨(ଚିନ୍ମୟ କୁମାର ସେଠୀ): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri